ଗୋଲାମୁଣ୍ଡା ଇଣ୍ଡେନ ଗ୍ୟାସକୁ ନେଇ ଲୋକାୟୁକ୍ତରେ ଅଭିଯୋଗ

କଳାହାଣ୍ଡି, (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ଇଣ୍ଡେନ ଗ୍ୟାସ ବିତରକ ବିରୁଦ୍ଧରେ ମାନ୍ୟବର ଲୋକାୟୁକ୍ତ ରେ ଅଭିଯୋଗ କରିଛନ୍ତି ଭବାନୀପାଟଣାର ଯୁବ ସାମ୍ବାଦିକ ତାପସ ମହାନ୍ତି । ଅଭିଯୋଗକାରୀ ଙ୍କ କହିବା ଅନୁସାରେ ଜୟପାଟଣା ଥାନା ଅଧିନ ମତୁଆଲଗୁଡା ଗ୍ରାମର ୧୪୦ ଜଣଙ୍କ ଗ୍ୟାସ କାର୍ଡ ନମ୍ବର ସମାନ ଥିବାରୁ ଗୋଲାମୁଣ୍ଡା ଗ୍ୟାସ ବିରରକ ଉପରେ ଜିଲ୍ଲା ପ୍ରଶାସନ ଚଢଉ କରିଥିଲା ଓ ଗ୍ୟାସ ଏଜେନ୍ସି ନାମରେ ଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଗିରଫ ଆଦେଶ ହୋଇଥିଲା ବେଳେ ଆଇସିଏଲ ଏରିଆ ମେନେଜର ବିରୁଦ୍ଧରେ ଜିଲା ପ୍ରଶାସନ ଜୟପାଟନା ଥାନାରେ ଏତଲା ଦେଇଥିଲେ । ତେଣୁ ଗୋଳାମୁଣ୍ଡା ଗ୍ୟାସ ଏଜେନ୍ସି କଟି ଯାଇଥିବା ବେଳେ ପୁଣି କେତେ ମାସ ପରେ ବେଆଇନ ଭାବରେ କଟି ଯାଇଥିବା ଗୋଲାମୁଣ୍ଡା ଗ୍ୟାସ ଏଜେନ୍ସି ଦାୟିତ୍ବ ପାଇଛନ୍ତି । ସେ ଯେହେତୁ କଳା ତାଳିକାଭୁକ୍ତ ଥିଲେ ଓ ତାକୁ ପୁଣି ଥରେ କେମିତି ଦିଆଗଲା ବୋଲି ଅଭିଯୋଗ କରିଛନ୍ତି ।


ଉଜ୍ବଳା ଯୋଜନାରେ ମାଗଣାରେ ଗ୍ୟାସ ଟାଙ୍କି, ଚୁଳା, ରେଗୁଲେଟର ଓ ଗ୍ୟାସ ପାଇପ ବଣ୍ଟନ ରେ ବହୁତ ଅନିୟମିତତା କରିଛନ୍ତି । ତେଣୁ ସମସ୍ତ ଦସ୍ତାବିଜକୁ ଜବତ କରି ସମସ୍ତ ଖାଉଟି ଙ୍କ ନିକଟକୁ ଯାଇ ପଚାରିବା ଏବଂ ଲକ୍ ଡାଉନ୍ ସମୟରେ ଗ୍ୟାସ ନ ନେଇ ଆକାଉଣ୍ଟ ରେ ପଇସା ଜମା ହେବା ସହିତ ଗ୍ୟାସ ଟାଙ୍କି ବିକ୍ରିକୁ କଳାବଜାରୀ କରିଛନ୍ତି ତେଣୁ ନିରପେକ୍ଷ ଭାବରେ ତଦନ୍ତ କରିବା ପାଇଁ ମାନ୍ୟବର ଲୋକାୟୁକ୍ତ ନିକଟରେ ଅଭିଯୋଗ କରିଛି ବୋଲି ଅଭିଯୋଗକାରୀ ଶ୍ରୀ ତାପସ ମହାନ୍ତି ପ୍ରକାଶ କରିଛନ୍ତି । ଏ ନେଇ ଗୋଲାମୁଣ୍ଡା ଗ୍ୟାସ ଏଜେନ୍ସି, ଗୋଲାମୁଣ୍ଡା ଏମ୍.ଆଇ, କଳାହାଣ୍ଡି ଜିଲା ଯୋଗାଣ ଅଧିକାରୀ ଓ ଆଇ ଓ ସିଏଲ ର ଏରିଆ ମେନେଜର୍ ସମେତ ୪ ଜଣଙ୍କ ନାମରେ ଅଭିଯୋଗ ହୋଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.