ରାୟଗଡା ଜିଲ୍ଲା ସଫେଇ ମଜଦୂର ସଂଘ ପକ୍ଷରୁ ୧୩ ଦଫା ଦାବିପତ୍ର ପ୍ରଦାନ

ରାୟଗଡା, (ଶିବ ନାରାୟଣ ଗୈାଡ): ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ରାୟଗଡ଼ା ଜିଲ୍ଲା ସଫେଇ ମଜଦୂର ସଂଘର ରାୟଗଡା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଠିକା ସଫେଇ କର୍ମଚାରୀ ଏବଂ ବାୟ ମେଡିକାଲର ଲଣ୍ଡରୀ କର୍ମଚାରୀମାନଙ୍କର ବିଭିନ୍ନ ସମସ୍ୟାର ଦାବି ନେଇ ଭାରତୀୟ ମଜଦୁର ସଂଘର ଜିଲ୍ଲା ସଂପାଦକ ଖଗେଶ୍ବର ସିଂ, ସଫେଇ ମଜଦୂର ସଂଘର କସ୍ତୁରୀ ନାୟକଙ୍କ ତତ୍ବାବଧାନରେ ସ୍ଥାନୀୟ ପୁରଣା ବସଷ୍ଟାଣ୍ଡ ଠାରୁ ଏକ ପଦଯାତ୍ରାରେ ବାହାରି ମୂଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ୧୩ ଦଫା ଦାବି ପତ୍ର ଡଃ ବି ଏଲ ଏନ୍ ପୃଷ୍ଠୀଙ୍କୁ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଭାରତୀୟ ମଜଦୁର ସଂଘ ର ରାଜ୍ଯ ସମ୍ପାଦକ ତଥା ରାୟଗଡ଼ ଜିଲ୍ଲା ପ୍ରଭାରୀ ଯୋଗେଶ୍ଵର ଦାସ , ସମ୍ମାନୀୟ ଅତିଥି ଭାବେ ଜିଲ୍ଲା ଉପସଭାପତି ମହନ ରାଓ ମାଝୀ, ଯୋଗ ଦେଇ ଥିଲେ । କାର୍ଯ୍ୟକ୍ରମକୁ ରବି ଗୈାଡ, ସୁରିଆ କାନ୍ତି ହରିଜନ , ସୁଭାଷିନୀ ଖରା, ଖ୍ୟତ୍ରି କନ୍ଧପାଣି , କାର୍ତ୍ତିକ ଖୋସଲା, ସିମଞ୍ଚଳ ସାମଲ ପରିଚାଳନା କରିଥିଲେ ।

Omkar Vasthu
Omkar Vasthu


୧୩ ଦଫା ଦାବି ମଧ୍ୟରେ ମୂଖ୍ୟତଃ ସଫେଇ କର୍ମଚାରୀମାନଙ୍କୁ କୁଶଳୀ ଦୈନିକ ମଜୁରୀ ପ୍ରଦାନ, ୧୦ ତାରିଖ ମଧ୍ୟରେ ଦରମା ଦେବା, ୬ ବର୍ଷରୁ ଉର୍ଦ୍ଧ କର୍ମଚାରୀ ମାନଙ୍କୁ ସରକାରୀ କର୍ମଚାରୀ ଭାବେ ଘୋଷଣା କରିବା, ଠିକା ସଂସ୍ଥା ଦ୍ଵାରା ଦିଆଯାଉଥିବା ବିଭିନ୍ନ ପ୍ରକାର ଗାଳି ଏବଂ ଧମକ ବନ୍ଦ କରିବା, କରୋନା ସହାୟତା ସହ ପର୍ବ ପର୍ବାଣୀରେ ବୋନସ ପ୍ରଦାନ, କାର୍ଯ୍ୟାଳୟରେ ବସବାସ ପାଇଁ ଗୃହ ପ୍ରଦାନ , କର୍ମଚାରୀମାନଙ୍କୁ ଚିକିତ୍ସା ସହାୟତା, କର୍ମଚାରୀମାନଙ୍କୁ ରାଷ୍ଟ୍ରୀୟ ସ୍ଵାସ୍ଥ୍ୟ ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରିବା ଆଦି ଦାବି ରହିଛି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.