ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୭ତମ ଜନ୍ମଦିନ ପାଳନ କଲା ରାୟଗଡା ଜିଲ୍ଲା ବିଜେଡି

୫ ଗୋଟି ନିଶୁଳ୍କ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ

ବିଶାଳ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଏବଂ ଜନସମ୍ପର୍କ ପଦଯାତ୍ରା

ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଲା ବିଷମକଟକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦୁର୍ଗୀ ଠାରେ ବିଜୁ ଜନତା ଦଳ ତରଫରୁ ବିଜେଡି ସୁପ୍ରିମୋ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୭ ତମ ଶୁଭ ଜନ୍ମଦିନ ଅବସରରେ ଜିଲ୍ଲା ସଭାପତି ଶ୍ରୀ ସୁଧୀର କୁମାର ଦାଶଙ୍କ ନେତୃତ୍ୱରେ ୫ ଗୋଟି ନିଶୁଳ୍କ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ, ବିଶାଳ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ସହ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର କାର୍ଯ୍ୟକ୍ରମ ଏବଂ ଜନସମ୍ପର୍କ ପଦଯାତ୍ରାର ଆୟୋଜନ କରାଯାଇଥିଲା ।


ଏହି ଅବସରରେ ଅନୁଷ୍ଠିତ ରକ୍ତଦାନ ଶିବିର ରେ ୩୭୭ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି, ଜନଜାତି କଲ୍ୟାଣ ତଥା ସଂଖ୍ୟାଲଘୁ ଏବଂ ପଛୁଆବର୍ଗ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା, ପୂର୍ବତନ ରାଜ୍ୟସଭା ସାଂସଦ ଏନ. ଭାସ୍କର ରାଓ, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି, ପୂର୍ବତନ ସାଂସଦ ଝିନ୍ନ ହିକକା, ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ବରିଷ୍ଠ ରାଜ୍ୟ ଉପସଭାପତି ଲାଲ ବିହାରୀ ହିମିରିକା, ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ଅନୁସୟା ମାଝୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝୀ,


ପୂର୍ବତନ ଗୁଣୁପୁର ବିଧାୟକ ତ୍ରିନାଥ ଗମାଙ୍ଗ, ବିଜୁ ମହିଳା ଜନତା ଦଳର କୋରାପୁଟ ଜୋନ ସଭାନେତ୍ରୀ ଲତା ରାୟ, ବିଜେଡି ରାଜ୍ୟ ସମ୍ପାଦକ ଜଗଦୀଶ ପାତ୍ର, ରାଜ୍ୟ ବିଜୁ ମହିଳା ଜନତା ଦଳ ରାଜ୍ୟ ଉପସଭାନେତ୍ରୀ ସୁଜାତା ପାଳଙ୍କ ସମେତ ଜିଲ୍ଲାର ବ୍ଲକ ଚେୟାରମ୍ୟାନ ଗଣ, ଜିଲ୍ଲା ପରିଷଦ ସଦସ୍ୟ/ସଦସ୍ୟା, ରାୟଗଡ଼ା ମ୍ୟୁନିସିପାଲିଟି ଏବଂ ଗୁଡାରୀ ବିଜ୍ଞାପିତ ଅଞ୍ଚଳ ପରିଷଦର ଚେୟାରମ୍ୟାନ,

ସରପଞ୍ଚ ଗଣ, ସମିତି ସଭ୍ୟ/ସଭ୍ୟା ଗଣ, ଜିଲ୍ଲା ଯୁବ ସଭାପତି ଦେବାଶିଷ ଖାଡ଼ଙ୍ଗା, ଜିଲ୍ଲା ଛାତ୍ର ଜନତା ଦଳର ସଭାପତି ବିଷ୍ଣୁ ପଣ୍ଡାଙ୍କ ସମେତ ସମସ୍ତ ବରିଷ୍ଠ ନେତୃବୃନ୍ଦ, ଯୁବ-ଛାତ୍ର-ମହିଳା ନେତୃବୃନ୍ଦଙ୍କ ସମେତ ହଜାର ହଜାର ସଂଖ୍ୟାରେ ବିଜୁ ଜନତା ଦଳର କର୍ମୀ ଉପସ୍ଥିତ ଥିଲେ। ଏହି ଅବସର ରେ ଗରୀବ ମହିଳାଙ୍କୁ ମାଗଣା ସାଲ୍ ବଣ୍ଟନ କରାଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.