ରାୟପୁର ଠାରେ ଇଣ୍ଡିୟାନ ଜର୍ଣ୍ଣାଲିଷ୍ଟ ୟୂନିୟନର ୧୦ମ ପ୍ଲିନାରୀ ବୈଠକ

• ଓଡିଶାରୁ ୭ଜଣ ପ୍ରତିନିଧିଙ୍କ ଯୋଗଦାନ

• ସର୍ବ ଭାରତୀୟ ସ୍ତରରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଚଳନ ହେବାର ଆବଶ୍ୟକତା ରହିଛି

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଇଣ୍ଡିୟାନ ଜର୍ଣ୍ଣାଲିଷ୍ଟ ୟୁନିୟନର ୧୦ମ ପ୍ଲିନାରୀ ବୈଠକ ଛତିଶଗଡର ରାଜଧାନୀ ରାୟପୁର ପଂଜାବ କେଶରୀ ହଲ ଠାରେ ମାର୍ଚ୍ଚ ୧୭ ଏବଂ ୧୮ ତାରିଖ ୨ଦିନ ଧରି ଅନୁଷ୍ଠିତ ହେଉଥିବା ବେଳେ, ଓଡିଶାରୁ ଇଣ୍ଡିୟାନ ଜର୍ଣ୍ଣାଲିଷ୍ଟ ୟୂନିୟନର ସହ ବନ୍ଧିତ ରାଜ୍ୟ ୟୁନିୟନ ଭାବରେ ଓଡିଶା ସାମ୍ବାଦିକ ସଂଘ (ଓ.ଜେ.ୟୂ.) ପକ୍ଷରୁ ରାଜ୍ୟ ସଭାପତି ଶଶିଭୁଷଣ ପ୍ରହରାଜ, ରାଜ୍ୟ ସାଧାରଣ ସମ୍ପାଦକ କେ. ଶ୍ରିନିବାସ ରାଓ, ରାଜ୍ୟ ଉପସଭାପତି ଦୀପକ କୁମାର ନାୟକ, ଜାତୀୟ ପରିଷଦ ସଦଶ୍ୟ ଶରତ ଚନ୍ଦ୍ର ବେହେରା, ସୁବ୍ରତ ଚୌଧୁରୀ, ରବିନ୍ଦ୍ର ସାହୁ ଓ ରବିଶଙ୍କର ମହାପାତ୍ର ମୋଟ ୭ଜଣ ପ୍ରତିନିଧି ଯୋଗ ଦେଇଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ କାର୍ଯ୍ୟକ୍ରମକୁ ଉଦଘାଟନ କରି ନିଜ ବକ୍ତବ୍ୟରେ କାର୍ଯ୍ୟକ୍ଷେତ୍ରରେ ସାମ୍ବାଦିକ ମାନଙ୍କର ସୁରକ୍ଷା ଦିନକୁ ଦିନ ବିପର୍ଣ୍ଣ ହେଉଥିବା ବେଳେ, ଆଜିର ଦିନରେ ଛତିଶଗଡ ସରକାର ସାମ୍ବାଦିକ ସୁରକ୍ଷା ବିଲକୁ କ୍ୟାବିନେଟ ପାସ କରି ଏକ ଐତିହାସିକ ଉଦାହରଣ ସୃଷ୍ଟି କରିଛନ୍ତି ଏବଂ ରାଜ୍ୟପାଳଙ୍କ ସ୍ୱାକ୍ଷର ପରେ ତୁରନ୍ତ ଲାଗୁ କରାଯିବ ବୋଲି ଘୋଷଣା କରିଛନ୍ତି। ତେବେ ନକ୍ସଲ ଏବଂ ମାଓ ପ୍ରବଣ ଅଂଚଳ ତଥା ବିଭିନ୍ନ ସଂବେଦନ ଶୀଳ ସ୍ଥାନ ଏବଂ ପରିସ୍ଥିତିରେ କାର୍ଯ୍ୟ କରୁଥିବା ବେଳେ, ସର୍ବ ଭାରତୀୟ ସ୍ତରରେ ସାମ୍ବାଦିକ ମାନଙ୍କର ସୁରକ୍ଷା ଏବଂ ଅନ୍ୟାନ୍ୟ ସମସ୍ୟା ରହିଥିବା ବେଳେ ସର୍ବ ଭାରତୀୟ ସ୍ତରରେ ସାମ୍ବାଦିକ ସୁରକ୍ଷା ପାଇଁ ଏକ ନିର୍ଦ୍ଦିଷ୍ଟ ଆଇନ ପ୍ରଚଳନ ହେବାର ଆବଶ୍ୟକତା ରହିଛି ବୋଲି କହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.