ପିତୃପକ୍ଷ: ପରଲୋକଗତ ପିତୃପୁରୁଷଙ୍କୁ ସମ୍ମାନ ଓ କୃତଜ୍ଞତା ଜ୍ଞାପନ କରିବାର ଅନନ୍ୟ ଅବସର

ନିଜର ପରଲୋକଗତ ପିତୃପୁରୁଷଙ୍କୁ ଶ୍ରଦ୍ଧା ପୂର୍ବକ ଶୁଦ୍ଧ ବ୍ୟଞ୍ଜନ ସହିତ ଦୁଧ, ଦହି ଓ ଘିଅ ଦେବାର ପରମ୍ପରାର ଅନ୍ୟନାମ ଶ୍ରାଦ୍ଧ ଅଟେ । ଭାରତ ଏପରି ଏକ ଦେଶ ଯେଉଁଠି ଜୀବିତ ବ୍ୟକ୍ତି ସଙ୍ଗେ ସଙ୍ଗେ ପୂର୍ବପୁରୁଷଙ୍କୁ ମଧ୍ୟ ସମ୍ମାନ କରାଯାଏ । ‘ଶ୍ରାଦ୍ଧ’ ଏପରି ଏକ କର୍ମ ଯେଉଁଠି ମନୁଷ୍ୟ ଆପଣା ପରଲୋକଗତ ପୂର୍ବପୁରୁଷଙ୍କୁ ସମ୍ମାନ ଓ କୃତଜ୍ଞତା ଜ୍ଞାପନ କରିଥାଏ ।

ସ୍କନ୍ଦ ପୁରାଣର କଥା ଅନୁସାରେ ଥରେ ରାଜା କରିନ୍ଦମ ଶୈବ ମହାଯୋଗୀ ମହାକାଳଙ୍କୁ ପଚାରିଲେ ‘ଭଗବାନ ମୋର ମନରେ ଏହି ସଂସୟ ଜାତ ହେଉଛିକି ମନୁଷ୍ୟ ଦ୍ବାରା ପିତୃ ପୁରୁଷଙ୍କ ଉଦ୍ଦେଷ୍ୟରେ ତର୍ପଣ, ପିଣ୍ଡଦାନ ଆଦି ଯେଉଁ ସବୁ କାର୍ଯ୍ୟ କରାଯାଏ ଜଳ, ପିଣ୍ଡ ଓ ଅନ୍ୟାନ୍ୟ ପଦାର୍ଥ ଏଠାରେ ରହିଯାଏ ତେବେ କିପରି ଏହା ପିତୃଲୋକରେ ପହଞ୍ଚେ ଓ ପିତୃଗଣ ମୁକ୍ତି ପାଆନ୍ତି ?’ ରାଜା କରିନ୍ଦମଙ୍କ ସନ୍ଦେହ ମୋଚନ କରିବାକୁ ମହାଯୋଗୀ ମହାକାଳ କହିଲେ – ‘ରାଜନ, ଦେବତା ଓ ପିତୃଗଣଙ୍କ ଯୋନୀହିଁ ଏମିତିକି ସେମାନେ ଦୂରରୁ ଯେ କୌଣସି କଥା ସୁଣି ନିଅନ୍ତି, ଦୂରରୁ ପୂଜା ମଧ୍ୟ ଗ୍ରହଣ କରି ନିଆନ୍ତି ଓ ଦୂରର ସ୍ତୁତିରେ ସନ୍ତୋଷ ହୋଇଯାଆନ୍ତି । ଏମାନେ ତିନି ଲୋକକୁ ଜାଣିଥାଆନ୍ତି ଓ ସର୍ବତ୍ର ପହଞ୍ଚି ପାରନ୍ତି । ଏମାନଙ୍କ ଶରୀରରେ ତତ୍ତ୍ବ ରୂପରେ ଭଗବାନ ପୁରୁଷୋତ୍ତମ ନିବାସ କରିଥାନ୍ତି । ତେଣୁ ଦେବତା ଓ ପିତୃ ଲୋକମାନେ ରଶ ଓ ଗନ୍ଧ ତତ୍ତ୍ବରେ ତୃପ୍ତିଲାଭ କରିଥାନ୍ତି । ଏମାନେ ସ୍ପର୍ଶ ତତ୍ତ୍ବକୁ ଗ୍ରହଣ କରିନିଅନ୍ତି ଓ ପବିତ୍ରତାକୁ ଦେଖି ପରମ ତୃପ୍ତି ଲାଭ କରିଥାନ୍ତି । ଅନ୍ନ ଯେପରି ମନୁଷ୍ୟର ଆହାର ଘାସ ଯେପରି ପଶୁର ଆହାର ସେହିପରି ଅନ୍ନର ସାରତତ୍ତ୍ବହିଁ ପିତୃଗଣଙ୍କ ଆହାର । ଶୋଷ ଯେଉଁ ସ୍ଥୁଳ ବସ୍ତୁ ଅଟେ ସେମାନେ ଏଠାରେ ସ୍ଥିତ ହୋଇ ରହି ଯାଆନ୍ତି ।’

‘ଯମ ସୃତି’ ରେ କୁହାଯାଇଛି ମନ୍ତ୍ରବେତ୍ତା ବ୍ରାହ୍ମଣଙ୍କ ଶରୀରରେ ସ୍ଥିତରହି ପିତୃଗଣ ସେମାନଙ୍କ ଆହାର ଗ୍ରହଣ କରନ୍ତି । ଏହି ସଂଦର୍ଭରେ ପଦ୍ମ ପୁରାଣରେ ଲେଖା ଯାଇଛିକି ଭଗବାନ ଶ୍ରୀରାମ ସୃତି ମାନଙ୍କ ବିଧାନ ଅନୁସାରେ ‘ଶ୍ରାଦ୍ଧ’ ର ଆୟୋଜନ କରି ବ୍ରାହ୍ଣଣ ମାନଙ୍କୁ ଭୋଜନ କରାଇଲେ । ଯେତେବେଳେ ଶ୍ରାଦ୍ଧ କର୍ମ ଆରମ୍ଭ ହେଲା ସେତେବେଳେ ସୀତା ସେହି ସ୍ଥାନରୁ ଦୂରକୁ ହଟିଗଲେ । ପରେ ଶ୍ରୀରାମ ପଚାରିଲେ – ଯେତେବେଳେ ଶ୍ରାଦ୍ଧରେ ତୁମର ଆବଶ୍ୟକତା ସେତେବେଳେ ତୁମେ କାହିଁକି ଦୂରକୁ ହଟିଗଲ ? ସୀତା କହିଲେ – ଯେତେବେଳେ ଆପଣ ପିତା (ଦଶରଥ) ଙ୍କ ନାମୋଚ୍ଚାରଣ କଲେ, ସେତେବେଳେ ତାଙ୍କ ଆକୃତିର ସୁସଜ୍ଜିତ ବେଶଭୂଷାରେ ଅନ୍ୟ ଦୁଇ ପୁରୁଷ (ଅଜ,ରଘୁ) ମଧ୍ୟ ଉପସ୍ଥିତ ଥିଲେ । ପିତାଙ୍କ ସମ୍ମୁଖରେ ମୋତେ ଲାଜ ଲାଗିଲା ଓ ଏହା ଭାବି ହଟିଗଲିକି ମୋର ତପସ୍ବି ବେଶଭୂଷା ଦେଖି ତାଙ୍କ ମନରେ କଷ୍ଟ ନହେଉ । ସୀତାଙ୍କ କଥା ଶ୍ରବଣ କରି ଭଗବାନ ଶ୍ରୀରାମ ପରମ ଆନନ୍ଦ ଲାଭ କଲେ ।

ଏପରି ଦେଖିବାକୁ ଗଲେ ପ୍ରତ୍ୟେକ ଅମାବାସ୍ୟା ହିଁ ପିତୃ ପୁରୁଷଙ୍କ ପୁଣ୍ୟ ତିଥି ଅଟେ । କିନ୍ତୁ ଅଶ୍ବିନ ମାସ କୃଷ୍ଣପକ୍ଷ ପ୍ରତିପଦା ରୁ ଅମାବାସ୍ୟା ସମୟକୁ ପିତୃପକ୍ଷ ବୋଲି କୁହାଯାଇଥାଏ । ଏହି ସମୟରେ ଦେବତା ଓ ଋଷି ମାନଙ୍କୁ ତର୍ପଣ ଓ ପିତୃ ପୁରୁଷଙ୍କୁ ଜଳ ଦେବା ଉଚିତ । ବର୍ଷର ଯେକୌଣସି ତିଥିରେ ମୃତ୍ୟୁ ହୋଇଥିଲେ ମଧ୍ୟ ଏହି ତିଥିରେ ସେହ ମୃତ ବ୍ୟକ୍ତିର ଶ୍ରାଦ୍ଧ କରିବା ପରମ୍ପରା ରହିଆସିଛି । ଯିଏ ପ୍ରତିଦିନ ତର୍ପଣ କରିପାରନ୍ତି ନାହିଁ ସେ ଏହି ପକ୍ଷର ଅମାବାସ୍ୟାରେ ଅବସ୍ୟ ତର୍ପଣ ଓ ଜଳଦାନ କରିବା ଉଚିତ ।କୁହାଯାଏକି ପିତୃଗଣ ଏହି ଦିନ ଆପଣାର ପୁତ୍ର, ପୌତ୍ରଙ୍କ ଦ୍ବାରଦେଶରେ ଆପଣାର ତୃପ୍ତି ଆଶାନେଇ ଆସିଥାନ୍ତି । ଯେଉଁ ଲୋକ ଶ୍ରାଦ୍ଧ କରିଥାନ୍ତି ପିତୃଗଣ ସନ୍ତୁଷ୍ଟ ହୋଇ ଆଶିର୍ବାଦ ପ୍ରଦାନ କରିଥାନ୍ତି । ଯେଉଁମାନେ ଶ୍ରାଦ୍ଧ କରନ୍ତିନାହିଁ ତାଙ୍କର ପିତୃଗଣ ନିରାଶ ହୋଇ ଫେରି ଯାଆନ୍ତି । ଏହା ବ୍ୟତିରେକ ଯାହାଙ୍କ ଆର୍ଥିକ ଅବସ୍ଥା ଖରାପତ ସେହି ଲୋକ ଜଙ୍ଗଲ କିମ୍ବା ଗଙ୍ଗା (ନଦୀ) କୂଳରେ ଠିଆହୋଇ କହିବେ – ହେ ମୋର ପିତୃଗଣ ମୋ ପାଖରେ ଆପଣ ମାନଙ୍କୁ ଭୋଜନ କରାଇବାକୁ କିଛିନାହିଁ ମୋତେ କ୍ଷମା କରନ୍ତୁ । ତେବେବି ପିତୃ ସନ୍ତୁଷ୍ଟ ହୋଇ ଆଶିର୍ବାଦ ପ୍ରଦାନ କରିଥାନ୍ତି ।

ଉପସ୍ଥାପନା:
ସୁନୀଲ କୁମାର ଧଙ୍ଗଡାମାଝୀ
ସଂପାଦକ, ଓଡିଆ ବାର୍ତ୍ତା

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.