ପଶ୍ଚିମ ଓଡିଶା ସଂକୀର୍ତ୍ତନ ପରିଷଦ ନର୍ଲା ଶାଖାର କର୍ମକର୍ତ୍ତା ଚୟନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପଶ୍ଚିମ ଓଡିଶା ସଂକୀର୍ତ୍ତନ ପରିଷଦ ନର୍ଲା ଶାଖା ପାଇଁ କମିଟି ଗଠନ କରାଯାଇ କର୍ମକର୍ତ୍ତା ଚୟନ କରାଯାଇଛି । ପ୍ରସିଦ୍ଧ ସଂକୀର୍ତ୍ତନ ଗୁରୁ ନର୍ଲାର ବିଜୟ ପଣ୍ଡାଙ୍କ ଆବାହନ କ୍ରମେ ନର୍ଲା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଏନେଇ ବିଶିଷ୍ଟ ସଂକୀର୍ତ୍ତନ ଗୁରୁ ଭଗବାନ ପୋଢ଼ଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଶିଷ୍ଟ ସଂକୀର୍ତ୍ତନ ଗୁରୁ ଧନଞ୍ଜୟ ଗହୀର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ମାର୍ଗଦର୍ଶନ ଦେଇଥିଲେ। ପଶ୍ଚିମ ଓଡିଶା ସଂକୀର୍ତ୍ତନ ପରିଷଦ ଭବାନୀପାଟଣା ବ୍ଲକ ଶାଖାର ସଭାପତି ଧରଣୀଧର ସାହୁ, ସମ୍ପାଦକ ମନବେଶ ଭୋଇ, ବିଶିଷ୍ଟ ସଂକୀର୍ତ୍ତନ ଗୁରୁ ଖଗପତି ବନଛୋର, ନବକିଶୋର ହେର୍ଣ୍ଣା, ଦେବରାଜ ସା, ମଲ୍ଲିକ ବିଶ୍ୱାଳ, ଭାଗିରଥି ମାଝୀ, ଲୋଚନ ଭୋଇ, ସନ୍ତୋଷ ନାଏକ, ସୁରେଶ ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ନର୍ଲା ସଂସ୍କାର ଭାରତୀ ଦଳ ପକ୍ଷରୁ ପ୍ରଥମେ ସ୍ୱଗାତ ସଙ୍ଗୀତ ଓ ପୁରାତନୀ ଭଜନ ସବୁ ବିଶିଷ୍ଟ କଣ୍ଠ ଶିଳ୍ପୀ ଯଶୋବନ୍ତ ଚନ୍ଦନ, ପ୍ରମୋଦ ପରିଡାଙ୍କ ଦ୍ଵାରା ପରିବେଷିତ ହୋଇଥିଲା। ଏଥିରେ ଶିବରାମ ସାହୁ ହାରମୋନିୟମ ପରିବେଷଣ କରିଥିବା ବେଳେ ପ୍ରସନ୍ନ ଗୌଡ଼ ତବଲା ସଙ୍ଗତ କରିଥିଲେ। ବୈଠକର ସଭାପତି ଭଗବାନ ପୋଢ଼ ସ୍ୱଗତ ଭାଷଣ ପ୍ରଦାନ କରିଥିବା ବେଳେ ଧନଞ୍ଜୟ ଗହୀର ପଶ୍ଚିମ ଓଡିଶା ସଂକୀର୍ତ୍ତନ ପରିଷଦ ଗଠନର ଆଭିମୁଖ୍ୟ ପ୍ରତିପାଦନ କରିଥିଲେ। ପଶ୍ଚିମ ଓଡିଶାର ଅନ୍ୟାନ୍ୟ ଜିଲା ଗୁଡିକରେ ମଧ୍ୟ ବ୍ଲକ ସ୍ତରୀୟ କମିଟି ସବୁ ଗଠନ ପ୍ରକ୍ରୀୟ ଚାଲିଥିବା ବେଳେ କଳାହାଣ୍ଡି ଜିଲ୍ଲାର କେବଳ ଭବାନୀପାଟଣା ବ୍ଲକରେ ହିଁ କମିଟି ଗଠିତ ହୋଇ ସାରିଛି, ଜିଲ୍ଲାର ଅନ୍ୟ ବ୍ଲକ ଗୁଡିକରେ ମଧ୍ୟ ପର୍ଯ୍ୟାୟକ୍ରମେ କମିଟି ଗଠନ ଓ କର୍ମକର୍ତ୍ତା ଚୟନ କରାଯିବ ବୋଲି ଶ୍ରୀ ପୋଢ଼ ସୂଚନା ଦେଇଥିଲେ। ଅନ୍ୟାନ୍ୟ ପାରିପାର୍ଶ୍ବିକ ଆଲୋଚନା ପରେ ଶାଖା ପଶ୍ଚିମ ଓଡିଶା ସଂକୀର୍ତ୍ତନ ପରିଷଦ ପାଇଁ କମିଟି ଗଠନ କରାଯାଇଥିଲା । ସଭାପତି ଭାବରେ ବିଜୟ କୁମାର ପଣ୍ଡା, ସାଧାରଣ ସମ୍ପାଦକ ଭାବରେ ନବକିଶୋର ହେର୍ଣ୍ଣା, କୋଷାଧ୍ୟକ୍ଷ ଭାବରେ ଭାଗିରଥି ମାଝୀ ସର୍ବ ସମ୍ମତିକ୍ରମେ ମନୋନୀତ ହୋଇଥିଲେ । କାର୍ଯ୍ୟକ୍ରମ ଶେଷରେ ବିଶିଷ୍ଟ କଣ୍ଠ ଶିଳ୍ପୀ ପ୍ରମୋଦ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.