ପ୍ରକାଶ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

● ସେମି ରେ ଖରିଆର ରୋଡ ଜୋଙ୍କ ଓ ନୂଆପଡା ମହାମାୟା ଦଳ

ନୂଆପଡା: ସ୍ଥାନୀୟ ମିନି ଷ୍ଟାଡିଅମ ଠାରେ ନୂଆପଡା ଜିଲ୍ଲା ଫୁଟବଲ ସଂଘ ତରଫରୁ ଆବାହକ ଭୈରବ ସାହୁ ଙ୍କ ଆୱାନ କ୍ରମେ ଏନ୍ଏସି ଏବଂ ବ୍ଲକ ସ୍ତରୀୟ ଟିମକୁ ନେଇ ପ୍ରକାଶ ମେମୋରିଆଲ ନୂଆପଡା କପ ଫୁଟବଲ ଟୁର୍ନାମେଣ୍ଟ ସୋମବାର ଉଦଘାଟିତ ହୋଇଯାଇଛି। ଅପରାହ୍ନରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ଜିଲ୍ଲା ପରିଷଦ ଅଧକ୍ଷା ନମିତା ପ୍ରଧାନ, ଉପାଧ୍ୟାକ୍ଷ ଭାନୁ ପ୍ରତାପ ସିଂ ମାଝୀ, ସଦର ବ୍ଲକ ଅଧକ୍ଷା ତାରେଶ୍ବରୀ ସାହୁ, ଜିଲ୍ଲା ପରିଷଦ ସଭ୍ୟ ପ୍ରିୟ ରଞ୍ଜନ ମେହେର, ପତୋରା ପାଣି ପଂଚାୟତ ଅଧକ୍ଷ ରାଜେଶ ନିଗମ, ଜିଲ୍ଲା ବିଜେଡି ଉପ ସଭାପତି କ୍ଷିତୀଶ ବୋଧଙ୍କର, ଜିଲ୍ଲା ବିଜେଡି ସମ୍ପାଦକ ସୁଧୀର ମିଶ୍ର, ଧରମବନ୍ଧା ସମିତି ସଭ୍ୟା ଭୁବନେଶ୍ୱରୀ ଦଣ୍ଡସେନା, କୁଳିଆବନ୍ଧା ସମିତି ସଭ୍ୟ ହୀରାଲାଲ ପଟେଲ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଥିଲେ।


ଉଦ୍ଘାଟନୀ ମ୍ୟାଚ ଖରିଆର ରୋଡ ଜୋଙ୍କ ଦଳ ଓ ସିନାପାଲି ଉଦନ୍ତି ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚରେ ଖରିଆର ରୋଡ ଦଳ ୧-୦ ରେ ସିନାପାଲି ଉଦନ୍ତୀ ଦଳକୁ ପରାସ୍ତ କରି ପ୍ରଥମ ଦଳ ଭାବେ ସେମି ଫାଇନାଲକୁ ପ୍ରବେଶ କରିଥିଲା। ଦ୍ଵିତୀୟ ମ୍ୟାଚ ଟି ନୂଆପଡା ମହାମାୟା ଦଳ ଓ ଖରିଆର ପେନ୍ଥର୍ସ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏହି ମ୍ୟାଚରେ ନୂଆପଡା ମହାମାୟା ଦଳ ୧-୦ ରେ ବିଜୟୀ ହୋଇ ଦ୍ଵିତୀୟ ଦଳ ଭାବେ ଟୁର୍ନାମେଣ୍ଟ ର ସେମି ଫାଇନାଲ ରେ ପ୍ରବେଶ କରିଥିଲେ।


ଏହି କ୍ରିଡାରେ ରେଫରି ଭାବେ ବି. ଯୋଗେଶ କୁମାର, ଲାଇନ୍ସ ମ୍ୟାନ ତାପସ ଦାଶ, ମନୋଜ ନାଗ, ରାଜୁ ଖରସେଲ ଖେଳ ପରିଚାଳନା କରିଥିବା ବେଳେ ମହେନ୍ଦ୍ର ଭୋଇ ସ୍କୋରର ଦାଇତ୍ୱ ତୁଲାଇ ଥିଲେ। ପ୍ରମୋଦ ପୂଝରୀ ବୈକୁଣ୍ଠ ପୁଞ୍ଜି, ସତ୍ୟ ପଟେଲ, ରାଜୁ ହେର୍ଣ୍ଣା,ଦିଲୀପ ପୋଢ଼, ଗଜିନ୍ଦ୍ର ବାଗ, ସିଦ୍ଧାନ୍ତ ଶବର,ଦିବ୍ୟ ରଞ୍ଜନ ବେମାଲ ପ୍ରମୁଖ ବିଶେଷ ଭାବେ ସହଯୋଗ କରିଥିଲେ।

ଟୁର୍ନାମେଣ୍ଟ ର ଦ୍ଵିତୀୟ ଦିନ ଖେଳ କୋମନା ବ୍ଲକ ବାରିକ ଚେଲେଞ୍ଜର୍ସ ଓ ଖରିଆର ଏନ୍ଏସି ସମଲେଶ୍ୱରୀ କ୍ଳବ ଦଳ ଏବଂ ଦ୍ଵିତୀୟ ମ୍ୟାଚ ନୂଆପଡା ଏନ୍ଏସି ଓ ବୋଡେ଼ନ ବ୍ଲକ ପାତାଳଗଙ୍ଗା ଦଳ ମଧ୍ୟ ରେ ଅନୁଷ୍ଠିତ ହେବାର ସୂଚନା ରହିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.