ଓଡିଶା ଆନ୍ତଃ କ୍ଳବ ଭାରଉତୋଳନ ପ୍ରତିଯୋଗିତାରେ ବ୍ରୋଂଜ ପଦକ ପାଇ ରାୟଗଡା ଜିଲ୍ଳା ପାଇଁ ସୁନାମ ଆଣିଲେ ପିଙ୍କି ହୁଇକା

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳା ପାଇଁ କ୍ରୀଡା କ୍ଷେତ୍ରରେ ସୁନାମ ଆଣିଛନ୍ତି ରାୟଗଡା ମାଟିର ଝିଅ ପିଙ୍କି ହୁଇକା । ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଗତ ଜୁନ୍ ୨୮ରୁ ୩୦ପର୍ଯ୍ୟନ୍ତ ତିନି ଦିନ ଧରି ଅନୁଷ୍ଠିତ ହୋଇଥିବା ଓଡିଶା ଆନ୍ତଃ କ୍ଳବ ଭାର ଉତୋଳନ ପ୍ରତିଯୋଗିତା -୨୦୨୩ରେ ୪୯ କିଲୋ ମହିଳା ବରିଷ୍ଠ ବର୍ଗରେ ପିଙ୍କି ଅଂଶଗ୍ରହଣ କରି ୭୫କିଲୋ ଭାର ଉଠାଇ ତୃତୀୟ ସ୍ଥାନ ଅଧିକାର କରି ବ୍ରୋଂଜ ପଦକ ହାସଲ କରିଥିଲେ । ଯାହାକି ରାୟଗଡା ଜିଲ୍ଳାର ଭାର ଉତୋଳନ କ୍ଷେତ୍ରରେ ଇତିହାସରେ ପ୍ରଥମ ବ୍ରୋଂଜ ପଦକ । ଏହି ପରିପ୍ରେକ୍ଷୀରେ କୋଚ୍ ତଥା ରାୟଗଡା ଶହିଦ୍ ଲକ୍ଷ୍ମଣ ନାୟକ କ୍ରୀଡା ଓ ସାଂସ୍ଖୃତିକ ସଂଘର ସଭାପତି ଦୋରା କଣ୍ଡାଗରୀ ରାୟଗଡା ଜିଲ୍ଳା ପାଇଁ ପିଙ୍କି ଭଳି ଅନ୍ୟ ଯୁବ ଭାର ଉତୋଳନକାରୀମାନେ ଅଧିକରୁ ଅଧିକ ପଦକ ଆଣି ଜିଲ୍ଳାର ନାମକୁ ଗୈାରବାନ୍ନିତ କରିବେ ବୋଲି ଆଶା ରଖିଛନ୍ତି ବୋଲି କହିଥିବା ବେଳେ ବ୍ରୋଂଜ ପଦକ ବିଜୟୀ ପିଙ୍କି ହୁଇକା ମଧ୍ୟ ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ପ୍ରତିଯୋଗିତାଗୁଡିକରେ ଅଂଶଗ୍ରହଣ କରି ଜିଲ୍ଳା ପାଇଁ ସ୍ୱର୍ଣ୍ଣ ପଦକ ଆଣିବାର ଲକ୍ଷ୍ୟ ରଖିଛନ୍ତି ବୋଲି କହିଛନ୍ତି । ପିଙ୍କିର ଏହି ସଫଳତା ପାଇଁ ରାୟଗଡା ସହରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶୁଭେଚ୍ଛାର ସୁଅ ଛୁଟିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.