ନୀତି ଆୟୋଗ ଓ ପିରାମଲ ଫାଉଣ୍ଡେସନର ମିଳିତ କାର୍ଯ୍ୟକ୍ରମ: “ସୁରକ୍ଷିତ ହମ ସୁରକ୍ଷିତ ତୁମ”ର ଭର୍ଚୁଆଲ ମିଟିଂ

ରାୟଗଡ, (ଶିବ ନାରାୟଣ ଗୈାଡ): ନୀତି ଆୟୋଗ ଓ ପିରାମଲ ଫୋଉଣ୍ଡେସନ୍ ତରଫରୁ “ସୁରକ୍ଷିତ ହମ ସୁରକ୍ଷିତ ତୁମ” କାର୍ଯ୍ୟକ୍ରମର ଭାର୍ଚୁଆଲ ସଭା ଜରିଆରେ ଜିଲ୍ଲାପାଳ ରାୟଗଡ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଶୁଭ ଉଦଘାଟନ କରାଯାଇଥିଲା । ଏଥିରେ ଜିଲ୍ଲାରେ କାର୍ଯ୍ୟରତ ସ୍ବେଚ୍ଛାସେବୀଙ୍କୁ ନେଇ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ପିରାମଲ ଫୋଉଣ୍ଡେସନର ରାଜ୍ୟ ସ୍ତରୀୟ ଦାୟିତ୍ୱରେ ଥିବା ଅବସରପ୍ରାପ୍ତ ସେନା ଅଧିକାରୀ ପୁନିତ ନାଇଥନୀ ନିଜ ବକ୍ତବ୍ୟରେ ପିରାମଲ ଫାଉଣ୍ଡେସନର କାର୍ଯ୍ୟକ୍ରମ ଦ୍ୱାରା କିଭଳି ଭାବେ ଅନ୍ୟ ରାଜ୍ୟ ଗୁଡ଼ିକରେ ତାର ପ୍ରଭାବ ପଡିଛି ତାହା ପାୱାର ପଏଣ୍ଟ ଜରିଆରେ ବୁଝାଇଥିଲେ ।


ଏଥିସହ ଶିକ୍ଷା ଓ ସ୍ୱାସ୍ଥ୍ୟ ଆମ ଫୋଉଣ୍ଡେସନର ମୂଳ ଲକ୍ଷ୍ୟ ବୋଲି ଉପସ୍ଥାପନ କରିବା ସହ କୋଭିଡ଼ ଆକ୍ରନ୍ତଙ୍କ ନିମନ୍ତେ ଏ ଫୋଉଣ୍ଡେସନ୍ କାମ କରୁଥିବା, ଏବଂ ସବୁଠାରୁ ବଡ଼ କଥା ହେଲା ଯେଉଁମାନେ ହୋମ କ୍ୱାରେନଟାଇନରେ ରହୁଛନ୍ତି ସେମାନଙ୍କ ପାଖକୁ ଆବଶ୍ୟକ ପଡ଼ିଲେ ଅକ୍ସିଜେନ କନସେନଟ୍ରେଟ,ଏନ-୯୫ ମାସ୍କ ସାନିଟାଇଜର ଇତ୍ୟାଦି ସ୍ୱେଚ୍ଛାସେବୀଙ୍କ ଦ୍ୱାରା ସେମାନଙ୍କ ପାଖକୁ ପଠାଇବା ବ୍ୟବସ୍ଥା ରହିଛି ବୋଲି କହିଥିଲେ । ଜିଲ୍ଲାପାଳ ଶ୍ରୀ ମିଶ୍ର ତାଙ୍କ ପ୍ରାରମ୍ଭିକ ଭାଷଣରେ ସୂଚନା ଦେଇଥିଲେ ଯେ , ରାୟଗଡ ମୋ ପାଇଁ ଏକ ସ୍ଵତନ୍ତ୍ର ସ୍ଥାନ ରହି ଆସିଛି, ଯେହେତୁ ମୋର ଚାକିରୀ ଆରମ୍ଭର ପ୍ରଥମ ସ୍ଥାନ ତତ୍ ସଙ୍ଗେ ନୂତନ ଜିଲ୍ଲା ଗଠନ ଏବଂ ନବ ନିର୍ମିତ ଜିଲ୍ଲାର ଗୁରୁ ଦ୍ୱାଇତ୍ୱ ରହିଥିଲା ବୋଲି କହିବା ସହ ରାୟଗଡର ସମୂହ ବିକାଶ ପାଇଁ ମୁଁ ସର୍ବଦା ଚେଷ୍ଟା କରୁଛି ବୋଲି କହିଥିଲେ ଏବଂ ନୀତି ଆୟୋଗଙ୍କ ଦ୍ୱାରା ପରିଚାଳିତ ଏହି କାର୍ଯ୍ୟକ୍ରମକୁ ଯଥା ଶୀଘ୍ର ଆରମ୍ଭ କରିବାକୁ କହିଥିଲେ । ସେହିଭଳି ପିରାମଲ ଫୋଉଣ୍ଡେସନର ଶ୍ରୀ ରାଣା ରାୟଗଡ ଜିଲ୍ଲା ପାଇଁ ଯେଉଁ ଯେଉଁ ସବୁ ସ୍ବେଚ୍ଛାସେବୀ ମିଟିଙ୍ଗରେ ଥିଲେ ସେମାନଙ୍କ ସହ ଆଲୋଚନା କରି ବ୍ଲକ ସ୍ତରୀୟ ସ୍ୱେଚ୍ଛାସେବୀ ଚୟନ କରିବା ପାଇଁ ଯାହା ଆବଶ୍ୟକ ପଦକ୍ଷେପ ଦରକାର ପଡିବ ତାହା ଯୋଗାଇ ଦିଆଯିବ ବୋଲି କହିଥିଲେ । ନୀତି ଆୟୋଗ ଦ୍ୱାରା ହେଉଥିବା ଏହି ନୂତନ କାର୍ଯ୍ୟକ୍ରମ କିଭଳି ରାୟଗଡ ଜିଲ୍ଲାରେ କାର୍ଯ୍ୟକାରୀ ହେବ ତାହା ନେଇ ଏନଆରଏଚଏମ ଡିପିଏମ ରାଜେଶ୍ୱର ପଟ୍ଟନାୟକ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଆର୍ତ୍ତବନ୍ଧୁ ନାୟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ଅନୁସାରେ ସହାୟତା ଯୋଗାଇ ଦେବାକୁ ଅଛନ୍ତି ବୋଲି କୁହାଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.