✍🏾ଡୁଇଟ୍ ଡେଭିଡ ଫିଲିପ
ସବୁବେଳେ ମୁଁ ଅବଳା,
ତୁମ ହାତର କଳା,
ଘୋଡାଇ ଦେଉଛ କେବେ କନା କଳା
ତ କେବେ କହୁଛ କିଛି ଦେହରେ ରଖନା
କେନଭାଶ ନୁହେଁ କି ତୁମ ରଙ୍ଗ, ତୂଳୀ ନୁହେଁ
ଶରୀର ଏ, ଫୁଲ ଫୁଟେ ଓ ଭ୍ରମର ବି ବସେ
ଆଖିର ପତ୍ତା, ପରଦା ଥାଇ,
ହିଯାବ୍ ଲଗାଉଛ ମୋ ପାଇ
କାମା ଶକ୍ତ ଆଖିର ତୁମର ଚିକିତ୍ସା ନକରି,
ମୁଁତ ସରିଛି, ଆଙ୍କିବାକୁ ବସିଛ କିଶୋରୀ
ଆଇନ, ସଂସ୍କୃତି, ଧର୍ମ ଘୋଡାଏନି ମୋ ଦେହ
ଆଖି ଓ ହାତକୁ ଯେବେ ବାନ୍ଧିବନି ତୁମ ହୃଦୟ
ହିଯାବ ଇତିହାସ, ମୁହେଁ ଓ ଦେହେ ଓଢଣା
ନୁହେଁ ଇସଲାମ, ବାଇବେଲର ଖ୍ରୀଷ୍ଟିଆନ
ନୁହେଁ ଯିହୁଦି ବା ହିନ୍ଦୁ, ପାରଶି
ଆଦ୍ୟରୁ ଆଖିଖେଳ ରହି ଆସିଛି
ଇରାନ, ଇଣ୍ଡୋନେସିଆ ଆଙ୍କିଛି ମୋର ବେଶ
କୁତ୍ସିତ ଆଉ କରନି, ହରାଉଛ ଗାଥା ପରିଚୟ ।।