ବେଦାନ୍ତ ପକ୍ଷରୁ ସମ୍ବର୍ଦ୍ଧିତ ହେଲେ କବି ଡ଼ଃ ଭବାନୀ ଶଙ୍କର ନିଆଲ

ଲାଞ୍ଜିଗଡ଼, ୩୦|୮: ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା କବି ଡ଼ଃ ଆମ୍ବାସେଡର ଭବାନୀ ଶଙ୍କର ନିଆଲଙ୍କୁ ଲାଞ୍ଜିଗଡ ବେଦାନ୍ତ ପକ୍ଷରୁ ସମ୍ମାନିତ କରାଯାଇଛି। ଶ୍ରୀ ନିଆଲଙ୍କ କବିତା ଆନ୍ତର୍ଜାତୀୟ ସ୍ତରରେ ମୋଟ ଅଠରଟି ଭାଷାରେ ଅନୁଦିତ ହୋଇ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିଥିବାରୁ ତାଙ୍କ ନିକଟକୁ ଅନେକ ଶୁଭେଚ୍ଛାବାର୍ତ୍ତା ପହଞ୍ଚିବାର ଲାଗିଛି। ଏହି ପରିପ୍ରେକ୍ଷୀରେ ଲାଞ୍ଜିଗଡ଼ ବେଦାନ୍ତ କମ୍ପାନୀ ତରଫରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।

Omkar Vasthu
Omkar Vasthu


ଏନେଇ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବେଦାନ୍ତର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଜି.ଜି. ପାଳ କବିଙ୍କୁ ସମ୍ବର୍ଦ୍ଧନା କରିଥିଲେ। ଏଥିରେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷ ଇଂ. ଫକୀର ମୋହନ ମାଝୀ, ବେଦାନ୍ତର ସୁରକ୍ଷା ବିଭାଗ ମୁଖ୍ୟ ସନ୍ଦୀପ ମହାପାତ୍ର, ସମାଜିକ ସୁରକ୍ଷା ବିଭାଗ ମୁଖ୍ୟ ଡ଼ା. ନୀଳାଦ୍ରି ପାରହି, ବାହ୍ୟ ସମ୍ପର୍କ ଅଧିକାରୀ ଭାରତ ଭୂଷଣ ଯୋଶୀ, ଚିନ୍ମୟ ଷଡ଼ଙ୍ଗୀଙ୍କ ସମେତ କମ୍ପାନୀର କର୍ମଚାରୀମାନେ ଉପସ୍ଥିତ ଥିଲେ। ସି.ଏସ.ଆର. ମୁଖ୍ୟ ନୀଳାନ୍ଦ୍ରୀଭୂଷଣ ପାଢ଼ୀ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Pearl dental clinic
Near Ashish Medical Store, Bhawanipatna


ଏଠାରେ ପ୍ରକାଶଯୋଗ୍ୟ ଯେ, କ୍ରମାଗତ ଭାବେ କବି ନିଆଲଙ୍କ କବିତା ଇଂରାଜୀ, ଇଟାଲୀ, ରୁଷ, ଫ୍ରାନ୍ସ, ଚୀନ, ଆର୍ବିକ, ପାର୍ସିଆ, ପୋଲିସ, ସ୍ପେନିସ, ଆଲବାନିୟନ, ଫିଲିପିନୋ ଭଳି ଆନ୍ତଃରାଷ୍ଟ୍ରୀୟ ଭାଷାରେ ଅନୁଦିତ ହୋଇଛି। ଉକ୍ତ କବିତା ଗୁଡିକୁ ଇଂରାଜୀ ଭାଷାରେ ଅଧ୍ୟାପକ ଗୋବିନ୍ଦ ସାହୁ, ଇଟାଲୀ ଭାଷାରେ କବି ଇମାନୁଏଲ ରିଜୋ, ସର୍ବିଆ ଭାଷାରେ କବି ଶୋଭା ସୋଭକା ଶୋଭିକ, ଚୀନ ଭାଷାରେ କବି ଲାଉ ଫୁ, ରୁଷ ଭାଷାରେ ଏଲିନା ଡାନିସିନା, ଫ୍ରାନ୍ସ ଭାଷାରେ ଏଲିଜା ବେଥ ପ୍ଲେନାଟୋ, ସ୍ପେନିସ ଭାଷାରେ ଆମେରିକୀୟ କବି ଏଞ୍ଜେଲ ଗୁସ୍ତାଭୋ ବେନାଭିଡିସ, ପୋଲିସ ଭାଷାରେ ପୋଲାଣ୍ଡ କବି ଜିଜନିଉ ମାଇରୋସ୍ଲୋୱସ୍କି, ଫିଲିପିନୋ ଭାଷାରେ ଡ଼. ଜେସୁକା ପି. ବେସିନ, ଆର୍ବିକ ଭାଷାରେ କବି ମହମ୍ମଦ ହେଲ୍ମୀ ଅଲ୍ ରିଶା, ଭିଏତନାମା ଭାଷାରେ କବି ମେ ହୋଆ ଡୁ ଏବଂ ଅଳବାନିୟନ ଭାଷାରେ କବି ମାରଜେତା ଶଟ୍ରୋ ରାରପାଜ୍ ଅନୁବାଦ କରିଛନ୍ତି।

Udyog Nursery
Udyogi Nursery

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.