ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମାଝୀଗୁଡା ଓ କାଉଡୋଳା ଠାରେ କୁମ୍ଭକାର ପରିବାର ମାନଙ୍କ କୁରାଳ ପୂଜା ଓ କୁରାଳ ପଞ୍ଚମୀ ମହା ସମାରୋହରେ ପାଳିତ ହେଉଛି। ରବିବାର କଳସ ଯାତ୍ରା ପରେ ସୋମବାର ଠାରୁ କୁରାଳ ପୁରାଣ ପାଠ ହେଉଛି। ମାର୍ଗଶିର ମାସ ପଞ୍ଚମୀ ଠାରୁ ପୂର୍ଣିମା ପର୍ଯ୍ୟନ୍ତ କୁମ୍ଭକାରମାନେ ଲକ୍ଷ୍ମୀ ନାରାୟଣ ଓ ଅନ୍ୟାନ୍ୟ ଦେବାଦେବୀଙ୍କୁ ପୂଜା କରିଥାନ୍ତି। ପାଞ୍ଚ ଦିନ ଧରି ଚାଲୁଥିବା ଏହି ପୂଜା ପଣ୍ଡୁ ପୂର୍ଣ୍ଣିମାରେ ପଣ୍ଡୁ ଓଷା ନାମରେ ପାଳନ କରାଯାଏ। ମାଝୀ ଗୁଡା କୁମ୍ଭକାର ମାନେ ଏହି ପୂଜା କୁ ଧୁମ ଧାମ ରେ ପାଳନ କରୁଥିବା ଦେଖିବାକୁ ମିଳିଛି। ମଞ୍ଜିତ ରଣା ପୂଜା କର୍ତ୍ତା ରୂପେ ସମସ୍ତ ପୂଜା ବିଧି ସମାପନ କରୁଥିବା ବେଳେ ଅନୁଷ୍ଠାନର ସଭାପତି ଘନଶ୍ୟାମ ନାଏକ, ସମ୍ପାଦକ ତ୍ରିନାଥ ରଣା, କୋଷାଧକ୍ଷ ଜୟଲାଲ ରଣା, ଶୀଧେଶ୍ୱର ରଣା, ଘାସିରାମ ନାଏକ ହେମନ୍ତ ରଣା, ଦୁର୍ଜନ ନାଏକ, କେସନ ରଣା, ହରପ୍ରସାଦ ନାଏକ, ମନ ନାଏକ, ବିନୋଦ ନାଏକ, ସୁଶୀଲ ରଣା ପ୍ରମୁଖ ପୂଜା କାର୍ଯ୍ୟରେ ସହଯୋଗ କରୁଛନ୍ତି। ରାତ୍ରୀରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ ହେବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ମିଳିଛି।
ସେହିପରି କାଉଡୋଳା ଠାରେ କର୍ତ୍ତା ଭୁବନେ ରଣା ସପତ୍ନୀ କୁନ୍ତୀ ରଣାଙ୍କ ପୁରୋହିତ୍ୟରେ କୁରାଳ ପଞ୍ଚମୀ ମହାସମାରୋହରେ ପାଳିତ ହେଉଛି। ଅନୁଷ୍ଠାନର ପୁରୁନ ରଣା, ଅଚ୍ୟୁତ ରଣା, ଯତୀନ ରଣା, ଅଙ୍ଗଦ ରଣା, ସୁଧୀର ରଣା, ଶୋଭା ରଣା, ଭୁବନେଶ୍ୱର ରଣା, ବୀରେନ୍ଦ୍ର ରଣା, ଯଶୋଦା ରଣା, ସଜମନୀ ରଣା ପୂଜା କାର୍ଯ୍ୟରେ ସହଯୋଗ କରୁଛନ୍ତି। ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଥିବା ସୂଚନା ଦେଇଛନ୍ତି।