● ମାଟିର ସ୍ବର ପକ୍ଷରୁ ରାଜ୍ୟ ସ୍ତରୀୟ ଭର୍ଚୁଆଲ ଆଲୋଚନା ଚକ୍ର
ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ସାମାଜିକ ସଂଗଠନ ମାଟିର ସ୍ବର ପକ୍ଷରୁ ରାଜ୍ୟ ସ୍ତରୀୟ ଭର୍ଚୁଆଲ ଆଲୋଚନା ଚକ୍ର “ସହିତ୍ୟ କଥା ଓ ସମାଜ ବ୍ୟଥା” ଶିର୍ଷକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ କବି ପଦ୍ମଶ୍ରୀ ହଳଧର ନାଗ ଯୋଗଦାନ କରି ପ୍ରଥମେ ମାଟିର ସ୍ବର ସଂଗଠନର ଏ ଉଦ୍ୟମକୁ ଉଚ୍ଚ ପ୍ରଶଂସା କରିବା ସହିତ ଉପସ୍ଥିତ ସମସ୍ତ କବି ଲେଖକ ମାନଙ୍କୁ ଜନ ଜୀବନ ଓ ଲୋକକୈନ୍ଦିକ ଗୀତ କବିତା ଲେଖିବା ପାଇଁ ପରାମର୍ଶ ଦେଇଥିଲେ । ମାଟିର ସ୍ବର ବାସ୍ତବରେ ସାଧାରଣ ମଣିଷର, ସମାଜର ଅବହେଳିତ ନିଷ୍ପେଷିତର ସ୍ୱର ଭାବେ ଆଗେଇ ଚାଲୁ ଏ ବାର୍ତ୍ତା ଦେଇ ଉତ୍ସାହିତ କରିଥିଲେ ପଦ୍ମଶ୍ରୀ ହଳଧର ନାଗ । ଲୋକାଭିମୁଖୀ ସାହିତ୍ୟ ଯୁଗ ଯୁଗ ଧରି ବଞ୍ଚିଥାଏ। ଏଥିପାଇଁ ସମସ୍ତ ଲେଖକ ଧ୍ୟାନ ଦେବାକୁ ସେ ଆହ୍ଵାନ ଦେଇଥିଲେ। ସମ୍ମାନୀତ ବକ୍ତା ଅଧ୍ୟାପକ, କବି, ସୁସାହିତ୍ୟିକ ପ୍ରଦୀପ୍ତ କୁମାର ବିଶ୍ବାଳ ନିଜର ବକ୍ତବ୍ୟରେ କହିଥିଲେ ଯେ,
ସାହିତ୍ୟ ସମାଜର ପ୍ରତିବିମ୍ବ । ସାହିତ୍ୟର ଅନ୍ୟ ନାମ ସାମାଜିକ ଅଙ୍ଗୀକାରବଦ୍ଧତା । ଯେଉଁ ସାହିତ୍ୟରେ ସମାଜର ଦୃଶ୍ୟ ନାହିଁ, ଲୋକଙ୍କ ବେଦନା ନାହିଁ, ବ୍ୟଥା ନାହିଁ, ବିଚାର ନାହିଁ, ଜୀବନ ନାହିଁ ସେ ସାହିତ୍ୟ ଓ ସାହିତ୍ୟିକଙ୍କୁ ଉତ୍ତରପିଢ଼ି କାହିଁକି ମନେ ରଖିବ ? ସନ୍ଥ କବି ଭୀମଭୋଇ ଓ ସଚ୍ଚି ରାଉତରାୟଙ୍କ ପରି ଲୋକ କୈନ୍ଦ୍ରିକ ସାହିତ୍ୟ ସୃଷ୍ଟି କରିବା ପାଇଁ ସେ ସମସ୍ତଙ୍କୁ ଆହ୍ବାନ ଦେଇ ମାଟିର ସ୍ବର ବାସ୍ତବରେ ମାଟିର କଥା କହୁ ଏ ବାର୍ତ୍ତା ଦେଇଥିଲେ । ଅନ୍ୟତମ ଅତିଥି ସାହିତ୍ୟିକ ଓ କବି ସଂଗ୍ରାମ କେଶରୀ ସାମନ୍ତରାୟ, ଡଃ ଲକ୍ଷ୍ମୀପ୍ରିୟା ଦେଇ, ସସ୍ମିତା ଦାଶ, ପଦ୍ମିନୀ ମିଶ୍ର, ଇତିଶ୍ରୀ ଜେନା, ଅନନ୍ୟା ଦାଶ, ସଂଘମିତ୍ରା, ଓମ୍ ପ୍ରକାଶ, ଡାଃ ଅରୁଣ, ଶିବବ୍ରତ ଦାସ, ଉତ୍ତମ ଦାସ, କୂଳମଣି ପୃଷ୍ଟି, କାମରାଜ ସାହୁ, ଉମେଶ ଜେନା, ଶ୍ରୀକାନ୍ତ ପଣ୍ଡା, ସଞ୍ଜୟ ଷଡଙ୍ଗୀ, ନଟବର ପ୍ରଧାନ,ସୁରେଶ କୁମାର ସାହୁ, ପଞ୍ଚାନନ ସାହୁ, ରୋହିତ ଜେନା, ପ୍ରଫୁଲ୍ଲ କୁମାର ମାଝୀ ଏବଂ ମୂରଲୀଧର ମହାରଣା ଇତ୍ୟାଦି ନିଜ ନିଜର ଅଭିମତ ପ୍ରଦାନ କରି ଏଭଳି ଆଲୋଚନାର ଆବଶ୍ୟକତା ଓ ଗୁରୁତ୍ବକୁ ସ୍ବୀକାର କରିବା ସହିତ ଉଚ୍ଚ ପ୍ରଶଂସା କରିଥିଲେ । ସାମାଜିକ କର୍ମୀ ପ୍ରଭାତ କୁମାର ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲାବେଳେ କବୟତ୍ରୀ ପ୍ରିୟଦର୍ଶିନୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଆଲୋଚନାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ କବି, ଲେଖକ, ସାହିତ୍ୟିକ, ସମାଜସେବୀ ଇତ୍ୟାଦି ପ୍ରାୟ ୩୦ଜଣରୁ ଉର୍ଦ୍ଧ୍ବ ଅଂଶଗ୍ରହଣ କରିଥିଲେ ।