କେସିଙ୍ଗା ସାମ୍ବାଦିକ ମହାସଂଘର ନୂତନ କର୍ମକର୍ତ୍ତା ଚୟନ

● ସୁଶାନ୍ତ ମହାପାତ୍ର ସଭାପତି, ତୁମ୍ବେଶ୍ବର ସାହୁ ସମ୍ପାଦକ

କେସିଙ୍ଗା, ୪|୯ (ବର୍ଦ୍ଧମାନ ଜୈନ): କେସିଙ୍ଗା ନିୟନ୍ତ୍ରିତ ବଜାର କମିଟି ସଭାଗୃହ ଠାରେ ସାମ୍ବାଦିକ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେସିଙ୍ଗା ସାମ୍ବାଦିକ ମହାସଂଘ ଗଠିତ ହୋଇ ନୂତନ କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷିତ ହୋଇଥିଲା। ଅସ୍ଥାୟୀ ସଭାପତି ଚନ୍ଧ୍ରମଣି ସ୍ବାଇଁଙ୍କ ଅଧ୍ୟକ୍ଷ୍ୟତାରେ ଆୟୋଜିତ ଉକ୍ତ ବୈଠକରେ ସର୍ବସମ୍ମତି କ୍ରମେ ‘କେସିଙ୍ଗା ସାମ୍ବାଦିକ ମହାସଂଘ’ର ସଭାପତି ଭାବେ ସୁଶାନ୍ତ ମହାପାତ୍ର, କାର୍ଯ୍ୟକାରୀ ସଭାପତି ଡମ୍ବରୁଧର ଭୋଇ, ଉପସଭାପତି ବଳରାମ ନାଏକ, ଡମ୍ବରୁଧର ପଟ୍ଟନୟକ, ବିନୋଦ ଜୈନ, ମହମ୍ମଦ ଅଘଜାନ, ସାଧାରଣ ସଂପାଦକ ଭାବରେ ତୁମେଶ୍ବର ସାହୁ, ସହସଂପାଦକ ମଧୁ ସିନ୍ଧୁର, ଯୁଗ୍ମ ସଂପାଦକ ମନୋଜ କୁମାର ସିଂହ, ଶିବ ପ୍ରସାଦ ସାହୁ, ବିବେକାନନ୍ଦ ଦାଶ, କୋଷାଧ୍ୟକ୍ଷ ଭାବରେ ଅର୍ଜୁନ ପୋଢ, ମୁଖ୍ୟ ଉପଦେଷ୍ଟା ଭାବରେ ଚନ୍ଧ୍ରମଣି ସ୍ବାଇଁ, ସୁରେଷ ଅଗ୍ରଓ୍ବାଲ, ଯଯାତି କେଶରି ଦେଓ, ଆଇନ ଉପଦେଷ୍ଟା ଭାବେ ବରିଷ୍ଠ ଆଇନଜିବୀ ପ୍ରକାଶ ଦାଶ, କାର୍ଯ୍ୟକାରୀ ସଦସ୍ୟ ଭାବରେ ଗୋପାଳ ଶର୍ମା, ଫିରୋଜ ଦାଶ, ପ୍ରଫୁଲ୍ଲ ସାହୁ, ଝସକେତନ ଚୌଧୁରି, ସଂଗ୍ରାମ କେଶରି ଦେଓ, ଦୟାନିଧି ସା, ଜଗମୋହନ ସାହୁ, ସୁବାଷ ଅଗ୍ରଓ୍ବାଲ, ସଞ୍ଜୟ କୁମାର ଜୈନ ପ୍ରମୁଖ ମନୋନୀତ ହୋଇଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.