ଓଡ଼ିଆ ବାର୍ତ୍ତା/ କଟକ ସଦର (ଶ୍ରୀକାନ୍ତ ବେଉରା): କଟକ ସଦର ବ୍ଲକ ୪୨ମୌଜା ସ୍ଥିତ ବହଳପଡା ଠାରେ ଗ୍ରାମର ଅଧିକାରୀ ସ୍ଵର୍ଗତ ବନ ବିହାରୀ ଜେନାଙ୍କର ସୃତି ଚାରଣ ସଭା ଗୋପୀନାଥ ପୀଠରେ ଅନୁଷ୍ଠିତ ହୋଇଯାଇଛି । ଗ୍ରାମ୍ୟ କମିଟି ସଭାପତି ନନ୍ଦ କିଶୋର ଜେନାଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମକୁ ୪୨ମୌଜା ବିକାଶ ପରିଷଦ ସମ୍ପାଦକ ସନ୍ତୋଷ କୁମାର ପତି ପରିଚାଳନା କରିଥିଲେ । ବିଶିଷ୍ଟ ବକ୍ତାମାନେ ସ୍ଵର୍ଗତ ଆତ୍ମାର ଗୁଣଗାନ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗ୍ରାମ ମହନ୍ତ ଗଜେନ୍ଦ୍ର ନାଥ ସ୍ବାଇଁ, କାର୍ଯ୍ୟକାରୀ ସଭାପତି ଆଇନଜୀବି ରାଜ କିଶୋର ଜେନା, ସମ୍ପାଦକ ଶଙ୍କର୍ଷଣ ଲେଙ୍କା, କୋଷାଧ୍ୟକ୍ଷ ରଞ୍ଜନ କୁମାର ଦଳାଇ, ସତୁର୍ଦଶ ସଙ୍କୀର୍ତ୍ତନ ମଣ୍ଡଳ ଅଧିକାରୀ ସୁରେନ୍ଦ୍ର ନାଥ ପଣ୍ଡା, ମହନ୍ତ ସୁବାସ ଚନ୍ଦ୍ର ଦେବତା, ଦଧିବାମନପୁର ଅଧିକାରୀ କୃଷ୍ଣଚନ୍ଦ୍ର ଦାଶ, ମହନ୍ତ ଯୁଧିଷ୍ଟିର ପଣ୍ଡା, ପ୍ରାକ୍ତନ ସରପଞ୍ଚ ବିଦ୍ୟାଧର ପାତ୍ର, ପ୍ରତାପ କୁମାର ରାଉତ, ଅଜୟ କୁମାର ଦଳାଇ, ବନ୍ତୁଣିଆ ସଭାପତି ଇ°. ଅଶୋକ କୁମାର ବିଶ୍ବାଳ, ଉତ୍କଳ ଯାଦବ ମହାସଭା କାର୍ଯ୍ୟାଳୟ ସମ୍ପାଦକ ବୁଲେଇ ବେହେରା, ଶିକ୍ଷାବିତ୍ କାଳନ୍ଦୀ ଚରଣ ସେନାପତି, ନବ କିଶୋର ଦାଶ, ଚନ୍ଦ୍ରମଣି ଦେବତା, ଧୀରେନ୍ଦ୍ର ବେହେରା, ସୁଶାନ୍ତ ତ୍ରିପାଠୀ, ହୃଷୀକେଶ ରାଉତ, ଅଶୋକ ତ୍ରିପାଠୀ, ମାନସ ଚନ୍ଦ୍ର ସ୍ବାଇଁ, ଅମ୍ବିକା ପାତ୍ର, ଇତିଶ୍ରୀ ମହାନ୍ତି ପ୍ରମୁଖ ଉକ୍ତ ସ୍ମୃତି ଚାରଣ ସଭାରେ ଅଂଶ ଗ୍ରହଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଶୁଭନ୍ୟାଶ ମହାନ୍ତି, ଧରଣୀଧର ସ୍ବାଇଁ, ରସାନନ୍ଦ ଲେଙ୍କା, ଭିକାରୀ ଚରଣ ଜେନା, ବାବାଜୀ ଚରଣ ଜେନା, ଭଜକୃଷ୍ନ ଲେଙ୍କା, ଗଙ୍ଗାଧର ଦଳାଇ, ବିଜୟ ସାହୁ, ହିମାଂଶୁ ମୁଦୁଲି, ଗଗନ ସ୍ବାଇଁ, କୃତିବାସ ଜେନା, କବିନ୍ଦ୍ର ଜେନା, ମନୋରଞ୍ଜନ ସ୍ବାଇଁ, ବାଉରୀବନ୍ଧୁ ସ୍ବାଇଁ, ବିକାଶ ଜେନା, ଶୁକଦେବ ସ୍ବାଇଁ, ଜୟୀରାମ ଦଳାଇ, ତପନ ସ୍ବାଇଁ, ବିଶ୍ଵନାଥ ସାହୁ, ଚିତ୍ରସେନ ଭୋଇ, ବଳରାମ ଦଳାଇ, ଧୁସାସନ ସ୍ବାଇଁ, ନିତ୍ୟାନନ୍ଦ ଲେଙ୍କା, ଅଭିରାମ ଦଳାଇ, ସିଦ୍ଧେଶ୍ଵର ବେହେରା ଓ ମନ୍ଦରଧର ସ୍ବାଇଁ ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ଗ୍ରାମ୍ୟ ଅଧିକାରୀ ବନ ବିହାରୀ ଜେନାଙ୍କୁ ଅଶୃଳ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।