ଚିର ସ୍ମରଣୀୟ ହୋଇ ରହିବେ ଧନେଶ୍ୱର ଭାଟି

କୋକସରା ବ୍ଲକ ଯାଦବ ସମିତି ପକ୍ଷରୁ ସ୍ମୃତି ସଭା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଦର ମହକୁମା ସ୍ଥିତ ଯାଦବ ଭବନ ଠାରେ ବ୍ଲକ ଯାଦବ ସମିତି ପକ୍ଷରୁ ବରିଷ୍ଠ ସମାଜ ପ୍ରେମୀ ସ୍ୱର୍ଗତ ଧନେଶ୍ୱର ଭାଟିଙ୍କ ଉଦ୍ଦେଶ୍ୟରେ ସ୍ମୃତି ସଭା ଅନୁଷ୍ଠିତ ହୋଇଛି।ପ୍ରଥମେ କୂଳଦେବତା ଯଦୁପତି ଶ୍ରୀକୃଷ୍ଣ ଭଗବାନଙ୍କ ପୂଜାର୍ଚନା କରାଯାଇଥିଲା। ପରେ ସ୍ୱର୍ଗତ ଭାଟିଙ୍କ ଅମର ଆତ୍ମାର ସତଗତି ନିମନ୍ତେ ୧ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ସ୍ବର୍ଗତ ଧନେଶ୍ୱର ଭାଟି ଉତ୍କଳ ଯାଦବ ମହାସଭାର ସମ୍ପାଦକ ତଥା ନବରଙ୍ଗପୁର ପ୍ରଭାରୀ ସେ ଏକାଧାରରେ ଜଣେ ଜାତି ପ୍ରୀତି ବ୍ୟକ୍ତିତ୍ୱ, ମିଷ୍ଟ ଭାଷୀ, ମେଳାପୀ, ସମଭାବପନ୍ନ ବ୍ୟକ୍ତିତ୍ୱ ଥିଲେ, ସମାଜ ପାଇଁ ତାଙ୍କର ତ୍ୟାଗ ଓ ସମାଜ ସଂଗଠନକୁ ସୁଦୃଢ କରିଥିଲେ ସେ ସବୁକୁ ଉପସ୍ଥିତ ଯାଦବ ପ୍ରେମୀ ମାନେ ସ୍ମୃତି ଚାରଣ କରିଥିଲେ। ଏହି ସ୍ମୃତି ସଭାରେ ଧର୍ମଗଡ଼ ବିଧାୟକ ମୌଷଧି ବାଗ, କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସଭାପତି ନୃପରାଜ ଯାଦବ, ସାଧାରଣ ସମ୍ପାଦକ ସଞ୍ଜୟ ଧଙ୍ଗଡ଼ାମାଝୀ, ପୂର୍ବତନ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସଭାପତି ଡମ୍ବରୁଧର ଲହଜଳ, ଜିଲ୍ଲା ମହିଳା ସଭାନେତ୍ରୀ ରଶ୍ମିରେଖା ରାଉତ, କୋକସରା ଜିଲ୍ଲାପରିଷଦ ସଭ୍ୟ ତ୍ରିନାଥ ବାଗ, ଧର୍ମଗଡ଼ ବ୍ଲକ ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ଶଙ୍କର ଜୁଏଡ଼, ଉତ୍କଳ ଯାଦବ ମହାସଭା ସମ୍ପାଦକ କୀର୍ତ୍ତନ ନାଏକ, ଚନ୍ଦାହାଣ୍ଡି ମହାବିଦ୍ୟାଳୟ ଅଧ୍ୟକ୍ଷ ଦ୍ବାରିକାନାଥ ବାଗ, ଜିଲ୍ଲା ଯୁବଯାଦବ ମହାସଭା ସାଧାରଣ ସମ୍ପାଦକ ଲିଙ୍ଗରାଜ ବେହେରା, ଜିଲ୍ଲା ଯୁବ ଯାଦବ ମହାସଭା ଉପସଭାପତି ଡାକେଶ୍ବର ଲହଜଲ, କୋକସରା ବ୍ଲକ ଯାଦବ ସମିତି ସଭାପତି ବିନୋଦ ରାଉତ, ସମ୍ପାଦକ ଅଲେଖଚନ୍ଦ୍ର ଗୋପାଳ, କୋଷାଧ୍ୟକ୍ଷ ପ୍ରହଲ୍ଲାଦ ଚଣ୍ଡୀ, ପୂର୍ବତନ ସଭାପତି ମଙ୍ଗଳୁ ଭାଟି, ଧନୁ ଗୋପାଳ, ଗୋଲାମୁଣ୍ଡା ବ୍ଲକ ସଭାପତି ଗିରିଧାରୀ ତେଜୀ, କେଦାର ଖର୍ସେଲ,ନିରାକାର ଗୋପାଳ ପ୍ରମୁଖ ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଅନେକ ଯାଦବ ପ୍ରେମୀ ଉପସ୍ଥିତ ରହିଥିଲେ । ସ୍ମୁତି ସଭାକୁ ବ୍ଲକ ଯାଦବ ସମିତି ଉପସଭାପତି ଯୋଗେନ୍ଦ୍ର ହଂସ ପରିଚାଳନା କରିଥିବା ବେଳେ ସହସମ୍ପାଦକ ଧନସିଂ ବାଗ ଧନ୍ୟବାଦ ଅର୍ପଣ  କରିଥିଲେ  ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.