ଭାରତୀୟ ସାହିତ୍ୟ ସଂସ୍କୃତି ସଂସଦର ରାଜ୍ୟସ୍ତରୀୟ କବିତା ଆସର ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଯୁଗ ବଦଳିବା ସହ ସାହିତ୍ୟ ପ୍ରତି ଦୃଷ୍ଟିକୋଣ ବି ବଦଳିଛି। ଯୁଗ ଥିଲା, ଅନ୍ୟ ସହଜ ମନୋରଞ୍ଜନର ମାଧ୍ୟମ ନଥିବାରୁ ସାହିତ୍ୟ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ପହଞ୍ଚୁଥିଲା। ଆଜିର ଯୁଗରେ ଆଙ୍ଗୁଠି ଟିପରେ ମନୋରଞ୍ଜନର ଅସଂଖ୍ୟ ସାଧନ ଥିବାବେଳେ ସାହିତ୍ୟକୁ ବି ଡିଜିଟାଲ ମାଧ୍ୟମକୁ ଆଣି ଜନାଦୃତ କରିବାକୁ ପଡ଼ିବ। କାରଣ ସାହିତ୍ୟ ହିଁ ସମାଜର ନବନିର୍ମାଣରେ ମାର୍ଗଦର୍ଶକ ଭୂମିକା ଗ୍ରହଣ କରିଥାଏ। ଏହା ସାମାଜିକ ମୂଲ୍ୟବୋଧର ନିର୍ଣ୍ଣାୟକ। ସାହିତ୍ୟ ହେଉଛି ଭାବନାର ଏକ ସୁନ୍ଦର ଅଭିବ୍ୟକ୍ତି, ଯାହା ଜୀବନର ସତ୍ୟକୁ ପ୍ରକାଶ କରିଥାଏ ବୋଲି ଯୁବ ସାହିତ୍ୟିକ ସୁଧୀର କୁମାର ଧଙ୍ଗଡ଼ାମାଝୀ ମତପ୍ରକାଶ କରିଛନ୍ତି। ଭାରତୀୟ ସାହିତ୍ୟ ସଂସ୍କୃତି ସଂସଦ, ଓଡ଼ିଶା ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଆଭାସୀ କବିତା ଆସରରେ ଅତିଥି ଭାବେ ଯୋଗ ଦେଇ ସେ ଏଭଳି କହିଛନ୍ତି। କାର୍ଯ୍ୟକ୍ରମରେ ସଂସଦର ରାଜ୍ୟ ସଭାପତି ନିତ୍ୟାନନ୍ଦ ଖମାରୀ ଅଧ୍ୟକ୍ଷତା କରିବା ସହ ରାଧାଷ୍ଟମୀ ଉପରେ ଆଲୋଚନା କରିଥିଲେ। ରଞ୍ଜିତା କୁମାରୀ ପତି ସ୍ବାଗତ ସଙ୍ଗୀତ ପରିବେଷଣ କରିବା ବେଳେ ତୃପ୍ତିମୟୀ ତ୍ରିପାଠୀ ସଭା ପରିଚାଳନା କରିଥିଲେ। ଏହି ଅବସରରେ ପତ୍ରିକା ‘ବ୍ରହ୍ମ ନିର୍ଘୋଷ’ର ତୃତୀୟ ସଂଖ୍ୟା ଲୋକାର୍ପଣ କରାଯାଇଥିଲା। ମୁରାରୀ ପଶାଏତ ଓ ତାନଶ୍ରୀ ପାଣିଗ୍ରାହୀଙ୍କ ସଂଯୋଜନାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ କବିମାନେ ସ୍ୱରଚିତ କବିତା ପାଠ କରିଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ ପ୍ରମୋଦିନୀ ପଣ୍ଡା। ଏଥିରେ ସଂସଦର ରାଜ୍ୟ ଅସ୍ମିତା ମହାମଞ୍ଚ ସଭାପତି ମାଧୁରୀ ମିଶ୍ର, ରାଜ୍ୟ ସମ୍ପାଦକ ଶୁଭେନ୍ଦୁ ମେହେର, ରାଜ୍ୟ କୋଷାଧ୍ୟକ୍ଷ୍ୟ ପୂର୍ଣ୍ଣଚନ୍ଦ୍ର ମେହେର, ରାଜ୍ୟ ସଂଯୋଜକ କିଶୋର ଚନ୍ଦ୍ର ତ୍ରିପାଠୀ, ରାଜ୍ୟ କାର୍ଯ୍ୟକାରିଣୀ ସମ୍ପାଦକ ଭକ୍ତବନ୍ଧୁ ସାହୁ, ରାଜ୍ୟ ସହ ସମ୍ପର୍କ ସମ୍ପାଦକ ଅଜିତ କୁମାର ପାଢ଼ୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏଥିରେ ସଂସଦର ରାଜ୍ୟ ଅସ୍ମିତା ମହାମଞ୍ଚ ସଭାପତି ମାଧୁରୀ ମିଶ୍ର, ରାଜ୍ୟ ସମ୍ପାଦକ ଶୁଭେନ୍ଦୁ ମେହେର, ରାଜ୍ୟ କୋଷାଧ୍ୟକ୍ଷ୍ୟ ପୂର୍ଣ୍ଣଚନ୍ଦ୍ର ମେହେର, ରାଜ୍ୟ ସଂଯୋଜକ କିଶୋର ଚନ୍ଦ୍ର ତ୍ରିପାଠୀ, ରାଜ୍ୟ କାର୍ଯ୍ୟକାରିଣୀ ସମ୍ପାଦକ ଭକ୍ତବନ୍ଧୁ ସାହୁ, ରାଜ୍ୟ ସହ ସମ୍ପର୍କ ସମ୍ପାଦକ ଅଜିତ କୁମାର ପାଢ଼ୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.