ଉପାନ୍ତ ଇଲାକାରେ ନେଟୱର୍କ ଅପହଞ୍ଚ

ଗୁଣୁପୁର, (ଦିଲୀପ କୁମାର ପଣ୍ଡା): ରାୟଗଡ଼ା ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ଇଣ୍ଟରନେଟ ସେବା ସାତ ସପନ। ଆଜିବି ଅନେକ ଗ୍ରାମରେ ନେଟୱର୍କ ନଥିବାରୁ ଲୋକେ ନାହିଁନଥିବା ଅସୁବିଧାରେ ସମ୍ମୁଖିନ ହେଉଛନ୍ତି। ଜିଲ୍ଲାର ଗୁଡାରି, ରାମନାଗୁଡା, କୋଲନରା, କାଶୀପୁର, ଚନ୍ଦ୍ରପୁର ଆଦି ବ୍ଲକରେ ବସବାସ କରୁଥିବା ଲୋକମାନେ ୫୦ ପ୍ରତିଶତ ନେଟୱର୍କ ସେବାରୁ ବଞ୍ଚିତ ହେଉଥିବା ବେଳେ ଜିଲ୍ଲାର ପଦ୍ମପୁର, ଗୁଣୁପୁର ,ମୁନିଗୁଡ଼ା ବିଷମ କଟକ ବ୍ଲକ ଭଳି ସ୍ଥାନରେ ମଧ୍ୟ କିଛି କିଛି ଅଞ୍ଚଳରେ ସମାନ ଅବସ୍ଥା ନେଟୱର୍କ ଅସୁବିଧା ଯୋଗୁଁ ଅନେକ ସରକାରୀ ସେବା ଓ ବ୍ୟାଙ୍କ ସେବା, ଡାକ ସେବା ବାଧାପ୍ରାପ୍ତ ହେଉଛି। ଏ ଭଳି ପରିସ୍ଥିତିରେ ଚନ୍ଦ୍ରପୁର ବ୍ଲକର କଥା ନ କହିବା ଭଲ। ଜିଲ୍ଲାର ଅନେକ ଗାଁ ମାନଙ୍କରେ ଛାତ୍ରଛାତ୍ରୀ ମଧ୍ୟ ଅନଲାଇନ ଶିକ୍ଷା ପାଇବାରେ ବଞ୍ଚିତ ହେଉଛନ୍ତି। ଲୋକେ ନେଟୱର୍କ ପାଇବା ଆଶାରେ କିଏ ପାହାଡ଼ ଚଢୁଛିତ କିଏ ପଥର ଉପରେ ଛିଡା ହେଉଛି ଆଉକିଏ କିଏ ଗଛ ଉପରକୁ ଚଢି ନେଟୱର୍କ ଖୋଜୁଛି। ଅନେକ ବର୍ଷହେଲା ଏସବୁ ଅସୁବିଧା ଲାଗି ରହୁଥିବାରୁ ପ୍ରଶାସନ ଏଦିଗରେ ଧ୍ୟାନ ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.