ଚିନ୍ତାମଣି ସାଂସ୍କୃତିକ ଅନୁଷ୍ଠାନର ନୂଆଖାଇ ଭେଟଘାଟ୍

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା) : କୋକସରା ବ୍ଳକ ଗମ୍ଭାରୀଗୁଡା ଧାନ ମଣ୍ଡିଠାରେ ରାଜ୍ୟ କଳା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଓଡ଼ିଶା ଏବଂ ଚିନ୍ତାମଣି ସାଂସ୍କୃତିକ ଅନୁଷ୍ଠାନ ଗମ୍ଭାରୀଗୁଡାର ମିଲିତ ଆନୁକୂଲ୍ୟରେ ରବିବାର ନୂଆଖାଇ ଭେଟଘାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭେଟଘାଟ୍ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରତ ବିକାଶ ଅଧ୍ୟକ୍ଷ ଉତ୍କେଲା ହରି ଶଙ୍କର ପୁଟେଲ, କୋକସରା ବ୍ଳକ କଳାକାର ସଂଘ ସଭାପତି କ୍ଷିରୋଦ ଚନ୍ଦ୍ର ମାଝୀ, ଉପ ସଭାପତି ମହେଶ୍ୱର ସରାଫ, ଚିନ୍ତାମଣି ସାଂସ୍କୃତିକ ଅନୁଷ୍ଠାନ ପ୍ରୋଗ୍ରାମ କୋଡିନେଟର ଧନୁ ଦୁର୍ଗା, ନାଟଗୁରୁ ତଥା ରାଜ୍ୟ ପୁରସ୍କାର ପ୍ରାପ୍ତ କଳାକାର ଚିନ୍ତାମଣି ପଟେଲ, ଲଛମନ ନାଏକ, ଅର୍ଜୁନ ନାଏକ ପ୍ରମୁଖ ମଞ୍ଚାସୀନ ହୋଇଥିଲେ। ଏହି ଅବସରରେ ପ୍ରାଚୀନ କଳାର ବିକାଶ, କଳାକାର ମାନଙ୍କ ଭୂମିକା ଏବଂ ବିଭିନ୍ନ ସୁବିଧା ବିଷୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ସଭାର ଲକ୍ଷ ଏବଂ ଉଦ୍ଦେଶ୍ୟ ବିଷୟରେ ନାଟଗୁରୁ ଚିନ୍ତାମଣି ପଟେଲ ଆଲୋକପାତ କରିଥିଲେ। ଏହାପରେ କଳାହାଣ୍ଡିର ଲୋକନୃତ୍ୟ ‘ଘୁମୁରା’ ସହ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ମଙ୍ଗଳୁ ଚରଣ ଭାଟି, ରଘୁମଣି ପଟେଲ, ଯୋଗେନ୍ଦ୍ର ପଟେଲ, ନାଟ୍ୟକାର କ୍ଷୀରୋଦ ମାଝୀ, ଉପେନ୍ଦ୍ର ତେଣ୍ଡକାରି, ଦୟାନିଧି ନାଏକ, ଛିଲିପାମାଲ ନାଟ୍ୟଗୁରୁ ଧର୍ମରାଜ ହଂସ, ମୋଟେର ନାଟ୍ୟକାର ବିଜୟ ପ୍ରଧାନୀ, କବି ପବିତ୍ର ପଟେଲ, ହିରାଲାଲ ସରାଫ ପ୍ରମୁଖ ଯୋଗ ଦେଇଥିଲେ। ମଞ୍ଚକୁ ଶରତ ନାଏକ ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.