ଚ଼େତନା ସ୍ବତନ୍ତ୍ର ଶିକ୍ଷା ମହାବିଦ୍ୟାଳୟରେ ଆନ୍ତର୍ଜାତୀୟ ଡାଉନ୍ ସିଣ୍ଡ୍ରୋମ୍ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର (ସନ୍ତୋଷ କୁମାର ବାଗ): ଚ଼େତନା ସ୍ବତନ୍ତ୍ର ଶିକ୍ଷା ମହାବିଦ୍ୟାଳୟରେ ଆନ୍ତର୍ଜାତୀୟ ଡାଉନ୍ ସିଣ୍ଡ୍ରୋମ୍ ଦିବସ ବହୁ ଆଡମ୍ବରରେ ପାଳନ କରାଯାଇଅଛି। ଉକ୍ତ ଉତ୍ସବରେ ସମ୍ପୂର୍ଣ ମହାବିଦ୍ୟାଳୟକୁ ହଳଦିଆ ଏବଂ ନୀଳ ରଙ୍ଗର ଆଲୋକରେ ସୁସଜ୍ଜିତ କରାଯାଇଥିଲା | ଚେତନା ମାନସିକ ଅନଗ୍ରସର ବିଦ୍ୟାଳୟ ଏବଂ ଚେତନା ସ୍ୱତନ୍ତ୍ର ଶିକ୍ଷା ମହାବିଦ୍ୟାଳୟର ସମସ୍ତ ବିଦ୍ୟାର୍ଥୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ନୀଳ, ହଳଦିଆ ରଙ୍ଗର ପୋଷାକ ପରିଧାନ କରିବା ସହ ନୀଳ, ହଳଦିଆ ରଙ୍ଗର ସଚେତନତା ରିବନ ନିଜ ହାତରେ ବାନ୍ଧିଥିଲେ।ଏହି ଉତ୍ସବରେ ଭାରତ ଥଇଥାନ ପରିଷଦର ଚିଠି ଅନୁସାରେ ଉଭୟ ଛାତ୍ରଛାତ୍ରୀ ଏବଂ ଶିକ୍ଷକଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ବକୃତା, ସଂଗୀତ, ନୃତ୍ୟ, ସୃଜନାତ୍ମକ ଲେଖା ପ୍ରତିଯୋଗିତା କରାଯାଇଥିଲା। ଏହାପରେ ଅପରାହ୍ନରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ବିନୟ ଭୂଷଣ ମହାପାତ୍ରଙ୍କ ସଭାପତିତ୍ବରେ ଏକ ସଭାର ଆୟୋଜନ କରାଯାଇଥିଲା | ଉକ୍ତ ସଭାରେ ମୁଖ୍ୟଅତିଥି ଭାବେ ଡଃ ଅମିତ ନାୟକ ବରିଷ୍ଠ ଅଧ୍ୟାପକ ଏସ.ସି.ବି ମହାବିଦ୍ୟାଳୟ , ଡ଼ଃ ପ୍ରତିଭା ଶର୍ମା (ସିଇଓ ପ୍ରଥମ ଡେଣ୍ଟାଲ ଚିକିତ୍ସାଳୟ) ଯୋଗଦେଇଥିଲେ | ସଭାରେ ,ଶ୍ରୀଯୁକ୍ତ ଲଲାଟେନ୍ଦୁ କର ,ଡ଼ଃ ଭାଗିରଥି ମହାପାତ୍ର ,ଶ୍ରୀମତୀ ସ୍ମୃତିରେଖା ମିଶ୍ର ଅତିଥି ଭାବେ ଯୋଗଦେଇ ସଭାରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଡାଉନ୍ ସିଣ୍ଡ୍ରୋମ୍ ଉପରେ ସଚେତନତା ବାର୍ତ୍ତା ଦେବା ସହ ଡାଉନ୍ ସିଣ୍ଡ୍ରୋମ୍ ପିଲାମାନେ କିପରି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇପାରିବେ ଉତ୍ତମ ପରାମର୍ଶ ଦିଗଦର୍ଶନ ପ୍ରଦାନ କରିଥିଲେ। ସନ୍ଧ୍ୟା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା। ଉକ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସୁମନଧ୍ୟାନ୍ୟ ଡାଉନ ସିଣ୍ଡ୍ରୋମ ନୃତ୍ୟଶିଳ୍ପୀ ରଶ୍ମିରେଖା ସାହୁଙ୍କ ଓଡିଶୀନୃତ୍ୟରୁ ଶୁଭାରମ୍ଭ କରାଯାଇଥିଲା , ଏହାପରେ ଏକ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦ୍ୱାରା ନୃତ୍ୟ, ସଂଗୀତ ସହ ଏକ ସଚେତନତା ନାଟକ ପରିବେଷଣ କରାଯାଇଥିଲା | ପରିଶେଷରେ ଡାଉନ ସିଣ୍ଡ୍ରୋମ ଉପରେ ଆଧାରିତ ଏକ ଚଳଚିତ୍ର ‘ଆହାନ’କୁ ସମସ୍ତଙ୍କୁ ଦେଖାଯାଇଥିଲା ଏବଂ ସମସ୍ତେ ଚଳଚିତ୍ରକୁ ଉପଭୋଗ କରିବାସହ ଅନେକ ଶିକ୍ଷଣୀୟ ଜିନିଷ ଶିକ୍ଷାଲାଭ କରିଥିଲେ | ଅନୁଷ୍ଠାନ ଏହିପରି କାର୍ଯ୍ୟକ୍ରମକୁ ବିଭିର୍ଣ୍ଣ ମହଲରେ ପ୍ରଶଂସା କରାଯାଇଛି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.