ସୋନପୁରର ନୂତନ ଥାନା ଅଧିକାରୀଙ୍କୁ ଭେଟିଲେ ଓଡିଶା ସାମ୍ବାଦିକ ସଂଘ କର୍ମକର୍ତ୍ତା

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ସଦର ଥାନାର ନୂତନ ଭାରପ୍ରାପ୍ତ ଥାନା ଅଧିକାରୀ ପଦ୍ମାସିନୀ ମେହେରଙ୍କୁ ଭେଟିବା ସହ ଶୁଭେଛା ଜଣାଇଲେ ଓଡିଶା ସାମ୍ବାଦିକ ସଂଘର ପ୍ରତିନିଧି ଦଳ । ସହରରେ ଚୋରି ଓ ଅସାମାଜିକ କାର୍ଯ୍ୟ କଳାପ ରୋକିବାକୁ ପୋଲିସ ନାଇଟ ବିଟ ପେଟ୍ରୋଲିଙ୍ଗକୁ କଡାକଡି ଓ ନିଶା କାରବାର ରୋକିବାକୁ ପରାମର୍ଶ କରିଥିଲେ । ଏହା ସହିତ ସହରରେ ଚୋରି, ବାଇକ ଡ଼ିକିରୁ ଟଙ୍କା ଲୁଟ ଛିନତାଇ ଘଟଣା ବୃଦ୍ଧି ପାଉଥିବାରୁ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଖୁବ ଶୀଘ୍ର ରୋହିଙ୍ଗିଆ ଶ୍ରମିକ ଓ ବିଭିନ୍ନ ସମ୍ପ୍ରଦାୟର ରିଫ୍ୟୁଜି ମାନଙ୍କ ପଞ୍ଜିକରଣ ଓ ଚି଼ହ୍ନଟ ପ୍ରକ୍ରିୟାକୁ ବିଭିନ୍ନ ସାମାଜିକ ସଂଗଠନ ସହାୟତାରେ ତୁରନ୍ତ ଆରମ୍ଭ କରିବାକୁ ପରାମର୍ଶ କରିଥିଲେ । ପ୍ରଥମେ ସହରର ଟ୍ରାଫିକ ବ୍ୟବସ୍ଥାକୁ ସଜାଡିବା ସହ ଅପରାଧ ନିୟନ୍ତ୍ରଣ ସାଙ୍ଗକୁ ପ୍ରତ୍ୟେକ ଅସାମାଜିକ କାର୍ଯ୍ୟକଳାପକୁ ନିୟନ୍ତ୍ରଣ ପାଇଁ ଉଦ୍ୟମ ଜାରି ରଖିବି, ଏଥିପାଇଁ ସହର ବାସୀଙ୍କ ସହଯୋଗ ଲୋଡ଼ା ବୋଲି ଥାନା ଅଧିକାରୀ ଶ୍ରୀମତୀ ମେହେର ସାମ୍ବାଦିକଙ୍କ ପ୍ରଶ୍ନ ଉତ୍ତରରେ ପ୍ରତିକ୍ରିୟା ରଖିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.