ସଂରକ୍ଷଣ ଦାବୀ ନେଇ ଆଦିବାସୀଙ୍କ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଗର୍ଜନ

ନୂଆପଡା: ରାଜ୍ୟ ସରକାରଙ୍କ ଆଦିବାସୀଙ୍କୁ ଅଣଦେଖା କରୁଥିବା ଅଭିଯୋଗ ବର୍ତ୍ତମାନ ଆଦିବାସୀଙ୍କୁ ଆନ୍ଦୋଳନ ମୁହାଁ କରିଛି। ରାଜ୍ୟ ସରକାର ଆଗାମୀ ତ୍ରି ସ୍ତରୀୟ ପଂଚାୟତ ନିର୍ବାଚନରେ ପ୍ରଥମେ ଓ.ବି.ସି ବର୍ଗଙ୍କ ଓ ପରେ ଆଦିବାସୀ ବର୍ଗଙ୍କ ସଂରକ୍ଷଣ ଉଛେଦ କରିଛନ୍ତି। ଏହାର ପ୍ରତିବାଦରେ ଆଜି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଙ୍ଘ ତରଫରୁ ନୂଆପଡା ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ଘେରାଓ କରାଯାଇଥିଲା।


ଆଦିବାସୀ ମାନେ ନିଜର ହକର ଲଢେଇ ପାଇଁ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ରାଜ ରାସ୍ତାକୁ ଓଲ୍ହାଇ ଥିଲେ। ପ୍ରଥମେ ସ୍ଥାନୀୟ ପୋଲିସ ପଡିଆ ଠାରେ ଆଦିବାସୀ ସଂଙ୍ଘ ଏକତ୍ରିତ ହୋଇ ଏକ ଶୋଭାଯାତ୍ରା ରେ ବାହାରି ନୂଆପଡା ନଗର ପରିକ୍ରମା କରିଥିଲେ। ପରେ ସ୍ଥାନୀୟ ଏକତା ଛକ ଠାରେ ଥିବା ସ୍ୱାଗତ ଘାସିରାମ ମାଝୀ ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ସେଠାରୁ ବାହାରି ନୂଆପଡା ଜିଲ୍ଲପାଳଙ୍କ କାର୍ଯ୍ୟାଳୟ କୁ ଘେରାଓ କରିଥିଲେ। ଏହା ସହିତ ଦୀର୍ଘ ୩ ଘଣ୍ଟା ଧରି ଆଦିବାସୀ ସଂଙ୍ଘ ଜାତୀୟ ରାଜପଥ ୩୫୩ କୁ ଅବରୋଧ କରି ରଖିଥିଲେ।


ଜିଲ୍ଲା ଆଦିବାସୀ କଲ୍ୟାଣ ସଂଙ୍ଘ ସଭାପତି ଭାନୁ ପ୍ରତାପ ମାଝୀଙ୍କ ନେତୃତ୍ୱରେ ଏହି ପ୍ରତିବାଦ ଓ ଘେରାଓ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ବାଲକୃଷ୍ଣ ଶବର, ଜୟ ରାମ ଶବର, ହୋମ ସିଂ ମାଝୀ, ଖମାର ସିଂ ମାଝୀ, ପ୍ରସନ୍ନ ମାଝୀ ଏଥିରେ ପ୍ରମୁଖ ଉପସ୍ଥିତ ଥିଲେ। ଏହା ସହିତ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଙ୍ଘ ର ହଜାର ହଜାର ଆଦିବାସୀ ମହିଳା, ଯୁବକ ଓ କର୍ମୀ ସାମିଲ ହୋଇଥିଲେ।

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.