କୋକସରା, (ହିରଣ୍ୟ ବେହେରା): କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ସିଉନି ଗ୍ରାମ ମୁଣ୍ଡରେ ଥିବା ଏକ ପାଳ ଗଦାରୁ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି। ଆଜି ସକାଳୁ ଗ୍ରାମର ମହିଳା ମାନେ ଶୌଚ ପାଇଁ ଯାଉଥିବା ବେଳେ ଶିଶୁର କାନ୍ଦ ଶୁଣି ପାଖକୁ ଯାଇ ଦେଖିଥିଲେ। ସାଙ୍ଗେ ସାଙ୍ଗେ ଗ୍ରାମବାସୀ ଅଙ୍ଗନବାଡି ଓ ଆଶାକର୍ମୀଙ୍କୁ ଖବର ଦେଇ ଶିଶୁକୁ ଉଦ୍ଧାର କରି ଆମପାଣି ପୋଲିସ ଗାଡ଼ିରେ କୋକସରା ହସ୍ପିଟାଲ ଳରେ ଭର୍ତି କରି ଚିକିତ୍ସା ଆରମ୍ଭ କରିଥିବା ବେଳେ ଶିଶୁର ସ୍ୱାସ୍ଥ୍ୟବସ୍ତା ଠିକ ଅଛି, ଚିକିତ୍ସା ପରେ ଭବାନୀପାଟଣାକୁ ସ୍ଥାନାନ୍ତର କରିବା ପାଇଁ ଡାକ୍ତର ସୁଶୀଲକୁମାର ସାହୁ ସୂଚନା ଦେଇଛନ୍ତି।
ତେବେ କିଏ କେଉଁ ପରିସ୍ଥିତିରେ ଶିଶୁକନ୍ୟାଟିକୁ ପାଳ ଗଦାରେ ଫିଙ୍ଗି ଦେଇ ଚାଲିଯାଇଛି ସେ ସମ୍ପର୍କରେ ତଦନ୍ତ ଜାରିରହିଛି।