ଅଯୋଧ୍ୟାରେ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଭବ୍ୟ ଉତ୍ସବ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଅଯୋଧ୍ୟାରେ ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ସୋମବାର ରାୟଗଡ଼ା ସ୍ଥିତ ଗାୟତ୍ରୀ ନଗର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଭବ୍ୟ ଉତ୍ସବ ପାଳନ କରାଯାଇଛି। ଇତ୍ୟବସରରେ ପରିଚାଳନା ସମିତିର ସଭାପତି ହରିଶ ଚନ୍ଦ୍ର ଦାସ, ଉପସଭାପତି ପ୍ରଭାତ କୁମାର ଲେଙ୍କା, ସମ୍ପାଦକ ଡକ୍ଟର ସୁନୀଲ ପ୍ରସାଦ ମହାପାତ୍ର, କୋଷାଧ୍ୟକ୍ଷ ସଞ୍ଜୀବ କୁମାର ଦାସ, ଯୁଗ୍ମ ସମ୍ପାଦକ ରମେଶ କୁମାର ନନ୍ଦ, ପ୍ରଧାନ ଆଚାର୍ଯ୍ୟ ସୁଧୀର କୁମାର ନେଗୀ, ବିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୁମା, ସମସ୍ତ ସେବିକା ତଥା ୩୦୦ଜଣ ଶିଶୁ ଭାଇ,ଭଉଣୀ, ଶତାଧିକ ଅଭିଭାବକ ଓ ଅତିଥିଙ୍କ ଉପସ୍ଥିତିରେ ଏହି ଭବ୍ୟ କାର୍ଯ୍ୟକ୍ରମ ପାଳନ କରାଯାଇଛି। ଆଜି ପରିଚାଳନା ସମିତିର ସମସ୍ତ କାର୍ଯ୍ୟକର୍ତ୍ତା ଓ ଗୁରୁଜୀ ଗୁରୁମା ମାନଙ୍କ ଉପସ୍ଥିତି ରେ ବିଦ୍ୟାଳୟ ର ସଭାପତି ହରିଶ ଚନ୍ଦ୍ର ଦାସ ଦୀପ ପ୍ରଜ୍ବଳନ ପୂର୍ବକ ଶୁଭାରମ୍ଭ ପରେ ୧୦୮ ଥର ପବିତ୍ର ହନୁମାନ ଚାଲିସା ପଠନ କରାଯାଇଥିଲା। ଆଜିର ଏହି ମନୋରମ ପରିବେଶରେ କୁନି କୁନି ଶିଶୁ ଭାଇ ଭଉଣୀ ମାନଙ୍କ ଦ୍ବାରା ପ୍ରଦର୍ଶିତ ଶ୍ରୀରାମ, ଲକ୍ଷ୍ମଣ,ମାତା ସୀତା ତଥା ହନୁମାନଙ୍କ ମନୋରମ ବେଶ ସମସ୍ତ ଙ୍କୁ ଅଭିଭୂତ ଓ ଆହ୍ଲାଦିତ କରାଇଥିଲା। କାର୍ଯ୍ୟକ୍ରମ ଶେଷରେ ସମସ୍ତ ଶିଶୁ ଭାଇ ଭଉଣୀ ମାନଙ୍କୁ ବିଦ୍ୟାଳୟର ଡିଜିଟାଲ ଟିଭି ମାଧ୍ୟମରେରେ ଦିବ୍ୟ ଶ୍ରୀରାମ ପ୍ରାଣ ପ୍ରତିଷ୍ଠା ଉତ୍ସବ କୁ ପ୍ରଦର୍ଶିତ କରାଯାଇଥିଲା। ଏହି ଭବ୍ୟ ଉତ୍ସବର ସମାରୋପ ପରେ ସମସ୍ତଙ୍କୁ ପବିତ୍ର ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.