ଋାହୁଲ ଗାନ୍ଧୀଙ୍କ କଳାହାଣ୍ଡି ଗସ୍ତକୁ ନେଇ କଂଗ୍ରେସ ଶିବିର ଚଳଚଞ୍ଚଳ

ମ. ରାମପୁର ବ୍ଲକ କଂଗ୍ରେସର ପ୍ରସ୍ତୁତି ବୈଠକ

ମ.ରାମପୁର,୨/୨: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆସନ୍ତା ୬ ତାରିଖରେ କଳାହାଣ୍ଡି ଆସୁଛନ୍ତି । ରାଜ୍ୟ ସାରା କଂଗ୍ରେସ ନେତା ଓ କର୍ମି ଏହି ଗସ୍ତକୁ ଉତ୍ସୁକତାର ସହ ଅପେକ୍ଷାକରି ରହିଥିବାବେଳେ ଏନେଇ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଚଳଚଞ୍ଚଳ ହୋଇଉଠିଛି କଂଗ୍ରେସ ଶିବିର । ଏହି ପରିପ୍ରେକ୍ଷିରେ ମ. ରାମପୁର କଂଗ୍ରେସର ଏକ ପ୍ରସ୍ତୁତିବୈଠକ ବ୍ଲକ କଂଗ୍ରେସ ସଭାପତି ବିଭୂତି ଭୂଷଣ ମହାଖୁଡ଼ଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଶିବ ମନ୍ଦିର ପରିଷରରେ ଅନୁଷ୍ଠିତ ହୋଇଯାଇଛି । ରାହୁଲଙ୍କ ଗସ୍ତକୁ ନେଇ କଂଗ୍ରେସ ମହଲରେ ପ୍ରବଳ ଉତ୍ସାହ ଉଦ୍ଦିପନା ଦେଖା ଯାଇଥିବାବେଳେ ଉପସ୍ଥିତ ସମସ୍ତ ଗ୍ରାମ ପଂଚାୟତ ସଭାପତିମାନେ ବହୁସଂଖ୍ୟାରେ କଂଗ୍ରେସ କର୍ମୀଙ୍କୁ ନେଇ ଏହି ସମାବେଶକୁ ସଫଳ କରିବାକୁ ଦୃଢ ନିଷ୍ପତ୍ତି ନେଇଥିଲେ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଏହି ଗସ୍ତ କଳାହାଣ୍ଡିରେ କଂଗ୍ରେସ ଦଳକୁ ମଜବୁତ କରିବା ସହ ପୁଣିଥରେ କଂଗ୍ରେସ ଭିତରେ ପୂର୍ବ ଉତ୍ସାହ ଭରିଦେବ ଏବଂ କର୍ମୀମାନେ ତୃଣମୂଳ ସ୍ତରରୁ କଂଗ୍ରେସକୁ ରୁଦ୍ଧିମନ୍ତ କରିବାର ମନ୍ତ୍ର ପାଇବେ ବୋଲି ଆୟୋଜିତ ପ୍ରସ୍ତୁତିବୈଠକରେ ଜିଲ୍ଳା ଉପସଭାପତି ଅଶୋକ କୁମାର ପଟ୍ଟନାୟକ ମତ ପ୍ରକାଶ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସାଧାରଣ ସଂପାଦକ ରୁଦ୍ର ପ୍ରତାପ ସିଂ, ପ୍ରକାଶ ମାଝୀ(ଜୋନ୍ ୨ ସଭାପତି), ଯଶୋଦା ନାଗ(ଜିଲ୍ଲା କଂଗ୍ରେସ ସଭ୍ୟା), ରଶ୍ମିରଂଜନ ପ୍ରହରାଜ, ପ୍ରଶାନ୍ତ ସାମନ୍ତରା ପ୍ରମୁଖ ଯୋଗଦେଇ ଆଲୋଚନାରେ ସକ୍ରୀୟ ଅଂଶଗ୍ରହଣ କରିଥିବାବେଳେ ବୁଥ୍ କମିଟୀର ସଭ୍ୟମାନେ ମଧ୍ୟ ଉପସ୍ଥିତ ରହିଥିଲେ ।

Omkar Vasthu
Omkar Vasthu

ସ୍ବତନ୍ତ୍ର ପ୍ରତିନିଧି ହେମନ୍ତ ସାହୁଙ୍କ ରିପୋର୍ଟ odiabarta.in 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.