ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୩୧ତମ ବାର୍ଷିକ ଉତ୍ସବ ପାଳିତ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳା ସଦର ମହକୁମା ଗାୟତ୍ରୀ ନଗର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୩୧ତମ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଜେକେ କାଗଜ କଳର ଉପସଭାପତି (ବାଣିଜ୍ୟ) ବିଶ୍ୱଜିତ୍ ଦ୍ୱିବେଦୀ ମୁଖ୍ୟ ଅତିଥି ରୂପେ ରୋଗ ଦେଇ ନିଜ କର କମଳରେ ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ରାଷ୍ଟ୍ରିୟ ସେବକ ସଂଘ ରାୟଗଡା ଜିଲ୍ଳା ସଂପର୍କ ପ୍ରମୁଖ ତଥା ଜେକେ କାଗଜ କଳର ଲୋକ ସଂପର୍କ ଓ ସିଏସଆର ବିଭାଗ ଉପ ପ୍ରବନ୍ଧକ ହରିହର ଖମାରୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ କାର୍ଯ୍ୟକ୍ରମଟିକୁ ଗୈାରବ ମଣ୍ଡିତ କରିଥିଲେ । ଏଥି ସହିତ ମଂଚ ଉପରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ହରିଶ୍ଚନ୍ଦ୍ର ଦାସ,ସଂପାଦକ ଡାକ୍ତର ସୁନୀଲ ପ୍ରସାଦ ମହାପାତ୍ର, ବିଦ୍ୟାଳୟ ପ୍ରଧାନ ଆଚାର୍ଯ୍ୟ ସୁଧୀର କୁମାର ନେଗୀ ଆସନ ଅଳଙ୍କୃତ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା । ପରେ ପରେ ଓଡିଶୀ ନୃତ୍ୟ ମାଧ୍ୟମରେ ଅତିଥିଙ୍କୁ ସ୍ୱାଗତ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଅତିଥିଙ୍କ ପରିଚୟ ପ୍ରଦାନ କରି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସଂପାଦକ ଶ୍ରୀ ମହାପାତ୍ର ସଂପାଦକୀୟ ବିବରଣୀ ପାଠ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ଦ୍ୱିବେଦୀ ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳାକୁ ମାନି ଚଳିବା ଓ କଠିନ ପରିଶ୍ରମ କଲେ ଜୀବନରେ ସଫଳତା ମିଳିଥାଏ ବୋଲି ଉଦବୋଧନ ଦେଇଥିବା ବେଳେ ମୁଖ୍ୟବକ୍ତା ଶ୍ରୀ ଖମାରି ନିଜର ବକ୍ତବ୍ୟ ମାଧ୍ୟମରେ ସମସ୍ତଙ୍କୁ ନିଜ ନିଜ ଦାୟିତ୍ୱ ସଂପାଦନା କରିବା ପାଇଁ ମାର୍ଗଦର୍ଶନ କରାଇଥିଲେ । ବାର୍ଷିକ ଉତ୍ସବ ପାଳନ ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତି ଲାଭ କରିଥିବା ପ୍ରତିଯୋଗୀ ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା । ପରେ ବିଦ୍ୟାଳୟର ଶିଶୁ ଭାଇଭଉଣୀମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା । ପ୍ରାରମ୍ଭ ଶ୍ରେଣୀ ଠାରୁ ଆରମ୍ଭ କରି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଅନେକ ଶିଶୁ ଭାଇଭଉଣୀ ଏଥିରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପରିଚାଳନା କମିଟିର ଉପସଭାପତି ପ୍ରଭାତ କୁମାର ଲେଙ୍କା, ଯୁଗ୍ମ ସଂପାଦକ ରମେଶ ଚନ୍ଦ୍ର ନନ୍ଦ, କୋଷାଧ୍ୟକ୍ଷ ସଂଜୀବ ଦାସ ତଥା ସମସ୍ତ ସଦସ୍ୟସଦସ୍ୟା ଓ ଗୁରୁଜୀ ଗୁୁରୁମା, ଶିଶୁ ଭାଇଭଉଣୀ, ପୂର୍ବ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ଉପସ୍ଥିତ ରହିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.