‘ଭୋଟ ପାଇଁ ଟଙ୍କା ଓ ମଦ ବାଣ୍ଟିଛି ବିଜେଡି’

ଅନେକ ଆସନରେ ଆଗୁଆ ରହିଛି ବିଜେଡି, ପଞ୍ଚାୟତ ନିର୍ବାଚନର ଏହି ଟ୍ରେଣ୍ଡକୁ ନେଇ ପ୍ରତିକ୍ରିୟା ରଖିଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ 

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗଣତି ଶନିବାର ଆରମ୍ଭ ହୋଇଛି । ପ୍ରାରମ୍ଭିକ ସ୍ତରରେ ଓଡିଶାର ଅନେକ ଆସନରେ ବିଜେଡି ଆଗୁଆ ରହିଛି ।

ପଞ୍ଚାୟତ ନିର୍ବାଚନର ଏହି ଟ୍ରେଣ୍ଡକୁ ନେଇ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘ଭୋଟ ପାଇଁ ନବୀନ ସରକାର ଜନସାଧାରଣଙ୍କୁ ଟଙ୍କା ଦେଇଛନ୍ତି । ବିଜେଡି ଯେଉଁଭଳି ଭାବେ ଭୋଟ ପାଇଁ ଟଙ୍କା, ମଦ, ଖାଦ୍ୟ, ବସ୍ତ୍ର, ଜିନିଷପତ୍ର ଖର୍ଚ୍ଚ କରିଛି ମୋ ଜାତକରେ ମୁଁ ଏସବୁ ଦେଖି ନ ଥିଲି। ବେକାର ଓ ଶିକ୍ଷିତ ଯୁବତୀ, ଯୁବକଙ୍କୁ ଯେଉଁ ଟିକେଟ ମିଳିଛି ସେମାନଙ୍କ ଭାଗ୍ୟ କ’ଣ ? ଅଧିକାଂଶ ଲୋକଙ୍କୁ ଟଙ୍କା ଦେଇ କିଣା ଯାଇଛି। ଶେଷ ପର୍ଯ୍ୟାୟ ଭୋଟ ଗଣତି ସରିବା ବେଳକୁ କଂଗ୍ରେସ ଦ୍ୱିତୀୟ ସ୍ଥାନକୁ ଆସିଯିବ।’

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.