ସମାଜସେବୀ ଉମାକାନ୍ତ ସୁନାନୀଙ୍କ ନିଆରା ସେବା….

ଟୁଇଟରେ କରୁଛନ୍ତି ସମସ୍ୟାର ସମାଧାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଜଗଦୀଶ ନାଏକ): କଳାହାଣ୍ଡି ଜିଲ୍ଲାରେ ବ୍ଲଡ଼ ମ୍ୟାନ୍ ନାମରେ ପରିଚିତ ଯୁବ ସମାଜସେବୀ ଉମାକାନ୍ତ ସୁନାନୀଙ୍କ ନିଆରା ସେବା। ସାମାଜିକ ଗଣମାଧ୍ୟମକୁ ପ୍ରମୁଖ ଅସ୍ତ୍ର କରି ଗରିବ ଅସହାୟ ଲୋକଙ୍କ ସମସ୍ୟାକୁ ଚୁଟକିରେ କରନ୍ତି ସମାଧାନ। କେଉଁ ଗାଁରେ କଣ ରହିଛି ସମସ୍ୟା, କିଏ ହେଉଛି ଅବହେଳିତ ଆଉ କିଏ ସରକାରୀ ସେବାରୁ ବଞ୍ଚିତ। ଏମିତି କିଛି ସ୍ଥାନୀୟ ଅଞ୍ଚଳର ସମସ୍ୟା ସମ୍ପର୍କରେ ବିଭାଗୀୟ ଅଧିକାରୀ ମାନଙ୍କୁ ଟୁଇଟର ମାଧ୍ୟମରେ ଅବଗତ କରାଇ ଏକ ନିଆରା ସମାଜସେବା କାର୍ଯ୍ୟ ଜାରି ରଖିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଅଞ୍ଚଳର ଉମାକାନ୍ତ ସୁନାନୀ ନିଜର ଦୈନନ୍ଦିନ କାର୍ଯ୍ୟ ସହିତ ପ୍ରତିଦିନ ବିଭିନ୍ନ ଖବରକାଗଜରେ ପ୍ରକାଶିତ ଖବର, ଦୀନ ଦରିଦ୍ର ଲୋକମାନଙ୍କ ସମସ୍ୟା ସହ ପ୍ରଶାସନିକ ଅବହେଳାକୁ ନେଇ ସେ ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ, ବିଭାଗୀୟ ମନ୍ତ୍ରୀ, ସଚିବ, ମୂଖ୍ୟମନ୍ତ୍ରୀଙ୍କୁ ଟୁଇଟର ମାଧ୍ୟମରେ ଉକ୍ତ ସମସ୍ୟା ଗୁଡିକକୁ ଦୃଷ୍ଟି ଗୋଚର କରିଥାନ୍ତି। ଏବଂ ଗରୀବ ଲୋକଙ୍କ ସମସ୍ୟା ସମ୍ପର୍କରେ ପ୍ରଶାସନକୁ ଜଣାଇ ସେମାନଙ୍କୁ ସହାୟତାର ବାଟ ଦେଖାନ୍ତି। ୨୦୧୯ ମସିହାରୁ ଉମାକାନ୍ତ ଅନବରତ ଭାବେ ଟୁଇଟର ମାଧ୍ୟମରେ ଲୋକଙ୍କ ସମସ୍ୟାକୁ ସରକାରଙ୍କ ନିକଟରେ ପହଞ୍ଚାଇବା କାର୍ଯ୍ୟ ଯାରି ରଖିଛନ୍ତି। ବର୍ତ୍ତମାନ ସୁଦ୍ଧା ୫ଶହ ରୁ ଉର୍ଦ୍ଧ୍ବ ସମସ୍ୟା ସମ୍ପର୍କରେ ଟୁଇଟ କରିଥିବାବେଳେ ସଜ ଅନେକ ସମସ୍ୟାର ସମାଧାନ କରିପାରିଛନ୍ତି।

Udyog Nursery
Udyogi Nursery

ଖାଲି ସେତିକି ନୁହେଁ ଉମାକାନ୍ତ ୩୧ ଥର ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରି ସାରିଥିବାବେଳେ ରକ୍ତ ଅଭାବ କାରଣରୁ ଯେମିତି କାହାରି ଜୀବନ ନ’ ଯାଉ ସେଥିପାଇଁ ଯୁବପିଢୀଙ୍କୁ ରକ୍ତଦାନ ପାଇଁ ପ୍ରବର୍ତ୍ତାଇଥାନ୍ତି। ତାଙ୍କ ଉଦ୍ୟମରେ ଅନେକ ଲୋକ ସହଜରେ ରକ୍ତ ପାଇ ପାରିଥାନ୍ତି । ତେଣୁ ଜିଲ୍ଲାରେ ସେ ବ୍ଳଡ୍ ମ୍ୟାନ୍ ଭାବରେ ବେଶ୍ ପରିଚିତ ହୋଇ ପାରିଛନ୍ତି। ଉମାକାନ୍ତଙ୍କ ଏଭଲି ସମାଜସେବା ମନୋଭାବକୁ ବିଭିନ୍ନ ମହଲରେ ଭୁରି ଭୁରି ପ୍ରଶଂସା କରାଯାଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.