କିଡିଙ୍ଗ ବେହେରା ପୋଲରେ ପୁଣି ଏକ ଦୁର୍ଘଟଣା, ଓଲଟିଲା ଚାଉଳ ବୋଝେଇ ଟ୍ରକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା- ରାୟଗଡ଼ାକୁ ସଂଯୋଗ କରୁଥିବା ୬ନଂ ରାଜ୍ୟ ରାଜପଥ କିଡିଙ୍ଗ ନିକଟସ୍ଥ ବେହେରାପୋଲ ପାଲଟିଛି ମରଣଯନ୍ତା। ଦିନକୁ ଦିନ ଦୁର୍ଘଟଣା ବୃଦ୍ଧି ପାଉଥିବା ବେଳେ ଏବେ ଏହି ପୋଲ ଉପରେ ଏକ ଚାଉଳ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ନୂଆପଡ଼ା ଜିଲ୍ଲା ଖରିଆର ଠାରୁ ବିଶାଖାପାଟଣା ଯାଉଥିବା ଏକ (ସିଜି-୦୪-ଏନଜେ-୦୫୯୮) ଚାଉଳ ବୋଝେଇ ଟ୍ରକ ଆଜି ସକାଳ ପାଞ୍ଚଟା ସମୟରେ ବେହେରାପୋଲ ଉପରେ ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡିଛି। ଏଥିରେ ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ଜଣାପଡିଛି। ତେବେ ପ୍ରତିଦିନ ଏଠାରେ ଛୋଟ ମୋଟ ଠାରୁ ଆରମ୍ଭ କରି ବଡ଼ ବଡ଼ ଦୁର୍ଘଟଣା ଘଟୁଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ କଳାହାଣ୍ଡି ପୂର୍ତ୍ତବିଭାଗ ଏଥିପ୍ରତି ଦୃଷ୍ଟିପାତ କରିନାହିଁ। ଫଳରେ ବେହେରାପୋଲ ଏବେ ମରଣଯନ୍ତା ପାଲଟିଥିବା ବେଳେ ଲୋକଙ୍କ ପାଇଁ କାଳ ସାଜିଛି। ତେବେ କଳାହାଣ୍ଡି ଜିଲ୍ଲା ପୂର୍ତ୍ତବିଭାଗ ପକ୍ଷରୁ ବେହେରାପୋଲ ନିକଟରେ ଥିବା ବୁଲାଣିକୁ ଜାଗାକୁ ଚିହ୍ନଟ କରିବା ସହିତ କୈାଣସି ତୁରନ୍ତ ପଦକ୍ଷେପ ନେବା ପାଇଁ ବାରମ୍ବାର ଦାବି ହେଉଥିବା ବେଳେ ବିଭାଗୀୟ ପକ୍ଷରୁ କୋୖଣସି ପଦକ୍ଷେପ ନିଆଯାଇନାହିଁ। ବର୍ତମାନ ଦୁର୍ଘଟଣାଗ୍ରସ୍ତ ଟ୍ରକଟି ରାସ୍ତା ଉପରେ ଓଲଟି ପଡିଥିବା ବେଳେ ଆହତ ଡାଇଭରକୁ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ସିକେରକୁପା ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.