ମହିଳା ଓ ଶିଶୁ ବିକାଶ ସଚିବଙ୍କୁ ଭେଟିଲେ ପଶ୍ଚିମ ଓଡିଶା ଅଙ୍ଗନୱାଡ଼ି କର୍ମୀ ସଂଘର କାର୍ଯ୍ୟକର୍ତ୍ତା

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ପଶ୍ଚିମ ଓଡିଶା ଅଙ୍ଗନୱାଡି କର୍ମୀ ଓ ସହାୟିକା ସଂଘର କର୍ମକର୍ତ୍ତା ମହିଳା ଓ ଶିଶୁ ବିକାଶ ସଚିବ ଶୋଭା ଶର୍ମାଙ୍କୁ ସାକ୍ଷାତ କରି ପୋଷଣ, ସୋପାନ, ଗ୍ରେଡେସନ ତାଲିକା, ବନ୍ଦ ହୋଇଥିବା ସ୍ଵତନ୍ତ୍ର ଭତ୍ତା, ଅନୁନ୍ନତ ଅଞ୍ଚଳର କର୍ମୀଙ୍କୁ ପ୍ରୋସାହନ ରାଶି ପ୍ରଦାନ, ମୋବାଇଲ ସମସ୍ୟା, କର୍ମୀଙ୍କ ଡ୍ୟୁଟି ସମୟ ନିର୍ଘଣ୍ଟ, ଅଣ୍ଡା ଉଚିଊ ଦର ଅନୁସାରେ ଦେବା, ପ୍ରସୂତି କାଳୀନ ଭତ୍ତା ପ୍ରଭୃତି ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ। ଏଠାରେ ପ୍ରକାଶଯୋଗ୍ୟ ଯେ, ଦରମା ବୃଦ୍ଧି, ପେନସନ୍, ମୃତ୍ୟୁ ଏବଂ ସେବା ନିବୃତ ରାଶି ୫ ଲକ୍ଷ, ମିନିଙ୍କୁ ଅଙ୍ଗନବାଡି କର୍ମୀ, ଏସଏନପି ଦର ବୃଦ୍ଧି, ଶ୍ରମିକର ମାନ୍ୟତା ଦେବା ପ୍ରଭୁତି ଦାବି ପୂରଣ ସକାଶେ ଓଡିଶା ଅଙ୍ଗନୱାଡି କର୍ମୀ ସଂଘ ସଂଯୁକ୍ତ ମୋର୍ଚ୍ଚା ନେତୃତ୍ବରେ ପଶ୍ଚିମ ଓଡିଶା ଅଙ୍ଗନୱାଡି କର୍ମୀ ଓ ସହାୟିକା ସଂଘ, ନିଖିଳ ଓଡିଶା ଅଙ୍ଗନୱାଡି କର୍ମୀ ସଂଘ, ଓଡିଶା ଅଙ୍ଗନୱାଡି ୱାର୍କର୍ସ ୟୁନିଅନ ପକ୍ଷରୁ ପୃଥକ ପୃଥକ ଦାବି ପତ୍ର ଦିଆଯାଇଥିଲା। ଏହାପରେ ସଚିବାଳୟ ଠାରେ ସଂଯୁକ୍ତ ମୋର୍ଚ୍ଚା କର୍ମକର୍ତ୍ତାଙ୍କ ସହିତ ସଚିବ ଶୋଭା ଶର୍ମା, ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ, ଅତିରିକ୍ତ ସଚିବ ଜ୍ୟୋତି ନାୟକ, ଉପ ସଚିବ ସଦାଶିବ ବେହେରା ପ୍ରମୁଖଙ୍କ ସହ ଆଲୋଚନା କରିଥିଲେ ପଶ୍ଚିମ ଓଡ଼ିଶା ଅଙ୍ଗନୱାଡି କର୍ମୀ ସଂଘର କାର୍ଯ୍ୟକର୍ତ୍ତା ବୃନ୍ଦ। ଏହି ଆଲୋଚନା ସକରାତ୍ମକ ହୋଇଥିଲା। ଆସନ୍ତା ୧୭ ତାରିଖ ଦିନ ବିଭିନ୍ନ ବିଭାଗୀୟ ସଚିବ ଏବଂ ମୁଖ୍ୟ ଶାସନ ସଚିବଙ୍କ ମିଳିତ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ଅଙ୍ଗନୱାଡି କର୍ମୀଙ୍କ ମୁଖ୍ୟ ସମସ୍ୟା ଗୁଡିକ ଉପରେ ଆଲୋଚନା କରାଯାଇ ସକାରାତ୍ମକ ପଦକ୍ଷେପ ନିଆଯିବ ବୋଲି ସଚିବ ଶ୍ରୀମତୀ ଶର୍ମା କହିଥିବା ଜଣାପଡିଛି। ଏଥିରେ ପଶ୍ଚିମ ଓଡିଶା ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ସଂଘ ପକ୍ଷରୁ ପ୍ରଭାସିନି ପାଢି, କନକ ପ୍ରଧାନ, ମମତା ଶତପଥି, ଲିଲି ମିଶ୍ର, ନିଖିଳ ଓଡିଶା ଅଙ୍ଗନୱାଡି କର୍ମୀ ସଂଘର ହରପ୍ରିୟା ସ୍ଵାଇଁ, ବିଷ୍ନୁ ପ୍ରିୟା ଜେନା, ମମତାଜ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.