ଆନ୍ତଃ ବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ଦିନ : ଲାଞ୍ଜିଗଡ଼ ଓ ଗୋଲାମୁଣ୍ଡା ବିଜୟୀ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ସ୍ଥାନୀୟ ଲାଲବାହାଦୂର ଶାସ୍ତ୍ରୀ ଷ୍ଟାଡିୟମ ଠାରେ କଳାହାଣ୍ଡି ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ଦିନର ଖେଳ ଅନୁଷ୍ଠିତ ହୋଇଯାଇଛି। ସତରବର୍ଷରୁ କମ ମହିଳା ବିଶ୍ୱକପ ଫୁଟବଲକୁ ଲୋକପ୍ରିୟ କରିବା ପାଇଁ ବିଦ୍ୟାଳୟ ସ୍ତରର ଛାତଛାତ୍ରୀଙ୍କ ମଧ୍ୟରେ ଏହା ଆୟୋଜିତ କରାଯାଉଛି। ଜିଲ୍ଲା କ୍ରୀଡ଼ା ଶିକ୍ଷା ନିରୀକ୍ଷକ ମହେନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ପ୍ଲାନିଂ ଉପ-ନିର୍ଦ୍ଦେଶକ ଶ୍ରୀକାନ୍ତ ଦଳେଇ, ସମ୍ମାନିତ ଅତିଥି ଏଡିଇଓ ଟେମଲାଲ ଦୁବେ, ପୂର୍ବତନ ସନ୍ତୋଷ ଟ୍ରଫି ଖେଳାଳି ଅର୍ଜୁନ ନାଏକ, ବୋର୍ଡା ହାଇସ୍କୁଲ ପ୍ରଧାନ ଶିକ୍ଷକ ପ୍ରକାଶ ନିଶଙ୍କ, ପୂର୍ବ-ଆଇପିଇ ଶମ୍ଭୁ ରାଉତ, ଜିଲ୍ଲା ସ୍କୁଲ ସ୍ପୋର୍ଟସ ଏସୋସିଏସନ ଯୁଗ୍ମ ସମ୍ପାଦକ ଅଶ୍ୱିନୀ ପ୍ରଧାନ, ବିଏମ ହାଇସ୍କୁଲ ପ୍ରଧାନ ଶିକ୍ଷକ ଷଷ୍ଠୀ ଝାଙ୍କର ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଜିଲ୍ଲାର ମ.ରାମପୁର, କଲମପୁର, ଗୋଲାମୁଣ୍ଡା ବ୍ଲକର ୫ଟି ହାଇସ୍କୁଲ ମାନଙ୍କୁ ଫୁଟବଲ ବଣ୍ଟନ କରାଯାଇଥିଲା। ଦ୍ଵିତୀୟ ଦିବସରେ ଆଜି ୨ଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା। ବାଳକ ବିଭାଗର ପ୍ରଥମ ମ୍ୟାଚ ଲାଞ୍ଜିଗଡ଼-କଲମପୁର, ଦ୍ଵିତୀୟ ମ.ରାମପୁର-ଗୋଲାମୁଣ୍ଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା।

Omkar Vasthu
Omkar Vasthu

ଖେଳ ପରିଚାଳନା କରିଥିଲେ ରେଫରି ନବୀନ ନାଏକ, ଜିତେନ୍ଦ୍ର ରଥ ଓ ନାରାୟଣ ପ୍ରଧାନ, ଜୁବିନ ଲହଜଲ, ସନ୍ତୋଷ ପାଣିଗ୍ରାହୀ, ସନ୍ତୋଷ ନାଏକ, ଅମିତ ମହାନ୍ତି, ରଘୁନାଥ ହେମ୍ବ୍ରମ, ସତ୍ୟାନନ୍ଦ ମାଝୀ। ଏଥିରେ ମୋ ସ୍କୁଲ ସଂଯୋଜକ ସୁକାନ୍ତ ସାହୁ, ଡିଇଓ ଅଫିସରୁ ଟଂକଧର ସାହୁ, ଜିତେନ୍ଦ୍ର ମୁଣ୍ଡ, ସରିଆଁ ସିଆରସିସି ସୁଧୀର ଧଙ୍ଗଡାମାଝୀ, ଜନଜାତି ସାଧନ କେନ୍ଦ୍ର ସଂଯୋଜକ ଡିଲେଶ୍ୱର ରଣା, ଯୁଗେଶ୍ୱର ମାଝୀ, ପିଇଟି ସୁବାଷ ନାଗ, ବୃଷ ବୁଦ୍ଧିଆ, ସୁଶାନ୍ତ ପଣ୍ଡା, ରାମ ପ୍ରଧାନ, ନିର୍ମଳ ପ୍ରଧାନ, ସଞ୍ଜୟ ମିଶ୍ର, ରୂପସିଙ୍ଗ ରାଉତ, କୁନମୁନ ଦାଶ, ମୁରଲୀ ଦୀପ, ମିଲନ କୁମାର, ପ୍ରିୟଙ୍କା ବିଶି, ନମିତା ରଣା, ଷ୍ଟାଡିୟମ କର୍ମକର୍ତ୍ତା ପ୍ରମୁଖ ସହଯୋଗ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.