ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଧର୍ମଗଡ଼ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି ଆନ୍ଦୋଳନରେ ଆଜି ଧର୍ମଗଡ଼ ବନାଞ୍ଚଳ ସାହାଜଖୋଲ ବନ ସୁରକ୍ଷା ମହାସଂଘ ସାମିଲ ହୋଇଛନ୍ତି। ସାହାଜଖୋଲ ବନ ସୁରକ୍ଷା ସମିତି ସଭାପତି ଭୁଜବଳ ସୋରି, ସମ୍ପାଦକ ଟିକଚନ ମାଝୀ, କୋଷାଧ୍ୟକ୍ଷ ନିରଞ୍ଜନ ବାଗ, ଉପ ସଭାପତି କ୍ଷେତ୍ର ମାଝୀ, ଭଜମନ ନାଏକ, ସୁବାସ ଚନ୍ଦ୍ର ଖର୍ସେଲ, ଦୈତାରୀ ଦଳପତି, ନିରଞ୍ଜନ ନାଏକ, ଶବର ଚଳାନ, ରଘୁନାଥ ନାଏକ, ପରକ୍ଷିତ ବେଶ୍ରା, ବେଣୁଧର ଦାସ, ତ୍ରିନାଥ ପୋଟା, ଦ୍ରୋଣାଚାର୍ଯ୍ୟ ପୁଝାରୀ, ସିମାଞ୍ଚଳ ପୁଝାରୀ, ଚନ୍ଦ୍ର ଚନ୍ଦନ ପ୍ରମୁଖ ଆନ୍ଦୋଳନରେ ସାମିଲ ହୋଇ ଧର୍ମଗଡ଼ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି କରିଛନ୍ତି। ସବୁପ୍ରକାର ଭିତ୍ତିଭୂମି ଓ ମାନଦଣ୍ଡକୁ ପୂରଣ କରୁଥିବାରୁ ଧର୍ମଗଡ଼ ଉପଖଣ୍ଡ ଜିଲ୍ଲା ଦାବି ଯଥାର୍ଥ ଓ ଆସନ୍ତା ବିଧାନସଭା ଅଧିବେଶନରେ ସରକାର ଧର୍ମଗଡ଼ କୁ ସ୍ଵତନ୍ତ୍ର ଜିଲ୍ଲା ଭାବେ ଘୋଷଣା କରିବାକୁ ଦାବି କରିଥିଲେ। ଧର୍ମଗଡ଼ ଜିଲ୍ଲା ଦାବି କ୍ରିୟାନୁଷ୍ଠାନ କମିଟିର ସକ୍ରିୟ କର୍ମକର୍ତ୍ତା ଦିଗାମ୍ବର ଦୁରିଆ ସଭା ପରିଚାଳନା କରିଥିବା ବେଳେ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ସମେତ ବହୁ କାର୍ଯ୍ୟ କର୍ତ୍ତା ଉପସ୍ଥିତ ଥିଲେ। ଜିଲ୍ଲା ଦାବୀକୁ ସମର୍ଥନ କରି ସାହାଜଖୋଲ ବନସୁରକ୍ଷା ସମିତି ମହାସଂଘର କର୍ମକର୍ତ୍ତା ମାନେ ଧର୍ମଗଡ ଉପଖଣ୍ଡକୁ ଆସନ୍ତା ବିଧାନସଭା ଅଧିବେଶନରେ ସରକାର ଧର୍ମଗଡକୁ ସ୍ଵତନ୍ତ୍ର ଜିଲ୍ଲା ଭାବେ ଘୋଷଣା କରିବାକୁ ଆନ୍ଦୋଳନରେ ବସିଥିଲେ। ଧର୍ମଗଡ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ପ୍ରଦାନ ଦାବିରେ ଧର୍ମଗଡ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତ ୨୮ ତାରିଖ ଠାରୁ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆରମ୍ଭ ହୋଇ ଥିବା ଗଣ ଧାରଣାରେ ପ୍ରତ୍ୟହ ବିଭିନ୍ନ ସଂଗଠନ ର କାର୍ଯ୍ୟକର୍ତ୍ତା ଯୋଗ ଦେଇ ଧର୍ମଗଡ ଜିଲ୍ଲା ଗଠନ ଦାବୀକୁ ସମର୍ଥନ ଦେଉଛନ୍ତି।