ସୁବର୍ଣ୍ଣପୁରରେ କଂଗ୍ରେସର ଧାରଣା ସହ ଅଣ୍ଡାମାଡ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବିଦ୍ୟୁତ ଦର ବୃଦ୍ଧି ଓ ଅଘୋଷିତ ବିଦ୍ୟୁତ କାଟ ସହ ଟାଟା ପାୱାରର ମନମାନୀକୁ ବିରୋଧ କରି ଦଳ ପକ୍ଷରୁ ସୋନପୁର ସଦର ବିଦ୍ୟୁତ ବିଭାଗ ସେକ୍ସନ ଅଫିସ ସମ୍ମୁଖରେ ଧାରଣା ଦେବା ସହ ପ୍ରତିବାଦ ଓ ଅଣ୍ଡାମାଡ କରାଯାଇଥିଲା। ସେପଟେ ପ୍ରବଳ ଗୁଳୁଗୁଳି ଅନୁଭୁତ ହେଉଥିବା ବେଳେ ଅଘୋଷିତ ବିଦ୍ୟୁତ କାଟ ଜନସାଧାରଣଙ୍କ ଦୁଃଖକୁ ଦ୍ଵିଗୁଣିତ କରୁଥିବା ଅଭିଯୋଗ ହୋଇଛି। ବିଦ୍ୟୁତ ଦେୟ ଅହେତୁକ ବୃଦ୍ଧି ଯୋଗୁଁ ସାଧାରଣ ଲୋକ କ୍ଷତି ସହୁଥିବା ବେଳେ ସରକାରଙ୍କ ଟାଟା ପାୱାର ପ୍ରୀତିକୁ ଦଳ ପକ୍ଷରୁ ଘୋର ନିନ୍ଦା କରାଯାଇଥିଲା ଓ ଦଳ ପକ୍ଷରୁ ଏକ ଦାବିପତ୍ର ଶକ୍ତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟ ରେ ପ୍ରଦାନ କରାଯାଇଥିଲା। ଜିଲ୍ଲା କଂଗ୍ରେସ କମିଟିର ସଭାପତି ଗୌରିଶ୍ୟାମ ପଣ୍ଡାଙ୍କ ନେତୃତ୍ୱରେ ଆୟୋଜିତ ବିକ୍ଷୋଭରେ ପର୍ଯ୍ୟବେକ୍ଷକ ନିପନ ଦାସ, ଜିଲ୍ଲା କଂଗ୍ରେସ କମିଟି ଉପ ସଭାପତି ରାଜ ଗୋପାଳ ପାଣଗ୍ରାହୀ, ଜିଲ୍ଲା ପରିଷଦ ସଭ୍ୟ ଲବକୁମାର ସାହୁ, ବରିଷ୍ଠ ନେତା ଜିତେନ୍ଦ୍ର ପଟ୍ଟନାୟକ, ସାଙ୍ଗଠନିକ ସମ୍ପାଦକ ସୁଧୀର ପଣ୍ଡା, କୋଷାଧ୍ୟକ୍ଷ ଶେଷଦେବ ମେହେର, ନଗର ସଭାପତି ରଞ୍ଜିତ ରାଏ, ପ୍ରତାପ ଦେହୁରୀ, ରାଜେଶ ମିଶ୍ର, ନିମାଇଁ ପାଣିଗ୍ରାହୀ, ସଚି ସାହୁଙ୍କ ସହ ଅନେକ କର୍ମକର୍ତ୍ତା ସାମିଲ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.