ଜମିବାଡ଼ି ବିବାଦକୁ ନେଇ ଯୁବକଙ୍କୁ ହତ୍ୟା ମାମଲା: ୨ ଅଟକ, ପୋଲିସର ତଦନ୍ତ ଜାରି

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ଥାନା ମହୁଲମୁଣ୍ଡା ଗ୍ରାମରେ ଗତକାଲି ଜମିବାଡ଼ି ବିବାଦକୁ ନେଇ ଯୁବକ ଦୟାନିଧି ଗୋପାଳ (ଦୁଣ୍ଡକିଆ)ଙ୍କୁ ପଥରରେ ଛେଚି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ଘଟଣାରେ କୋକସରା ପୋଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି।

Omkar Vasthu
Omkar Vasthu

ପୋଲିସ ସୂଚନା ଅନୁସାରେ, ଦୟାନିଧି ଚିଲିଗୁଡା ଗ୍ରାମରେ ରହୁଥିବା ବେଳେ ସୋମବାର ନିଜ ପୈତୃକ ଗାଁ ମହୁଲମୁଣ୍ଡାର ଧାନ କଟାହେଉ ଥିବାରୁ କ୍ଷେତକୁ ଆସିଥିଲେ। ହେଲେ ଜମିବାଡି ଓ ରାସ୍ତା ବିବାଦକୁ କେନ୍ଦ୍ର କରି ତାଙ୍କୁ ସନ୍ଧ୍ୟାରେ ପଥରରେ ଛେଚି ମହୁଲମୁଣ୍ଡା ଚିତାମୁଣ୍ଡା ରାସ୍ତାର ଏକ ଡଙ୍ଗରୀ ନିକଟ ଧାନ ଖଲାରେ ଫିଙ୍ଗିଦେଇ ଥିବା ପରିବାର ଲୋକେ ଖବର ପାଇଥିଲେ । ପରେ ମୃତକ ଙ୍କ ସ୍ତ୍ରୀ ସାଧନୀ ଗୋପାଳ ଦୁଣ୍ଡକିଆ ତାଙ୍କ ସ୍ଵାମୀଙ୍କୁ ସମ୍ପର୍କୀୟ କାକା ପୁଅ ଓ ବଡ଼ ବାପା ପୁଅ ଜମିବାଡ଼ି ବିବାଦକୁ ନେଇ ହତ୍ୟା କରିଥିବା ନେଇ ଅଭିଯୋଗ ଆଣିଥିଲେ। ଘଟଣାସ୍ଥଳରେ କୋକସରା ଥାନା ଅଧିକାରୀ ପ୍ରଶନ୍ନ ବେହେରା ପହଞ୍ଚି ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲେ। 

Pearl dental clinic
Near Ashish Medical Store, Bhawanipatna

ଆଜି (ମଙ୍ଗଳବାର) ସକାଳୁ ପୁଣି ଧର୍ମଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ଧିରଜ କୁମାର ଚୋପଦାର ଘଟଣା ସ୍ଥଳରେ ପହଞ୍ଚି ସାଇଣ୍ଟିଫିକ ଟିମ୍ ସାହାଯ୍ୟରେ ବିଭିନ୍ନ ଦିଗକୁ ତଦନ୍ତ ଆରମ୍ଭ କରିଥିଲେ । ଏହାପରେ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପାଠାଇ ଦିଆଯାଇଥିଲା । ପରେ ଶବ ବ୍ୟବଚ୍ଛେଦ ସରିବା ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି । ଏହି ଘଟଣାରେ କୋକସରା ପୋଲିସ ଏକ ମାମଲା ରୁଜୁ କରି ମହୁଲମୁଣ୍ଡା ଗ୍ରାମର ଦେବରାଜ ଦୁଣ୍ଡକିଆ ଓ ରୁପଧର ଦୁଣ୍ଡକିଆଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଧର୍ମଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ଧିରଜ କୁମାର ଚୋପଦାର ସୂଚନା ଦେଇଛନ୍ତି‌ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.