ସବୁ ସମସ୍ୟାକୁ ମିଳିତ ଭାବେ ସାମ୍ନା କରିବ ଓବିସି, ଏସଟି, ଏସସି ଓ ସଂଖ୍ୟାଲଘୁ ମିଳିତ ମହାସଂଘ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ): ଆଜି ଭବାନୀପାଟଣା ଆମ୍ବେଦକର ଭବନ ଠାରେ କଳାହାଣ୍ଡି ଓବିସି ଏସସି ଏସସି ଓ ସଂଖ୍ୟାଲଘୁ ମିଳିତ ମହାସଂଘର ଏକ ସାମ୍ବାଦିକ ସମ୍ମଳନୀ ଅନୁଷ୍ଠିତ ହୋଯାଇଅଛି। ଏଥିରେ ଏହି ବର୍ଗର ସାମାଜିକ, ଆର୍ଥିକ, ରାଜନୈତିକ ତଥା ସାମ୍ବିଧାନିକ ଅଧିକାର ହାସଲ ପାଇଁ ସମସ୍ତେ ଏକ ହୋଇ ଆଗାମୀ ଦିନରେ ସରକାର ପାଖରେ ଦାବୀ ଉପସ୍ଥାପିତ କରିବା ସହିତ ଆବଶ୍ୟକ ପଡିଲେ ଭୟଙ୍କର ଭାବେ ଜନ ଆନ୍ଦୋଳନ କରାଯିବ ବୋଲି ବକ୍ତାମାନେ ମତ ପ୍ରକାଶ କରିଛନ୍ତି। ବିଶେଷକରି ଓବିସି ବର୍ଗର ଜନଗଣନା, ସେମାନଙ୍କୁ ଶିକ୍ଷା, ନିଯୁକ୍ତି ଓ ରାଜନୀତିରେ ସେମାନଙ୍କ ଜନସଂଖ୍ୟା ଅନୁସାରେ ୫୨% ସଂରକ୍ଷଣ ଦେବାକୁ ଦାବି କରିଥିଲେ। ବର୍ତ୍ତମାନ ରାଜ୍ୟ ସରକାର ଏସ ଟି ମାନଙ୍କୁ ଶିକ୍ଷା ରେ ୧୨% ଓ ଏସସି ମାନଙ୍କୁ ୮% ସଂରକ୍ଷଣ ଦେବା ନିନ୍ଦନୀୟ । ଉକ୍ତ ଦୁଇ ବର୍ଗକୁ ଉଚ୍ଚ ଶିକ୍ଷାରେ ସେମାନଙ୍କ ଜନସଂଖ୍ୟା ଅନୁପାତରେ ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ ସଂରକ୍ଷଣ ଦେବାକୁ ଦାବି କରିଥିଲେ। ପୁନଶ୍ଚ ଜିଲ୍ଲାରେ ଆଗାମୀ ୨୦୨୪ ସାଧାରଣ ନିର୍ବାଚନକୁ ଏହି ଚାରି ବର୍ଗର ଲୋକମାନେ ମିଳିତ ସହଯୋଗରେ ନିର୍ବାଚନ ମୁକାବିଲା କରାଯିବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆବାହକ ପୂର୍ବତନ ଜିଲା ଯାଦବ ସମାଜ ସଭାପତି ଡମ୍ବରୁଧର ଲହଜଲ , ପଣ୍ଡରା ମାଳି ସମାଜର କୁଳପତି ଶିକ୍ଷାବିତ୍ ପ୍ରକାଶ ନାଏକ , ଆଦିବାସୀ ସମାଜର ସଭାପତି ହରେକୃଷ୍ଣ ମାଝୀ, ପୂର୍ବତନ ଜେଲ ଅଧ୍ୟକ୍ଷ ପ୍ରେମାନନ୍ଦ ବାଗ, ସତନାମୀ ସମାଜ କୁଳପତି କ୍ଷେତ୍ର ସତନାମୀ, ରାଷ୍ଟ୍ରୀୟ ମୂଳନିବାସୀ ମହିଳା ସଭାନେତ୍ରୀ କମଳିନୀ ଯାଦବ, ଜଗଦୀଶ ଯାଦବ, ମୁସଲିମ ସମାଜର ସଲିମ୍ ମହମ୍ମଦ, ଶୟଦ ରହିମ, ବିଏମପିର ରାଜ୍ୟ ସଭାପତି ଗଙ୍ଗାଧର ଜାଲ, ପଣ୍ଡରା ମାଳି ଯୁବ ବାହିନୀର ରତନ ନାଏକ, ଯୁବ ଯାଦବ ସମାଜର ଡାକେଶ୍ୱର୍ ଲହଜଲ୍, ମହିଳା ସଂଗଠିକା ରୀନା ଭୋଇ ଏଓଏସସିଏଫ୍ ଯୁବ ସଂଗଠକ ଯତୀନ୍ଦ୍ର କର, ସୂର୍ଯ୍ୟ କୁମାର, ଜୟପ୍ରକାଶ ଜାଲ, ଭୀମ ଆର୍ମି ସଭାପତି ରଜନୀକାନ୍ତ ସମର୍ଲିଆ, ଆଇନଜୀବୀ ଦିଗମ୍ବର ଦୁରୀଆ, ମନୁ କାଣ୍ଡ ଆଦି ବୁଦ୍ଧିଜୀବୀ ଉପସ୍ଥିତି ଥିବାବେଳେ ଏହାକୁ ବିଭୀଷଣ ନାଏକ ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.