ରଜାମୁଣ୍ଡାରେ ମାରଣାସ୍ତ୍ର ଦେଖାଇ ଲୁଟି ନେଲେ ସୁନା ସହ ଲକ୍ଷାଧିକ ଟଙ୍କା

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅଞ୍ଚଳ ରେ ପୁଣି ସକ୍ରିୟ ହୋଇଛନ୍ତି ଡକାୟତ ଗ୍ୟାଙ୍ଗ।ଗତ ବିଳମ୍ବିତ ରାତିରେ ରାଜା ମୁଣ୍ଡା ଗାଁ ର ରତନ ରଣା ଙ୍କ ଘରେ ୭ ଜଣ ଦୁର୍ବୁର୍ତ୍ତ ମାରଣାସ୍ତ୍ର ଦେଖାଇ ୧୦ ଭରି ସୁନା ଗହଣା ସହିତ ୪ ଲକ୍ଷ ନଗଦ ଟଙ୍କା ଲୁଟିନେଇଥିବା ଜୟପାଟଣା ଥାନା ରେ ଅଭିଯୋଗ ହୋଇଛି। ସୁଚନା ଅନୁଯାୟୀ ରତନ ଓ ତାଙ୍କ ପରିବାର ରାତିରେ ଶୋଇଥିବା ସମୟରେ ୭ ଜଣ ଦୁର୍ବୁର୍ତ୍ତ କଲା ମୁଖା ପିନ୍ଧି ଘରର ଗ୍ରୀଲ ଭାଙ୍ଗି ଭିତରକୁ ଧସେଇ ପଶି ଯାଇଥିଲେ। ପରିବାର ଲୋକଙ୍କୁ ଧାରୁଆ ଅସ୍ତ୍ର ଦେଖାଉ ଭୟଭୀତ କରାଇଥିଲେ।ପରେ ରତନ ରଣା ଙ୍କ ବୋହୂ ଙ୍କ କୋଠରୀ ଥିବା ଗଡରେଜ୍ ରୁ ୧୦ ତୋଲା ସୁନା ସହ ରତନ ଙ୍କ ଶେଜତଳେ ଥିବା ୪ ଲକ୍ଷ୍ୟ ଟଙ୍କା ନେଇଥିବା ରତନ କହିଛନ୍ତି। ସୁଚନା ଅନୁସାରେ ଦୁର୍ବୁର୍ତ୍ତ ମାନେ ଓଡ଼ିଆ ଭାଷାରେ କଥାବାର୍ତ୍ତା ହେଉଥିବାବେଳେ ରତନ ଏବଂ ତାଙ୍କ ସ୍ତ୍ରୀ ଛୁରୀରେ ଆକ୍ରମଣ କରିଥିବା କହିଥିଲେ। ଅଭିଯୋଗ ଶୁଣିଲା ପରେ ଜୟପାଟଣା ପୋଲିସ୍,ସାଇଣ୍ଟିଫିକ ଓ ସନ୍ଦାନୀ କୁକୁର ସହ ଘଟଣା ସ୍ଥଳରେ ପହଁଚି ଛାନଭିନ ଚାଲିଛନ୍ତି। ଏଠାରେ ପ୍ରକାଶ ଥାଉ କି କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଢୁଲୁଘାଟି ରାସ୍ତା ଖୋଲିବା ପରେ ଏହି ଘାଟି ଅସାମାଜିକ ବ୍ୟକ୍ତି ବିଶେଷଙ୍କ ଆଡ୍ଡା ସାଜିଛି। କିଛିଦିନ ତଳେ ଏହି ଅଂଚଳରେ ଏଭଳି ଲୁଟ ହୋଇଥିଲା। କିଛିଦିନ ନିରବତା ପରେ ପୁଣି ସେହିଭଳି ଡକାୟତି ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.