କଳାବ୍ୟାଚ ପିନ୍ଧି ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଲେ ୫୦ରୁ ଉର୍ଦ୍ଧ୍ବ ସାମ୍ବାଦିକ: ନ୍ୟାୟ ପାଇଁ ଦାବି

କୋରାପୁଟ, (ତ୍ରିନାଥ ପଟ୍ଟନାୟକ): ଗତ ଦୁଇ ଦିନ ତଳେ କୋରାପୁଟ ଜିଲ୍ଲା ସେମିଲିଗୁଡା ଅଞ୍ଚଳର ଦୁଇ ସାମ୍ବାଦିକଙ୍କୁ ଥାନାରେ ମାଡ଼ ଘଟଣାରେ ଆଜି ଜିଲ୍ଲାର ପ୍ରାୟ ପଚାଶ ଉପରେ ସାମ୍ବାଦିକ କଳା ବ୍ୟାଚ ପିନ୍ଧି ଉପଜିଲ୍ଲାପାଳ କାର୍ଯ୍ୟାଳୟ ଛକରୁ ବାହାରି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଠାରେ ପହଂଚି ଥିଲେ। ସେଠାରେ ଅଧିକ୍ଷକଙ୍କ ନିର୍ଦେଶରେ ଅତିରିକ୍ତ ଅଧିକ୍ଷକ ଉତ୍କଳ ରଞ୍ଜନ ଦାସ ସାମ୍ବାଦିକ ମାନଙ୍କ ସହ ଆଲୋଚନା କରି ଘଟଣା ସମ୍ପର୍କରେ ଅବଗତ କରାଯାଇଥିଲା। ଯଥା ଜିଲ୍ଲାରେ ଅନ୍ୟାନ୍ୟ ଥାନା ଅଧିକାରୀ କର୍ମଚାରୀ ସହ ସାମ୍ବାଦିକଙ୍କ ଭଲ ସମ୍ପର୍କ ଥିବା ବେଳେ କାହିଁକି ସେମିଲିଗୁଡା ଥାନାରେ ଏହିପରି ଘଟଣା ବାରମ୍ବାର ଘଟୁଛି ତାହା ପ୍ରଶ୍ନବାଚୀ? କାହିଁକି ପୋଲିସ ଆଇନ ହାତକୁ ନେଉଛି ବୋଲି ବରିଷ୍ଠ ସାମ୍ବାଦିକ ସୁନାବେଡା ପ୍ରେସ କ୍ଲବର ସଭାପତିଙ୍କ ସହ ଅନ୍ୟାନ୍ୟ ସଂଘ ସଭାପତିମାନେ ପ୍ରଶ୍ନ କରି ଉକ୍ତ ଘଟଣାର ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ କରି ଉଚିତ ପଦକ୍ଷେପ ନେବା ପାଇଁ ଲିଖିତ ଭାବେ ଦାବି ପତ୍ର ପ୍ରଦାନ କରାଯାଇଥିଲା। ଅତି ଶୀଘ୍ର ଏହାର ତଦନ୍ତ ଆରମ୍ଭ କରାଯିବ କହିବା ସହ ପୋଲିସ ଓ ଗଣମାଧ୍ୟମର ସମ୍ପର୍କ ସବୁବେଳେ ସୁଦୃଢ ରହିବ ବୋଲି ମତ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରକାଶ କରିଥିଲେ। ଆଲୋଚନା ସମୟରେ କୋରାପୁଟର ବରିଷ୍ଠ ସାମ୍ବାଦିକ ସୂର୍ଯ୍ୟ ନାରାୟଣ ପଣ୍ଡା, ପ୍ରଶାନ୍ତ ସାମନ୍ତରାୟ, ଅମିତ ହୋତା, ମଦନମୋହନ ସାହୁ, ଜୟସିଂ ପଡାସେଠି, ତ୍ରିନାଥ ପଟ୍ଟନାୟକ, ସନ୍ତୋଷ ପଲେଇ, ଅନନ୍ତ ପ୍ରସାଦ ନାୟକ, କୃତିବାସ ପ୍ରଧାନ, ସୁନାମ ହନ୍ତାଳ, ନିଶାପତି ନାୟକ,କୁନା ଖରା ପ୍ରମୁଖ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.