ଆଜି ବିଶ୍ୱ ପଶୁ ଦିବସ 

ପ୍ରତିବର୍ଷ ଅକ୍ଟୋବର ୪ ତାରିଖରେ ସାରା ବିଶ୍ୱରେ ପାଳିତ ହୋଇଥାଏ ‘ବିଶ୍ବ ପଶୁ ଦିବସ’ । ଏହା ହେଉଛି ପଶୁ ଅଧିକାର ଏବଂ କଲ୍ୟାଣ ପାଇଁ ଏକ ଆନ୍ତର୍ଜାତୀୟ ଦିବସ । ହେନେରିକ ଜିମର୍ମାନ୍ ନାମକ ଜଣେ ଜର୍ମାନ ଲେଖକ ୨୪ ମାର୍ଚ୍ଚ ୧୯୨୫ ମସିହାରେ ଜର୍ମାନୀର ବର୍ଲିନ୍ ସ୍ପୋର୍ଟ ପ୍ୟାଲେସରେ ପ୍ରଥମେ ‘ବିଶ୍ବ ପଶୁ ଦିବସ’ ପାଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ୫୦୦୦ରୁ ଅଧିକ ଲୋକ ଯୋଗ ଦେଇଥିଲେ । ଏହି ଦିନଟି ମୂଳତଃ ଅକ୍ଟୋବର ୪ରେ ପରିବେଶବିତ ସେଇଣ୍ଟ ଫ୍ରାନ୍ସିସଙ୍କ ପର୍ବ ସହିତ ପାଳନ କରିବା ପାଇଁ ନିଶ୍ଚିତ ହୋଇଥିଲା । କିନ୍ତୁ ସେହି ସମୟରେ ସ୍ଥାନାଭାବ ହେତୁ ଏହି ଦିନଟି ପାଳନ କରାଯାଇ ନ ଥିଲା । ପରବର୍ତ୍ତୀ ସମୟରେ ପ୍ରଥମ ଥର ପାଇଁ ୧୯୨୯ ମସିହାରେ ୪ ଅକ୍ଟୋବର ଦିନ ବିଶ୍ୱ ପଶୁ ଦିବସ ପାଳନ କରାଯାଇଥିଲା । ପରିବେଶବିତ ଜିମର୍ମାନ ପଶୁମାନଙ୍କର ମଙ୍ଗଳ ତଥା ପ୍ରାଣୀ ଦିବସର ପ୍ରୋତ୍ସାହନ ପାଇଁ ଅକ୍ଲାନ୍ତ ପରିଶ୍ରମ କରିଥିଲେ । ଶେଷରେ, ମେ ୧୯୩୧ରେ ଫ୍ଲୋରେନ୍ସ ଇଟାଲୀରେ ଆନ୍ତର୍ଜାତୀୟ ପ୍ରାଣୀ ସୁରକ୍ଷା କଂଗ୍ରେସର ଏକ ଅଧିବେଶନରେ, ଅକ୍ଟୋବର ୪ ବିଶ୍ୱ ପଶୁ ଦିବସକୁ ବିଶ୍ୱ ସ୍ତରରେ ପାଳନ କରିବା ପାଇଁ ତାଙ୍କର ପ୍ରସ୍ତାବ ସର୍ବସମ୍ମତି କ୍ରମେ ଗ୍ରହଣ କରାଯାଇଥିଲା ଏବଂ ଏକ ସଂକଳ୍ପ ଭାବରେ ଗ୍ରହଣ କରାଯାଇଥିଲା । ସେହି ସମୟଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ବର ବିଭିନ୍ନ ରାଷ୍ଟ୍ରରେ ଏହା ପାଳିତ ହୋଇ ଆସୁଛି । ପଶୁ ଅଧିକାର ତଥା କଲ୍ୟାଣ ପାଇଁ ଜନସଚେତନତା ସୃଷ୍ଟି କରିବା ‘ବିଶ୍ବ ପଶୁ ଦିବସ’ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଦିନ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.