ନୂଆପଡା: ନୂଆପଡା ଜିଲ୍ଲା ବାର ଏସୋସିଏସନର ନିର୍ବାଚନ ଫଳାଫଳ ଘୋଷଣା ହୋଇଛି। ଗତ ମାର୍ଚ୍ଚ ୬ ରୁ ୮ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ହୋଇଥିବା ବେଳେ ୧୩ ଟି ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ହୋଇଥିଲା। ଏଥିରେ ପୂର୍ବତନ ସଭାପତି ପ୍ରସନ୍ନ କୁମାର ପାଢ଼ୀ ସଭାପତି ଓ ପ୍ରକାଶ ଚନ୍ଦ୍ର ସ୍ୱାଇଁ ( ପପ୍ପୁ ) ଉପ ସଭାପତି ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ସେହିପରି ଯୁଗ୍ମ ସମ୍ପାଦକ ଭାବେ ଅନୁପ ଶର୍ମା, କୋଷାଧକ୍ଷ ଭାବେ ବିଶ୍ୱନାଥ ରଣା ନିର୍ବାଚିତ ହୋଇଥିଲେ। ସଦସ୍ୟ ଭାବେ ଅଶୋକ ଦେୱାଙ୍ଗନ, ଉପଦେଷ୍ଠା ମଣ୍ଡଳୀର ଅଶ୍ୱିନୀ ପାତ୍ର, ଚନ୍ଦ୍ରହାସ ସାହୁ, କୁମୁଦ ହୋତା, ନାରାୟଣ ପ୍ରସାଦ ଯୋଶୀ ପ୍ରମୁଖ ମନୋନୀତ ହୋଇଛନ୍ତି। ଶନିବାର ସମ୍ପାଦକ ପଦ ପାଇଁ ଅଶ୍ୱିନୀ ବାଗ ଓ ପୁରୁଷୋତ୍ତମ ସୋନୀଙ୍କ ମଧ୍ୟରେ ନିର୍ବାଚନ ଲଢେଇ ହୋଇଥିଲା। ୬୫ ଭୋଟ ମଧ୍ୟ ରୁ ୬୩ ଟି ଭୋଟ ପୋଲିଙ୍ଗ ହୋଇଥିଲା ବେଳେ ୩୬ ଟି ଭୋଟ ଅଶ୍ୱିନୀ ପାଇ ଥିବା ବେଳେ ୨୭ ଟି ଭୋଟ ପୁରୁଷୋତ୍ତମ ପାଇଥିଲେ। ୯ଟି ଭୋଟ ବ୍ୟବଧାନରେ ଅଶ୍ୱିନୀ ବିଜୟୀ ହୋଇଥିଲେ।
ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in