କବିତା: ମାତୃଭୂମୀର ମମତା

✍🏾ଭଜରାମ ସେଠୀ

ଶବ୍ଦର ସାରଥି
ଭାଷିଲେ ଭାରତୀ
ତୃପ୍ତ ଗହନ ମଣ୍ଡଳେ,
ଯହିଁ ଶବ୍ଦରଥ
ଭୂଲିନାହିଁ ପଥ
ମାତୃମୁଖ ଶୀର୍ଷକୂଳେ ” ।

“ଶବ୍ଦକୁ ଶବ୍ଦରେ
ଯୋଖି ଦିଅ ଥରେ
ଉତ୍କଳୀୟ କବିଗଣ,
ମାତୃ ମମତାର
ପରିଚୟ ମିଳୁ
ଭାଷାପ୍ରେମେ ପ୍ରତିକ୍ଷଣ” ।

“ଜନ୍ମଭୂଇଁ ସୁଖ
ମାଆ ପଦ ବାକ୍ଯ
ବୀର ସନ୍ତାନ ହିଁ ମଣେ,
ଏନ୍ତୁଡ଼ି ମାଟିକୁ
ଧରେ ସେ କୋଳେଇ
ସତ୍ଯ ଧର୍ମ ଭାଷା ଜ୍ଞାନେ” ।

“ଭଗ୍ନ ଶରୀରରୁ
କେତେ ଦିନ ଅବା
ସାଉଁଟିବି ତବ ପ୍ରୀତି,
କେଉଁ ଶବ୍ଦ ଦେଇ
ନିଜର କରିବି
ତୁମ କୋଳେ ହେବି ସ୍ମୃତି ” ।

“ମାଟି ଭାଷା ମୋର
ଅହରହ କାନ୍ଦେ
ଆଧୁନିକତାରେ ପୋତି,
ହଜାଇ ଚାଲିଛି
ପୂର୍ବତୂରୀ ନୀତି
ଲୁହରେ ଭିଜାଇ ପୋଥି” ।

ନିରାଳ, ଆସିକା, ଗଞ୍ଜାମ
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.