ବେଦାନ୍ତ କମ୍ପାନୀ ଚାପ: ମୃତ ସାଥିଙ୍କ ଶୋକସଭା କଲେ ଶ୍ରମିକ ସଂଘ, ସମାବେଶକୁ ବାତିଲ କଲା ପୁଲିସ ପ୍ରଶାସନ

ଲାଞ୍ଜିଗଡ: ଲାଞ୍ଜିଗଡ ଅଲୁମିନିୟମ ରିଫାଇନାରୀ ଶ୍ରମିକ ସଂଘ ତରଫରୁ ଆଜି ଦିବଙ୍ଗତ ୨ଜଣ ଶ୍ରମିକଙ୍କ ଶୋକସଭା ମହା ଆଡମ୍ବର ସହିତ ପାଳନ କରିବା ପାଇଁ ସଂଘ ପ୍ରସ୍ତୁତି କରିଥିଲା । ହେଲେ ଦିନକ ଆଗରୁ ଏହି ଶୋକସଭା ପାଳନକୁ ମନା କରିଦେଇଥିଲା ଲାଞ୍ଜିଗଡ ପୁଲିସ ପ୍ରଶାସନ । ଏହାକୁ ନେଇ ଶ୍ରମିକଙ୍କ ମଧ୍ୟରେ ଅସନ୍ତୋଷର ବାତାବରଣ ଦେଖାଦେଇଥିଲା । ସୁଚନା ଅନୁସାରେ ଗତ ୧୮/୦୩/୨୦୧୯ ମସିହାରେ ଛତ୍ରପୁରର ବେଦାନ୍ତ ଶ୍ରମିକ ଦାନି ବାତ୍ରାର ମୃତ୍ୟୁ ଘଟିଥିଲା ଓ ଆଉ ଜଣେ ଶ୍ରମିକ ପଟ୍ଟନାୟକ ହରିଜନ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ତାହାକୁ ମନେ ପକାଇବା ପାଇଁ ଆଜି ଲାଞ୍ଜିଗଡ ଶ୍ରମିକ ସଂଘ ତରଫରୁ ଏକ ଶୋକସଭାର ଆୟୋଜନ କରିଥିଲା ଶ୍ରମିକ ସଂଘ ହେଲେ ଏହାକୁ ବେଦାନ୍ତ କମ୍ପାନୀର ଚାପରେ ପୁଲିସ ଶ୍ରମିକ ସଂଘ ସଭାପତି ସଞ୍ଜିବ ପେସନିଆଙ୍କୁ ଡାକି ଏହି ଶୋକସଭା ପାଳନ ନକରିବାକୁ ମନା କରିଦେଇଥିବା ଜଣାପଡିଛି । ପରେ ସଂଘ ସଭାପତି ଏହି ଦୁଇଜଣ ଶ୍ରମିକର ଆତ୍ମାର ସଦଗତି କାମନା ପାଇଁ ନିରାଡମ୍ବର ଭାବରେ ଶୋକସଭା ପାଳନ କରି ଦୁଇଟି ପରିବାରକୁ ଡାକି ଶୋକସଭା ପାଳନ କରିଥିଲା । ତେବେ ଏହି ଶୋକସଭା ସମାବେଶକୁ ପୁଲିସ କାହିଁକି ମନାକଲା ତାହାକୁ ନେଇ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Omkar Vasthu
Omkar Vasthu


ସଂଘ ସଭାପତି ଶ୍ରୀଯୁକ୍ତ ପେସନିଆ କହିବା ଅନୁସାରେ ଏହି ଶୋକସଭା ପାଳନ କରିବା ପାଇଁ ପ୍ରଥମେ ଅନୁମତି ମଗାଯାଇଥିଲା । ଲାଞ୍ଜିଗଡ ଥାନାଧିକାରୀ ଅନୁମତି ପ୍ରଦାନ କରିଥିଲେ, ପରେ ଶୋକସଭାର ପ୍ରସ୍ତୁତି ସରିବା ପରେ ବେଦାନ୍ତ କମ୍ପାନୀର ଚାପରେ ତାହାକୁ ବାତିଲପାଇଁ ସଂଘକୁ କୁହା ଯାଇଥିଲା ବୋଲି ସେ ପ୍ରକାଶ କରିଛନ୍ତି । କମ୍ପାନୀର ଏହି ମନପୋଲିକୁ ଶ୍ରମିକ ସଂଘ କେବେ ବରଦାସ୍ତ କରିବନି ଏହାର କଡା ଜବାବ ଦିଆଯିବ ବୋଲି ପୂର୍ବତନ ଶ୍ରମିକ ସଂଘ ସଭାପତି ଚନ୍ଦ୍ରଧ୍ୱଜ ପେସନିଆ ପ୍ରକାଶ କରିଛନ୍ତି । ଏହି ଶୋକସଭାରେ ଯୋଗଦେଇଥିବା ସମସ୍ତ ଅତିଥି ବେଦାନ୍ତର ଶ୍ରମିକ ବିରୋଧି ନିତିକୁ ସମାଲୋଚନ କରିଥିବା ବେଳେ ଆଜିର ନିରାଡମ୍ବର ଭାବରେ ପାଳନ ହୋଇଥିବା ଶୋକସଭା କାର୍ଯ୍ୟକ୍ରମରେ ଆଞ୍ଚଳିକ ବିକାଶ ପରିଷଦ ସଭାପତି ଶ୍ରୀଧର ପେସନିଆ, ଏମଡି ଆୟୁବ ଖାନ୍‌, ସୁନିଲ ଅଗ୍ରୱାଲ, ନୟନ ପାତ୍ର, ସମିତି ସଭ୍ୟ ପ୍ରଦିପ ମାଝୀ,ଚାଞ୍ଚେର ମାଝୀ, ରାଜେନ୍ଦ୍ର ମାଳି, ସୁବାଷ ମହାପାତ୍ର, ଲାଞ୍ଜିଗଡ ବ୍ଲକ ଉପାଧ୍ୟକ୍ଷା ତୁଳସି ନାଏକ ପ୍ରମୁଖ ଉପସ୍ଥିତ ରହି ଦିବଙ୍ଗତ ଆତ୍ମାର ସଦଗତି କାମନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ବେଳେ ଦୁଇଟି ପରିବାରକୁ ଶ୍ରମିକ ସଂଘ ତରଫରୁ ସମବେଦନା ଜଣାଇ ଥିଲେ । ଏହି କାର୍ଯ୍ୟକ୍ରମରେ ଶ୍ରମିକ ସଂଘ ତରଫରୁ ଉପ ସଭାପତି ଲିଙ୍ଗା ମାଝୀ, ସାଧାରଣ ସମ୍ପାଦକ ଭୁପେନ୍ଦର ମହାରଥା, କୋଷାଧ୍ୟକ୍ଷ ସତ୍ୟନାରାୟଣ ନାୟକ, ସହ ସମ୍ପାଦକ ସୁମନ୍ତ ଦଳବେହେରା ଓ ସଂଘର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Pearl dental clinic
Near Ashish Medical Store, Bhawanipatna

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.