ଫେବୃଆରୀ ୨୧ରୁ ଅନ୍ତଃ ରାଜ୍ୟ ଚତୁର୍ଥ ନୂଆପଡା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ଓଡ଼ିଆ ବାର୍ତ୍ତା/ ନୂଆପଡା: ସ୍ଥାନୀୟ ମିନି ଷ୍ଟାଡିଅମ ଠାରେ ଚଳିତ ମାସ ୨୧ ତାରିଖରୁ ଅନ୍ତଃ ରାଜ୍ୟ ଚତୁର୍ଥ ନୂଆପଡା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଯାଉଛି । ପ୍ଲେ ବଏ ନୂଆପଡା ଦ୍ୱାରା ଆୟୋଜିତ ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚଳିତ ମାସ ୨୧ ତାରିଖରୁ ଆରମ୍ଭ ହୋଇ ଦୀର୍ଘ ୭ ଦିନ ଧରି ଚଳିବ । ଫେବୃଆରୀ ୨୭ ତାରିଖରେ ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ୨୦ ଓଭର ବିଶିଷ୍ଟ ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେଡ ଟେନିସ ବଲରେ ଖେଳା ଯିବାର ସ୍ଥିର ହୋଇ ଥିବା ବେଳେ ରାଜ୍ୟ ତଥା ରାଜ୍ୟ ବାହାରୁ ସର୍ବ ମୋଟ ୮ ଟି ଦଳ ଭାଗ ନେବେ । ବିଜେତା ଦଳକୁ ନଗଦ ୪୦ ହଜାର ଟଙ୍କା ସହିତ ଟ୍ରଫି ଓ ଉପ ବିଜେତା ଦଳକୁ ନଗଦ ୩୦ ହଜାର ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯିବ । ଏହା ସହିତ ପ୍ରତେକ ମ୍ୟାଚ ରେ ମେନ ଅଫ ଦ ମ୍ୟାଚ ପୁରସ୍କାର ପ୍ରଦାନ କରାଯିବ ଏବଂ ମେନ ଅଫ ଦ ସିରିଜ ନଗଦ ୫ହଜାର ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯିବ । ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟର ଲାଇଭ ଟେଲିକାଷ୍ଟ କ୍ରିକ ହିରୋଜ ୱେବ ସାଇଟ ଓ ୟୁ ଟ୍ୟୁବ ରେ ଅନ ଲାଇନ ଦର୍ଶକ ପାଇଁ ବ୍ୟବସ୍ଥା କରାଯାଇଛି । ଆୟୋଜକ ପ୍ଲେ ବଏ ନୂଆପଡା ସଭାପତି ଅନିଲ କୁମାର ଦାସ, ଉପ ସଭାପତି ଅମିୟ ପାଣିଗ୍ରାହୀ, ସମ୍ପାଦକ ଅଶୋକ ପୁଞ୍ଜି, ସହ ସମ୍ପାଦକ ନରେନ୍ଦ୍ର ବିଶ୍ୱାଳ, କୋଷାଧ୍ୟକ୍ଷ ବିକ୍କି ନାୟକ ଏବଂ ଏହି ଟୁର୍ନାମେଣ୍ଟ ର କନଭେନର ସୌରଭ ଜୈନ, ଶ୍ରୀରାମ ମିଶ୍ର ଓ ବିକ୍କୀ ନାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି । ଏହି ସମ୍ମିଳନୀରେ ପ୍ରମୋଦ ସାମଲ, ସତ୍ୟ ପୋଢ଼, ଆଲୋକ ପ୍ରଧାନ, ରମେଶ ଚନ୍ଦନ ତଥା ପ୍ଲେ ବଏ ନୂଆପଡା ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

ରିପୋର୍ଟ: ମହେନ୍ଦ୍ର ବାଗ (ରାହୁଲ), ନୂଆପଡା ଜିଲ୍ଲା ପ୍ରତିନିଧି

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.