ପୁରନ୍ଦର ସ୍ମାରକୀ ରାଜ୍ୟସ୍ତରୀୟ ନାଟ ମହୋତ୍ସବ ଉଦଯାପିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁରର ରୟାଲ ପଡିଆ ମୁକ୍ତମଞ୍ଚରେ ଚାଲିଥିବା ପୁରନ୍ଦର ସ୍ମାରକୀ ରାଜ୍ୟସ୍ତରୀୟ ନାଟ୍ ମହୋତ୍ସବ ଉଦଯାପିତ ହୋଇଯାଇଛି। ତୃତୀୟ ଦିନରେ ତିନୋଟି କୋଶଲି- ସମ୍ବଲପୁରୀ ନାଟକ ପରିବେଷିତ ହୋଇଛି। ନାଟକ ଶ୍ରୀ କଲଚରାଲ ଏସୋସିଏସନ୍ ସମ୍ବଲପୁର ନାଟ୍ୟକାର ଓ ନିର୍ଦ୍ଦେଶକ ସତ୍ୟ ରଞ୍ଜନ ବେହେରା ଙ୍କ ନାଟ୍ “ସଃ” ଦ୍ବିତୀୟ ରେ କେରାପଦର, ବୋଡ଼େନ, ନୂଆପଡାର ଜ୍ଞାନୋଦୟ ନାଟ୍ୟ ଅନୁଷ୍ଠାନର ନାଟ୍ୟକାର କେଶ ରଞ୍ଜନ ପ୍ରଧାନ ଓ ରବିଶଙ୍କର ପ୍ରଧାନ ନିର୍ଦ୍ଦେଶିତ ନାଟ୍ “ମଧୁବିଦ୍ୟା”, ଓ ତୃତୀୟ ନାଟ୍ ପଦମପୁର ର ଅବର୍ଣ୍ଣୀ ଗୁଣ୍ଡା ନାଟ୍ୟ ଅନୁଷ୍ଠାନ ର ନାଟ୍ୟକାର ଅଶୋକ ବହିଦାର ଓ ନିର୍ଦ୍ଦେଶକ ବିଶ୍ରାମ ମେହେର ଙ୍କ “ଟିକଟ” ନାଟକ ପ୍ରଦର୍ଶିତ ହୋଇଥିଲା ପ୍ରଥମ ନାଟ୍ ସଃ ରେ କେବଳ ମଣିଷ ଙ୍କୁ ନୁହେଁ ସମସ୍ତ ଜୀବଯନ୍ତୁ ଙ୍କୁ ଭଲପାଇବା ଉପରେ ଉପରେ ପର୍ଯ୍ୟବେସିତ ଏହି କଥାବସ୍ତୁକୁ ନେଇ ରହିଥିବାବେଳେ ଦ୍ଵିତୀୟ ନାଟକ ମଧୁବିଦ୍ୟା ଏକ ଆଧ୍ୟାତ୍ମିକ ମିଥ୍ ଉପରେ ପର୍ଯ୍ୟବେସିତ ଥାଇ କୌଣସି ବି ବିଦ୍ୟା ସିମୀତ ଭାବରେ ଲୁକ୍କାୟିତ ନରହି ସାର୍ବଜନୀନ କରିବା ଉପରେ ଗୁରୁତ୍ୱାରୋପ କରିବା ସହ ଯାହା ଲୋକହିତରେ ମଙ୍ଗଳ ହେବ ତାହା ସର୍ବୋପରି ଯା ବିଦ୍ୟା ସାବିମୁକ୍ତୟେ ର ଭାବନା ପ୍ରଦାନ କରିଥିବା ବେଳେ ତୃତୀୟ ନାଟ୍ ଟିକଟ୍ ସାଂପ୍ରତିକ ପରିସ୍ଥିତିରେ ରାଜନୀତି ଯେପରି ପରିବାରବାଦ ଆଡକୁ ସଂପୂର୍ଣ୍ଣ ଭାବେ ଢଳିଯାଇ ନୂତନ ଯୁବ ପ୍ରତିଭା ମାନଙ୍କୁ ସୁଯୋଗ ଦେବାରେ ବାଟ ଓଗାଳୁଛି ଯା ଫଳରେ ସମାଜରେ ସନ୍ତୁଳନ ର ଅଭାବ ରହି ସଠିକ ନେତୃତ୍ବ ର ଅଭାବ ଅନୁଭୁତ ହେଉଛି ତାହାହିଁ ନିଖୁଣ ଭାବରେ ଦର୍ଶାଇଛନ୍ତି ନାଟ୍ୟକାର। ସମସ୍ତ ନାଟକକୁ ନାଟ୍ୟପ୍ରେମୀ ଦର୍ଶକ ରାତି ୧୨ ଟା ଯାଏ ଉପଭୋଗ କରିଥିଲେ। ନିର୍ଦ୍ଦେଶନାରେ ନାଟକ ପରିଣତ ହେବା ଶ୍ରେୟସ୍କର ରହିଛି। ପରତା ଏକ ଅଭାବ ସୃଷ୍ଟି କରେ, ସେତେବେଳେ ମଣିଷ ଭିତରେ ଥିବା ସ୍ନେହ, ବିଶ୍ୱାସ ଓ ଶ୍ରଦ୍ଧା କିପରି ଜୀବନକୁ ସମୃଦ୍ଧ କରିପାରେ ତାହାକୁ ନେଇ ନାଟକଟି ଗତିଶୀଳ ହୋଇଛି । ପୁରନ୍ଦର ନାଟ ମହୋତ୍ସବର ଅଧ୍ୟକ୍ଷ ଅରବିନ୍ଦ ବାରିକଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ଵଳନ କରିବାସହ ନାଟକ ମାଧ୍ୟମରେ ହିଁ ମଣିଷ ନିଜ କୁ ପ୍ରତିପାଦିତ କରିଥାଏ ବୋଲି ପ୍ରକାଶ କରି ସ୍ଵର୍ଗତ ପୁରନ୍ଦର ବାରିକଙ୍କ ସ୍ମୃତି ଚାରଣ କରି ଏ ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ଅନ୍ୟତମ ଅତିଥି ସିନେ ଅଭିନେତା ମନୋଜ ମିଶ୍ର, ବିଶିଷ୍ଟ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ଜନମୁରା ସରପଞ୍ଚ ଦମୟନ୍ତୀ ବାରିକ ଯୋଗଦେଇ ଥିଲେ। ପୁରନ୍ଦର ସ୍ମୃତି କମିଟିର ସଂଯୋଜକ ନାଟ୍ୟଶ୍ରୀ ଗଦାଧର ବାରିକଙ୍କ ସଭାକୁ ସଂଯୋଜନା କରିଥିବା ବେଳେ ସଂପାଦକ ଦିଲୀପ ପାତ୍ର, ଆନନ୍ଦ ବାରିକ, ସାନନ୍ଦ ବାରିକ, ଅଶୋକ ଜେନା, ନିଶାନ୍ତ ମହାନ୍ତି, ଜଗନ୍ନାଥ ଧରୁଆ, ଦେବାଶିଷ ପଟ୍ଟନାୟକ ଓ ଶିବ ଯୋଶୀ ପ୍ରମୁଖ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.