ପଞ୍ଚାୟତରାଜ ଓ ପାନୀୟ ଜଳଯୋଗାଣ ପ୍ରିନ୍ସପାଲ ସେକ୍ରେଟେରୀଙ୍କ କାଳେଶ୍ବର ପାର୍କ ପରିଦର୍ଶନ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଆଜି ପୁରୁଷୋତ୍ତମପୁର ବ୍ଲକର ବଡ଼ ଖରିଡ଼ା ପଞ୍ଚାୟତରେ ଥିବା କାଳେଶ୍ଵର ପାର୍କକୁ ପଞ୍ଚାୟତ ରାଜ ଓ ପାନୀୟ ଜଳ ଯୋଗାଣ ବିଭାଗର ପ୍ରଶାସନିକ ପ୍ରିନ୍ସପାଲ ସେକ୍ରେଟାରୀ ସୁଶୀଲ କୁମାର ଲୋହାନି ପରିଦର୍ଶନ କରି ବହୁତ ଖୁସି ହୋଇଥିଲେ | ତାଙ୍କ ପୂର୍ବରୁ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ପ୍ରଶାସନିକ ଅଧିକାରୀ, ବିଧାୟକ, ସାଂସଦ, କେନ୍ଦ୍ର ମନ୍ତ୍ରୀ ଓ କେନ୍ଦ୍ରର ବହୁ ବିଭାଗର ଅଧିକାରୀ ମାନଙ୍କ ସହିତ ମଶୁରିରେ ଟ୍ରେନିଙ୍ଗ ନେଉଥିବା ପ୍ରଶାସନିକ ଛାତ୍ର, ଛାତ୍ରୀ ମାନେ ମଧ୍ୟ ଆସି ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ହୋଇ ଥିବା ଏହି ପାର୍କକୁ ଦେଖି ବହୁତ ଖୁସି ହୋଇଛନ୍ତି | ତେବେ ଆଜି ବିଭାଗୀୟ ପ୍ରିନ୍ସପାଲ ସେକ୍ରେଟେରୀ ମଧ୍ୟ ଏହି ପାର୍କ ବୁଲି ବହୁତ ସନ୍ତୋଷ ଲାଭ କରିବା ସହିତ ଏହିପରି ରାଜ୍ୟର ସବୁ ଜିଲ୍ଲାରେ ଏମ ଆର ଏନ ଜି ଆର ଏସ ରେ ଏହିପରି କାମ କରି ବ୍ଲକ ତଥା ଜିଲ୍ଲା ସ୍ତରୀୟ ନାଁ ରଖିବାକୁ ମନସ୍ତ କରିଥିଲେ | ସେଥିପାଇଁ ଆଗାମୀ ନୁଆଁ ବର୍ଷ ରେ ସେଏହାକୁ ସବୁ ଜିଲ୍ଳାର ଜିଲ୍ଲାପାଳଙ୍କୁ ଡ଼ାକି ଏହାଉପରେ ଏକ ବୈଠକ କରିବେ ବୋଲି କହିଛନ୍ତି | ତେବେ ଆଜିର ଏହି ପ୍ରିନ୍ସପାଲ ସେକ୍ରେଟେରୀଙ୍କ ସହିତ ଗଞ୍ଜାମ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଭି କୀର୍ତ୍ତି ଭାସନ, ପୁରୁଷୋତ୍ତମପୁର ବ୍ଲକ ଅଧକ୍ଷା ପିଙ୍କି ବେହେରା, ବ୍ଲକ ବିଡ଼ିଓ ମନୋଜ କୁମାର ନାୟକ, ବ୍ଲକ ନିର୍ବାହୀ ଯନ୍ତ୍ରୀ ସରୋଜ କୁମାର ସାବତ ଙ୍କ ସହିତ ସମସ୍ତ ବ୍ଲକ ଷ୍ଟାଫ, ବଡ଼ ଖରିଡ଼ା ସରପଞ୍ଚ କମା ଦଳେଇ ତାଙ୍କ ପ୍ରତିନିଧି ରମେସ ଦଳେଇଙ୍କ ସହିତ ବହୁ ଗ୍ରାମବାସୀ, ଯୁବକର୍ମୀ, ବ୍ଲକର ସମସ୍ତ ସରପଞ୍ଚ, ସମିତିସଭ୍ୟ, ସଭ୍ୟା, ଜିଲ୍ଲା ପରିଷଦ ସଦସ୍ୟ, ସଦସ୍ୟ, ସମାଜ ସେବୀ ଓ ସ୍ୱୟଂ ସହାୟିକା ମହିଳା ମାନଙ୍କ ସହିତ ଗ୍ରାମବାସୀ ଉପସ୍ଥିତ ରହିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.