ଓଡ଼ିଶୀ ନୃତ୍ୟଶିଳ୍ପୀ ଅମୃତା ଲୋପାମୁଦ୍ରାଙ୍କ ଜନ୍ମଦିନରେ ରକ୍ତଦାନ ଶିବିର

କଟକ: ଓଡ଼ିଶୀ ନୃତ୍ୟଶିଳ୍ପୀ ତଥା ବିଶିଷ୍ଟ କଣ୍ଠଶିଳ୍ପୀ ଅମୃତା ଲୋପାମୁଦ୍ରାଙ୍କ ୪୨ତମ ଜନ୍ମ ଦିବସ ଅବସରରେ ରକ୍ତଦାନ ଶିବିର ରାଜଧାନୀ ଡାକ୍ତରଖାନା ରକ୍ତଭଣ୍ଡାରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୪୩ ୟୁନିଟ ରକ୍ତ ସଂଗ୍ରହ ହୋଇଛି। ଶିବିରକୁ ଓଡ଼ିଶା ଖଦୀ ଓ ଗ୍ରାମୋଦ୍ୟୋଗ ବୋର୍ଡ଼ର୍ ସଭାପତି ସଂଗ୍ରାମ ପାଇକରାୟ ଉଦଘାଟନ କରିଥିଲା ବେଳେ ରକ୍ତଭଣ୍ଡା ନିର୍ଦ୍ଦେଶକ ଡକ୍ଟର ଦେବାଶିଷ ମିଶ୍ର ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ କଳିଙ୍ଗ ଐତିହ ସୁରକ୍ଷା ମଞ୍ଚର ସମ୍ପାଦକ ଚିତ୍ତରଞ୍ଜନ ମହାନ୍ତି, ମିଶନ ରକ୍ତଦାନ ଅଭିଯାନର ଆବାହକ ନିରଞ୍ଜନ ପଟ୍ଟନାୟକ, ହରପ୍ରସାଦ ମହାପାତ୍ର, ଚନ୍ଦ୍ରକାନ୍ତ ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ। ଏପରି ମହତ କାର୍ଯ୍ୟକରି ନିଆରା ଢଙ୍ଗରେ ଜନ୍ମଦିନ ପାଳନକୁ ସମସ୍ତ ମହଲରେ ଉଚ୍ଚ ପ୍ରସଂଶା କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.