କଟକ: କଟକ ଜିଲ୍ଲା ବୟାଳିଶମୌଜ଼ା ଉପକଣ୍ଠ ବେଣ୍ଟକାର ଉଚ୍ଚ ବିଦ୍ୟାଳୟର ୧୯୮୨ ମସିହା ମାଟ୍ରିକ ବ୍ୟାଚ ଛାତ୍ରଛାତ୍ରୀ ମାନଙ୍କର ବଂଧୁ ମିଳନ ପର୍ବ ବ୍ରରହମପୁର ଆଧ୍ୟାତ୍ମିକ ଭଗବତୀପୀଠ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ସମସ୍ତ ସହପାଠୀମାନେ ପୁରୁଣା ଦିନର ସ୍ମୃତି ଅନୁଭୂତିକୁ ମନେପକାଇବାସହ ବନ୍ଧୁତା ଶବ୍ଦର ବାସ୍ତବତା ଉପରେ ସମୀକ୍ଷା କରି ଖୁସି ଅନୁଭବ କରିଥିଲେ । ଏହି ବନ୍ଧୁ ମିଳନ ପର୍ବରେ ଗଣେଶ୍ୱର ଦାଶ, ପ୍ରସନ୍ନ ଦଳାଇ, ସୁଧାଂଶୁ ମିଶ୍ର, ନରେନ୍ଦ୍ର ଦାଶ, ଶ୍ରୀତନୁ ମହାନ୍ତି, ଭବାନୀ ସାହୁ, ନିନା ଦାଶ, ପ୍ରତିଭା ପଟ୍ଟନାୟକ, ପ୍ରଭୁଦେବ ମହାନ୍ତି, ସୁଶାନ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।