ସେଞ୍ଚୁରିଅନ ତରଫରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/  ରାୟଗଡା (ଶିବ ନାରାୟଣ ଗୈାଡ) : ରାୟଗଡା ସହର ଉପଖଣ୍ଡ ପିତାମହଲ ସ୍ଥିତ ସେଞ୍ଚୁରିଅନ ବିଶ୍ୱ ବିଦ୍ୟାଳୟ ତରଫରୁ ଫାର୍ମାସୀ ବିଭାଗ ଅନୁକୂଲ୍ୟରେ ସ୍ୱଚ୍ଛତା ପଖୱାଡା କାର୍ଯ୍ୟକ୍ରମ ଅଧିନରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ନିର୍ଦ୍ଦେଶକ ଡ଼ା. ରାଜେଶ କୁମାର ପାଢୀଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ବେହେରାଗୁଡା ଗାଁରେ ବିଭାଗୀୟ ଅଧ୍ୟାପକ ଅଧ୍ୟାପିକାଙ୍କ ସମେତ ଛାତ୍ରଛାତ୍ରୀମାନେ ଗାଁ ପରିସରରେ ସଫଇ କାର୍ଯ୍ୟକ୍ରମ କରିଥଲେ । ଏଥିସହିତ ସ୍ୱଚ୍ଛତା ମନୁଷ୍ୟ ଜୀବନଶୈଳୀରେ ଆବଶ୍ୟକତା ସଂମ୍ପର୍କରେ ଛାତ୍ରଛାତ୍ରୀମାନେ ଆଞ୍ଚଳବାସୀଙ୍କୁ ସଚେତନତା କରିଥିଲେ ।

କାର୍ଯ୍ୟକ୍ରମରେ ବିଭାଗ ଅଧ୍ୟକ୍ଷ ଚନ୍ଦ୍ରଶେଖର ପାତ୍ର, ସହକାରୀ ପ୍ରଫେସର ଦୀପଙ୍କର ରଥ, ଅଭିନାଶ ପାତ୍ର, ଅଧ୍ୟାପିକା ପଲ୍ଲିଶ୍ରୀ ଗୁକ୍ତା, ଭରତଭୂଷଣ ସାହୁ, ବବିଲତା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟପକ୍ଷେ ସେଞ୍ଚୁରିଅନ ପବ୍ଲିକ ସ୍କୁଲ ତରଫରୁ ଅନୁରୂପ କାର୍ଯ୍ୟକ୍ରମ ଆୟୋଜନ କରାଯିବା ସହ ସ୍କୁଲ ପରିସର ସଫେଇ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.