ସୁବର୍ଣ୍ଣପୁରରେ ‘ମୋ ଦଳ’ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ 

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆମର ଦରକାର୍ ଚାଷୀ ସରକାର ନାରା ଦେଇ ‘ମୋ ଦଳ’ ପକ୍ଷରୁ ସୁବର୍ଣ୍ଣପୁରର ଏନଜିଓସିସି ହଲ୍ ଠାରେ ପ୍ରଥମ ସାଂଗଠନିକ ବୈଠକ ଓ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେଇଥିଲା । ଏଥିରେ ମୋ ଦଳର ରାଜ୍ୟ ଉପ ସଭାପତି ରାଜେନ୍ଦ୍ର ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଆବାହକ ପ୍ରଦ୍ୟୁମ୍ନ ପାଢ଼ୀ ଆମର ଦରକାର୍ ଚାଷୀ ସରକାର ନାରା ଦେଇ ଆଗାମୀ ଦିନରେ ରାଜ୍ୟର ୧୪୭ ଟି ବିଧାନସଭା ମଣ୍ଡଳୀ ସହ ଜିଲ୍ଲାର ଦୁଇ ନିର୍ବାଚନ ମଣ୍ଡଳୀରେ ସଂଗଠନକୁ ମଜବୁତ୍ କରି ଚାଷୀ ପ୍ରତିନିଧିଙ୍କୁ ବିଧାନସଭାକୁ ପଠାଇବା ବୋଲି ଆହ୍ଵାନ କରିଥିଲେ । ଶିଘ୍ର ଉଭୟ ନିର୍ବାଚନ ମଣ୍ଡଳୀ ପାଇଁ ଚାଷୀଙ୍କ ସମର୍ଥିତ ସମସ୍ତଙ୍କ ଗ୍ରହଣଯୋଗ୍ୟ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବା ନେଇ ଆଲୋଚନା ହୋଇଥିଲା, ଜିଲ୍ଲାର ବିଭିନ୍ନ ଚାଷୀ ସଂଗଠନ ଏହି ମତକୁ ସମର୍ଥନ ଜଣାଇଥିଲେ। ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନର ୧୫ ବର୍ଷର ଲଢେଇ ଏହି ଦଳର ଭିତ୍ତିଭୂମି ହେବ। ଓଡ଼ିଶାରେ ଚାଷୀ ଯେ ଏକ ମହାଶକ୍ତି ବୋଲି ସରକାରଙ୍କୁ ପ୍ରଦର୍ଶନ କରିବା ପାଇଁ ବାରମ୍ବାର ରାଜଧାନୀ ଭୁବନେଶ୍ୱରକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ ହେଁ ସରକାର ତାକୁ ବାରମ୍ବାର ଲାଠି ପ୍ରହାର କରି ଜେଲରେ ଭରି ତୃଣମୂଳ ସ୍ତରରେ ବିଭିନ୍ନ ଥାନାରେ ଚାଷୀଙ୍କୁ ଅଟକ ରଖି କାର୍ଯ୍ୟକ୍ରମ ସବୁକୁ ଭଣ୍ଡୁର କରିବାକୁ ପ୍ରବଳ ଉଦ୍ୟମ କଲା। ଠିକ୍ ସେହିପରି କେନ୍ଦ୍ରରେ ମଧ୍ୟ ଦେଢ଼ ବର୍ଷ ଧରି ଚାଷୀଙ୍କ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କଲା ପରେ ମଧ୍ୟ ମଧ୍ୟ ସରକାର ସମ୍ବେଦନଶୀଳ ହେଲେ ନାହିଁ ଏଣୁ ନବନିର୍ମାଣ କୃଷକ ସଂଗଠନ ଆହ୍ଵାନ ଦେଇଛି ଯେ ରାଜ୍ୟର ୭୦ ଭାଗ ଚାଷୀ ଏକଜୁଟ ହୋଇ ନିଜର ଦାବି ହାସଲ କରିବା ପାଇଁ ସରକାର ଗଠନ କରିବା ପାଇଁ ରାଜ୍ୟରେ ନୂତନ ଆଞ୍ଚଳିକ ଦଳ ‘ମୋ ଦଳ’କୁ ବିଜୟୀ କରାଯିବାପାଇଁ ଚେଷ୍ଟିତ ହେବାପାଇଁ ସଂକଳ୍ପବଦ୍ଧ ହୋଇଥିଲେ। ଚାଷୀ ପରିବାରକୁ ମାସକୁ ୫୦୦୦ ଟଙ୍କା ପେନସନ ସହ ପ୍ରତି ଏକର ପିଛା ୫୦୦୦ ଟଙ୍କା ସହାୟତା ଓ ଧାନ କ୍ଵିଣ୍ଟାଲ ଅନ୍ୟୁନ ୩୦୦୦ ଟଙ୍କା କରିବା, ବାର୍ଦ୍ଧକ୍ୟ ଭତ୍ତା କୁ ୨୫୦୦ ଟଙ୍କା କରିବା, ଚାଷୀର ଜମିକୁ ମାଗଣା ଜଳ ଓ ବିଦ୍ୟୁତ୍ ଯୋଗାଇଦେବା ତଥା ମଣ୍ଡି ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ପ୍ରତ୍ୟେକ ପଞ୍ଚାୟତରେ ଗୋଦାମ ଗୃହ ସହ ପ୍ରତ୍ୟେକ ବ୍ଲକରେ ଶୀତଳ ଭଣ୍ଡାର ସ୍ଥାପନା ଆଦି ମୁଖ୍ୟ ଉଦ୍ଦେଶ୍ୟ ନେଇ ମୋ ଦଳ ଆଗାମୀ ଦିନ ରେ ଗାଁ ଗାଁରେ ଚାଷୀ ସରକାରର ବାର୍ତ୍ତାକୁ ମଜବୁତ୍ କରିବାପାଇଁ ଉପସ୍ଥିତ ସମସ୍ତ ଚାଷୀ ପ୍ରତିନିଧି ବଜ୍ର ଶପଥ ନେଇଥିଲେ । ସଭାରେ ବରିଷ୍ଠ ଚାଷୀ ବୃନ୍ଦାବନ ପ୍ରଧାନ, ଗୋପାଲଜୀ ଗଡୁଆ, ରାଜେନ୍ଦ୍ର ପାଢ଼ୀ, ବୈକୁଣ୍ଠ ଶତପଥୀଙ୍କ ସମେତ ସବୁ ବ୍ଲକ୍ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ। ଆଗକୁ ମୋ ଦଳ ହିଁ ବିଜେଡିର ବିକଳ୍ପ ରୂପେ ରାଜ୍ୟରେ ଉଭା ହେବ ବୋଲି ମତ ପ୍ରକାଶ ପାଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.