ବେଧଡକ ଗୁଟଖା କାରବାର: ଧରପଗଡ ଶୁନ୍, ସମସ୍ତେ ବେଫିକର

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଓ ସୀମାନ୍ତ ନର୍ଲା ବ୍ଲକର ବିଭିନ୍ନ ସ୍ଥାନରେ ଗୁଟଖା, ସିଗାରେଟ ପରି ଦ୍ରବ୍ୟର ଖୁଲମଖୁଲା ବିକ୍ରି ବଟା ଚାଲିଛି। ଏସବୁ ମାଦକ ଦ୍ରବ୍ୟର ବିକ୍ରି ଉପରେ ରୋକ ଲଗାଇବା ପାଇଁ ‘କୋଟପା’ ଆଇନ ଲାଗୁ ହୋଇଛି, କିନ୍ତୁ ଲାଞ୍ଜିଗଡ଼ ଓ ନର୍ଲା ଅଞ୍ଚଳରେ ଏହାର କୈାଣସି ପ୍ରଭାବ ପଡିପାରୁନାହିଁ। ବ୍ଲକର ସବୁ ପାନ ଦୋକାନ ଓ କିରାନା ଦୋକାନମାନଙ୍କରେ ସଫଳ ସମେତ ଅନେକ କିସମର ଗୁଟଖା ଓ ସିଗାରେଟ କାରବାର ଚାଲିଛି। ଜନଗହଳି ସ୍ଥାନ ଏପରିକି ଶିକ୍ଷାନୁଷ୍ଠାନ ପାଖରେ ଖୁଲମଖୁଲା ଏସବୁ ଅସିଦ୍ଧ ଜିନିଷ ବିକ୍ରି ହେଉଛି। ସମୟ ସମୟରେ ୫ଟଙ୍କାର ସଫଳ ଗୁଟଖା ୬ରୁ ୮ଟଙ୍କାରେ ବିକ୍ରି ହେଉଥିବା ନଜରକୁ ଆସିଛି। ଖୁଚୁରା ଦୋକାନୀମାନେ ପ୍ରକାଶ କରିଛନ୍ତି ଯେ, ରୁପ୍ରାରୋଡର ସଫଳ ହୋଲସେଲର କୃତ୍ରିମ ଅଭାବ ସୃଷ୍ଟି କରି ଦାମ ବଢାଇ ଦେଉଥିବାରୁ ବ୍ୟବସାୟୀମାନେ ମଧ୍ୟ ସେହି ଅନୁସାରେ ଦର ବଢାଇ ଦେଇଥାନ୍ତି ତେଣୁ ଆମେ ବାଦ୍ଧ୍ୟହୋଇ ୬/୭ଟଙ୍କାରେ ସଫଳ ଗୁଟଖା ବିକ୍ରି କରୁଛୁ। ଏପଟେ ପ୍ରଶାସନିକ ଧରପଗଡ ଶୁନ୍ ଥିବାରୁ ଏହାର ଭରପୁର ଫାଇଦା ନେଉଛନ୍ତି ହୋଲସେଲର, ବ୍ୟବସାୟୀ ଓ ଖୁଚୁରା ଦୋକାନୀ। ଏଥିରେ ପ୍ରବଳ ଟିକସ ଫାଙ୍କି ସହ ବ୍ୟାପକ କଳାବଜାରୀ ହେଉଥିବାବେଳେ ବିକ୍ରି କର ବିଭାଗ ଓ ପ୍ରଶାସନିକ ଅଙ୍କୁଶ ଅଭାବରୁ ଜନତା ଶୋଷଣର ଶିକାର ହେଉଛନ୍ତି। ଗତ ମଙ୍ଗଳବାର ଦିନ ମ.ରାମପୁରରେ ପ୍ରଶାସନ ଓ ପୋଲିସ ବିଭାଗ ପକ୍ଷରୁ ମ.ରାମପୁର ସହରର ଦୋକାନମାନଙ୍କରେ ଚଢ଼ାଉ କରି ବ୍ୟାପକ ପରିମାଣରେ ଗୁଟଖା ସାମଗ୍ରୀ ଜବତ କରାଯାଇ ଜରିମାନା ଆଦାୟ କରାଯାଇଥିଲା। ଏହା ପୂର୍ବରୁ ରୁପ୍ରାରୋଡର ଜଣେ ବ୍ୟବସାୟୀଙ୍କ ନର୍ଲା ସ୍ଥିତ ଦୋକାନରେ ବିକ୍ରି କର ବିଭାଗ ଚଢାଉକରି ବ୍ୟାପକ ସଫଳ ଗୁଟଖା ଓ ସିଗାରେଟ ଜବତ କରିଥିଲେ। ଏଥିରେ ପ୍ରବଳ ଟିକସ ଫାଙ୍କି ହୋଇଥିବା ଜଣାପଡିଛି। ତେଣୁ ପ୍ରଶାସନ ପକ୍ଷରୁ ଗୁଟଖା ସାମଗ୍ରୀ ଉପରେ ଚଢ଼ାଉ କଲେ ସାଧାରଣ ଜନତା ଆସ୍ବସ୍ଥ ହେବାସହ ସରକାରୀ ରାଜକୋଷକୁ ବିକ୍ରିକର ଯିବାସହ କଳାବଜାରୀର ଗୁମର ଫିଟିଯିବ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.