ଆଜିବି ମାନବିକତା ବଞ୍ଚିଛି: ମାନସିକ ବିକାରଗ୍ରସ୍ତଙ୍କ ସେବା ସୁଶ୍ରୁଷା କରି ଉଦାହରଣ ସୃଷ୍ଟି କଲେ ଦୁଇ ବ୍ୟକ୍ତି ବିଶେଷ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ବନାଥପୁରରେ ଭାରସାମ୍ୟ ହରାଇ ପାଗଳପ୍ରାୟ ଘୁରି ବୁଲୁଥିବା ଜଣେ ବ୍ୟକ୍ତିଙ୍କୁ ସଫାସୁତୁରା କରିବା ସହିତ ନୂଆ ପୋଷାକ ପିନ୍ଧାଇ ଉଦାହରଣ ସୃଷ୍ଟି କରିଛନ୍ତି ଦୁଇଜଣ ବ୍ୟକ୍ତିବିଶେଷ । ଜଣେ ହେଉଛନ୍ତି ଅବସରପ୍ରାପ୍ତ ସେନା କର୍ମଚାରୀ ତଥା ଲାଞ୍ଜିଗଡ଼ ବିଧାୟକଙ୍କ ପ୍ରତିନିଧି ପ୍ରଦୀପ କୁମାର ଘଡ଼େଇ ଓ ଅନ୍ୟ ଜଣେ ହେଉଛନ୍ତି ପୂର୍ବତନ ବିସିସିବି ବ୍ୟାଙ୍କ କର୍ମଚାରୀ ତଥା ସମାଜସେବୀ ଓ ବିଶ୍ବନାଥପୁର ତ୍ରିନାଥ ମନ୍ଦିର ପରିଚାଳନା କମିଟିର ସଭାପତି ମନୋରଞ୍ଜନ ବିଶି ‌। ଦୁଇଜଣ ମିଶି ଆଜି ପର୍ଶୁରାମ ନାମକ ଜଣେ ପାଗଳକୁ ଉଦ୍ଧାର ତାର କେଶ କଟାଇ ସଫା କରିବା ପରେ ଗାଧୁଆପାଧୁଆ କରାଇ ନୂଆ ପୋଷାକ ଓ ଚପଳ ପିନ୍ଧିବାକୁ ଦେଇଥିଲେ । ଏହାସହିତ ଖାଇବା ପିଇବାକୁ ଦେଇଥିଲେ । ଉଭୟଙ୍କ ଏଭଳି ମହତ୍ କାମକୁ ସାଧାରଣରେ ବେଶ୍ ପ୍ରଶଂସା କରାଯାଉଛି । ଉଭୟଙ୍କ ଏଇ କାମରେ ପ୍ରମୋଦ ବାରିକ ଓ ବନ ଦଳେଇ ସହାୟତା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.